ଜେଟ୍‌ ଏୟାର େଓ୍ଵଜ ନିଜ ଗ୍ରାହକଙ୍କୁ ଦେଲା ବିକଳ୍ପ ସୁବିଧା, ଜାଣନ୍ତୁ କଣ ରହିଛ ଏଥିରେ

ଜେଟ୍‌ ଏୟାର େଓ୍ଵଜ ନିଜେ ସିନା ବନ୍ଦ ହୋଇଯାଇଛି ହେଲେ ଯାତ୍ରୀଙ୍କ ପାଇଁ ଅସୁବିଧା ନକରିବାକୁ ଚେଷ୍ଟା କରୁଛି । ତା ନିଜର ଯାତ୍ରୀମାନେ କିଭଳି ଅନ୍ୟ ଏୟାରଲାଇନ୍ସରେ ଯାଇ ପାରିବେ ସେହି ବ୍ୟବସ୍ଥା କରୁଛି । ତେବେ ବର୍ତ୍ତମାନ ଏହାର ଫାଇଦା କେବଳ ସେହି ଗ୍ରାହକଙ୍କୁ ମିଳିବ ଯିଏ ପ୍ରଥମରୁ କମ୍ପାନୀ ଦ୍ୱାରା ଚଲାଯାଉଥିବା ଜେଟ୍‌ ପ୍ରିଭିଲେଜ କାର୍ଯ୍ୟକ୍ରମ ଅଧୀନରେ ଜେପି ମାଇଲ୍ସ ଏକାଠି କରିଥିବ ।
କଣ ଏହି ଜେପି ମାଇଲ୍ସ
ଜେପି ମାଇଲ୍ସ ହେଉଛି ଏକ ପ୍ରକାର ରିଓ୍ଵାର୍ଡ ବ୍ୟବସ୍ଥା। ଯାହାର ଫାଇଦା ଜେଟ୍‌ ପ୍ରିଭିଲେଜର ଗ୍ରାହକ ଉଠାଇ ପରିବେ । ଏହି ଗ୍ରାହକଙ୍କ ରିଓ୍ଵାର୍ଡ ପଏଣ୍ଟ ବେକାର ହେବ ନାହିଁ ଓ କମ୍ପାନୀ ସେମାନଙ୍କୁ ଅନ୍ୟ ଏୟାର ଲାଇନ୍ସର ଟିକେଟ କିଣିବାରେ ସାହାଯ୍ୟ କରିବ ।
ଦେଶ ବିଦେଶରେ ମିଳିବ ସୁବିଧା
କମ୍ପାନୀ ନିଜର ଯାତ୍ରୀମାନଙ୍କୁ ଇ-ମେଲ ପଠାଇଛି । ଏଥିରେ କହିଛି ଯେ ସେମାନେ ଜେପି ମାଇଲ୍ସର ମାଧ୍ୟମରେ ଟିକେଟ ବୁକିଙ୍ଗି କରି ପାରିବେ । ଯଦି ଗ୍ରାହକଙ୍କ ପାଖରେ ପ୍ରଥମରୁ ଜେପି ମାଇଲ୍ସ ଅଛି ତେବେ ତାଙ୍କର ରିଡିମ କରାଯାଇ ପାରିବ ।
ଯେଉଁ ଯାତ୍ରୀ ନିଜର ଜେପି ମାଇଲ୍ସର ଉପଯୋଗ କରି ଟିକେଟର ବୁକିଙ୍ଗ କରିବାକୁ ଚାହୁଁଛନ୍ତି ତାଙ୍କ ପାଖରେ ନିର୍ଦ୍ଦିଷ୍ଟ ଭାବେ ଏତିକି ଜେପି ମାଇଲ୍ସ ଥିବା ଦରକାର । ସେହି ପଏଣ୍ଟ ଉପରେ ନଜର ପକାନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.