ଗୋଟିଏ ଦିନରେ ୯୭ କୋଟି ଟଙ୍କା ଆୟ କଲେ ଆମାଜନ ମୁଖ୍ୟ ଜେଫ ବୋଜୋସ, ସମସ୍ତଙ୍କୁ ଦେଲେ ମାତ୍‌

କରୋନା ମାଡ଼ରେ ବିଶ୍ୱ ଅର୍ଥନୀତି ଅଣ୍ଟା ଭାଙ୍ଗିଯାଇଛି । ବଡ଼ ମାନ୍ଦାବସ୍ଥା ଦେଖାଯାଇଛି ବିଶ୍ୱର ଆର୍ଥିକ ସ୍ଥିତିରେ । ଉତ୍ପାଦନ ଓ କାରବାର ଠପ୍ । ରୋଜଗାର ନାହିଁ କି ନୂଆ ନିଯୁକ୍ତି ନାହିଁ । ବଡ଼ ବଡ଼ କମ୍ପାନୀ ଏବେ ଛଟେଇ କରିବାକୁ ବସିଛି । ଆଶଙ୍କାରେ ଲୋକେ । କରୋନା ଯୋଗୁ ଶହ ଶହ କୋଟି ଟଙ୍କାର କ୍ଷତି ସହିଛନ୍ତି ବିଶ୍ୱର ବହୁ ବଡ଼ ବଡ଼ କମ୍ପାନୀ । ଏଭଳି ସ୍ଥିତିରେ ଅନଲାଇନ ଇ-କମର୍ସ କମ୍ପାନୀ ଆମାଜନ୍ ମୁଖ୍ୟ ଜେଫ୍ ବେଜୋସଙ୍କୁ ମିଳିଛି ମୁନାଫା ।

55

କରୋନା ମହାମାରୀ ସମୟରେ ଗରିବ ଲୋକେ ଗଣ୍ଡେ ଖାଇବାକୁ ମିଳୁନଥିବା ବେଳେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜେଫ ବେଜୋସ ପୁଣି ଧନୀ ତାଲିକାର ଶୀର୍ଷରେ ରହିଛନ୍ତି। ଜେଫଙ୍କ ସମ୍ପତ୍ତି ଗୋଟେ ଦିନରେ ୧୩ ଅରବ ଡଲାର ଅର୍ଥାତ୍‌ ୯୭୦୦୦ କୋଟି ଟଙ୍କା ବୃଦ୍ଧି ପାଇଛି । ଚଳିତବର୍ଷ ଜେଫଙ୍କ ସମ୍ପତ୍ତି ଲଗାତାର ବଢିବାରେ ଲାଗିଛି। କରୋନା କାଳରେ ଅନଲାଇନ ସପିଂ ଟ୍ରେଣ୍ଡ ବଢିବାରେ ଲାଗିଛି, ଯାହାର ଫାଇଦା ଆମାଜନକୁ ମିଳିଛି। ସୋମବାର ଦିନ ଆମାଜନ ସେୟାରିଂରେ ୭.୯ ପ୍ରତିଶତ ବୃଦ୍ଧି ଘଟିଛି। ଯାହା ୨୦୧୮ ପରେ ସବୁଠାରୁ ଅଧିକ ରହିଛି।

66

ଅନଲାଇନ ସପିଂ ଚଳିତବର୍ଷ ୭୩ ପ୍ରତିଶତ ବୃଦ୍ଧି ପାଇଛି। ୫୬ ବର୍ଷୀୟ ବେଜୋସଙ୍କ ସମ୍ପତ୍ତି ୧୮୯.୩ ଅବର ଡଲାରରେ ପହଞ୍ଚିଛି। ଆମେରିକାର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଜେଫ ବେଜୋସଙ୍କ ସମ୍ପତ୍ତି ରେକର୍ଡ କରୁଛି। ସେହିପରି ଜେଫଙ୍କ ପୂର୍ବପତ୍ନୀ ମେକେଞ୍ଜି ବେଜୋସଙ୍କ ସମ୍ପତ୍ତି ସୋମବାର ଦିନ ୪.୬ ଅରବ ଡଲାର ବୃଦ୍ଧି ପାଇଛି। ଯେଉଁଥିପାଇଁ ସେ ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୩ ନମ୍ବର ସ୍ଥାନରେ ରହିଛନ୍ତି।

କେବଳ ଜେଫ ବେଜୋସଙ୍କ ବ୍ୟତୀତ ଅନ୍ୟ ଟେକ କମ୍ପାନୀର ପ୍ରତିଷ୍ଠାତାଙ୍କ ସମ୍ପତ୍ତି ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି। କରୋନା ସଂକଟ ସମୟରେ ଲୋକେ ନିଜ ଘରେ ରହୁଚନ୍ତି, ଏହି ସମୟରେ ଅନଲାଇନ ଏଣ୍ଟରଟେନମେଣ୍ଟ ଏବଂ ପ୍ରତିଯୋଗିତାରେ ପଇସା ଖର୍ଚ୍ଚ କରୁଛନ୍ତି। ଚଳିତବର୍ଷ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ୧୫ ଅରବ ଡଲାର ସଂପତ୍ତି ବୃଦ୍ଧି ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.