ନୂଆଦିଲ୍ଳୀ : FCA ଇଣ୍ଡିଆ ଆଜି ଭାରତରେ ଲଞ୍ଚ କରିଛି jeep compass trailhaw। ଯାହାର ପ୍ରାରମ୍ବିକ ମୂଲ୍ୟ ୨୬,୮୦ ଲକ୍ଷ ଟଙ୍କା ରହିଛି। ଗାଡିରେ ନୂଆ ଅଲ-ହ୍ବିଲ ଡ୍ରାଇଭ, କମ୍ପାଲିଏଣ୍ଟ ଇଞ୍ଜିନ,ଭଲ ମାଇଲେଜ୍ ଏବଂ ମଲ୍ଟି ଟେରେନ୍ ମୋଡ୍ସ ଦିଆଯାଇଛି।
ଏହି ଦମଦାର କାରକୁ AWD କମ୍ପାନୀର ଦେଶତମାମ୍ ୮୨ଟି ରିଟେଲ ଡିଲରସିପରେ ଗ୍ରାହକ କିଣିପାରିବେ। ଏହି ଅଫରୋଡ ଏସୟୁଭିର ବୁକିଂ ୫୦ହଜାର ଟଙ୍କାରେ ଜୁନ୍ ୧୧ରୁ ଆରମ୍ଭ କରାଯାଇଥିଲା।
jeep compass trailhawର ମେକାନିକାଲ ସ୍ପେସିଫିକେସନ୍ ବିଷୟରେ କହିବାକୁ ଗଲେ ଏଥିରେ BS୬କମ୍ପାଲିଏଣ୍ଟ ୨.୦ ଲିଟର ଟର୍ବୋଚାର୍ଜ ଡିଜେଲ ଇଞ୍ଜିନ ଦିଆଯାଇଛି। ଏହି ଇଞ୍ଜିନ ୧୭୩ ପିଏସ ପାୱାର ଏବଂ ୩୫୦ ଏନଏମର ପିକଅପ୍ ଚାର୍ଜ ଜେନେରେଟ କରିଥାଏ। ଏହି ମୋଟରରେ ୯ଟି ସ୍ପିଡ ଅଟୋମେଟିକ୍ ଟ୍ରାନ୍ସମିଶନ ଦିଆଯାଇଛି। ଏହି ଅଫ-ରେଡରର ଜିପକୁ ଆକ୍ଟିଭ ଡ୍ରାଇଭ୍ ୪x୪ ସହ ଲଞ୍ଚ କରାଯାଇଛି। ଗ୍ରାହକଙ୍କୁ ନୂଆ ‘ରକ ମୋଡ’ ଅପସନରେ ଅଟୋ, ସ୍ନୋ, ମଡ ଏବଂ ସେଡ ମୋଡ୍ସ ସହ ମିଳିବ।
ସେଫ୍ଟି ଫିଚର ବିଷୟରେ କହିବାକୁ ଗଲେ ଏଥିରେ ୫୦ ସେଫ୍ଟି ଏବଂ ସିକ୍ୟୁରିଟୀ ଫିଚର ଦିଆଯାଇଛି। ଏଥିରେ ୬ଟି ଏୟାର ବ୍ୟାଗ୍, ରୋଲ ଓଭର ମିଟିଗେସନ୍, ସ୍ପିଡ ୱିଣ୍ଣିଂ ସିଷ୍ଟମ୍, ଆଣ୍ଟି ଲକ୍ ବ୍ରେକ୍ ସିଷ୍ଟମ, ଇଲେକ୍ଟ୍ରୋନିକ୍ ବ୍ରେକ୍ ଡିଷ୍ଟ୍ରୀବ୍ୟୁସନ୍ ଆଦି ଦିଆଯାଇଛି। ଏହା ବ୍ୟତୀତ ଅଫ ରୋଡରେ କାରକୁ ୨୫୦ ଏମଏମ୍ ଗ୍ରାଉଣ୍ଡ କ୍ଳିୟରାନ୍ସ ଦିଆଯାଇଛି।