ଉଡ଼ାନ ଯୋଜନାରେ ଆଜିଠୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବ ଆଲାଏନ୍ସ ଏୟାର

ଝାରସୁଗୁଡ଼ା(କେନ୍ୟୁଜ୍) : ଉଡ଼ାନ ଯୋଜନାରେ ଆଜିଠୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବ ଆଲାଏନ୍ସ ଏୟାର। ଝାରସୁଗୁଡ଼ାରୁ ରାୟପୁର ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବ। ଭୁବନେଶ୍ୱରରୁ ସକାଳ ୯ଟା ୨୫ ମିନିଟରେ ବିମାନ ଉଡ଼ାଣ ଭରିବ। ଝାରସୁଗୁଡ଼ାରେ ପହଞ୍ଚିବ ୧୦ଟା ୩୦ରେ। ଝାରସୁଗୁଡ଼ାରୁ ସକାଳ ୧୦ଟା ୫୫ ମିନିଟରେ ବାହାରି ମଧ୍ୟାହ୍ଣ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ରାୟପୁରରୁ ଅପରାହ୍ଣ ୪ଟାରେ ବିମାନ ଉଡ଼ାଣ କରି ୫ଟା ୫ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିବ। ଝାରସୁଗୁଡ଼ାରୁ ସାଢ଼େ ୫ଟାରେ ବିମାନ ଉଡ଼ାଣ ଆରମ୍ଭ କରିବ। ରାୟପୁରରେ ସନ୍ଧ୍ୟା ୬ଟା ୩୫ ମିନିଟରେ ପହଞ୍ଚିବା ନେଇ ସମୟ ଧାର୍ଯ୍ୟ ହୋଇଛି।

ଆଲାଏନ୍ସ ବିମାନ ସେବା ଯୋଗାଉଥିବାରୁ ସ୍ଥାନୀୟ ଲୋକ ଖୁସି ପ୍ରକାଶ କରିଛନ୍ତି। ଆଗକୁ ଝାରସୁଗୁଡାରୁ ମୁମ୍ବାଇ, ବେଙ୍ଗାଳୁରୁ ଭଳି ପ୍ରମୁଖ ସହରକୁ ମଧ୍ୟ ଖୁବ୍‌ଶୀଘ୍ର ବିମାନ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଉଡାନ ଯୋଜନାରେ ଝାରସୁଗୁଡ଼ାରୁ ବିମାନ ସେବା ଯୋଗାଇ ଦେଉଛି ସ୍ପାଇସ୍‌ ଜେଟ୍‌। ମାର୍ଚ୍ଚ ୩୧ ତାରିଖରୁ ନିୟମିତ ବିମାନ ସେବା ଯୋଗାଇ ଆସୁଛି ସ୍ପାଇସ୍‌ ଜେଟ୍‌।