Jio,Airtel, Vodafoneର ଏହି ପ୍ଲାନ ଗୁଡିକରେ ଗ୍ରାହକଙ୍କୁ ପ୍ରତିଦିନ ମିଳିବ ୩ଜିବି ଡାଟାର ସୁବିଧା

ଯଦି ଆପଣ ନିଜ ପାଇଁ ଅଧିକ ଡାଟା ଵାଲା ପ୍ରିପେଡ଼ ପ୍ଲାନ ସନ୍ଧାନ କରୁଛନ୍ତି ।  ତେବେ ରିଲାଏନ୍ସ, ଜିଓ, ଏୟାରଟେଲ ପରି କମ୍ପାନୀ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ।  ଏହି ପ୍ରି ପେଡ଼ ପ୍ଲାନ ଗୁଡିକରେ ଆପଣଙ୍କୁ ପ୍ରତିଦିନ ୩ ଜିବି ଡାଟା ସୁବିଧା ମିଳିବା ସହ ଅନଲିମିଟେଡ଼ କଲର ମଧ୍ୟ ସୁଯୋଗ ମିଳିପାରିବ ।  ଏହା ସହ ଆପଣ ଆମାଜନ ପ୍ରାଇମ ଓ ହଟ ଷ୍ଟାର ପରି ପ୍ରିମିୟମ ଆପ୍ସକୁ ମଧ୍ୟ ମାଗଣାରେ ଡାଉନ ଲୋଡ଼ କରିପାରିବେ ।  ତେବେ ଆସନ୍ତୁ ଜାଣିବା ସେହି ପ୍ଲାନ ଗୁଡିକ ବିଷୟରେ :

jio

ଜିଓର ୩୪୯ ଟଙ୍କିଆ ପ୍ରି ପେଡ ପ୍ଲାନ:

ଜିଓ ୟୁଜର୍ସ ମାନେ ଏହା ଜରିଆରେ ପ୍ରତିଦିନ ୩ ଜିବି ଡାଟା ଓ ୧୦୦ ଏସଏମଏସ ସୁବିଧା ପାଇପାରିବେ ।  କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ ମଧ୍ୟ କରିପାରିବେ ।  ଜିଓ ବ୍ୟତୀତ ଅନ୍ୟ ନେଟୱର୍କକୁ କଲ କରିବା ପାଇଁ ୧,୦୦୦ ଏଫୟୁପି ମିନିଟ ମଧ୍ୟ ମିଳିବ ।  ଏହି ପ୍ୟାକର ସମୟ ସୀମା ୨୮ ଦିନ ଯାଏଁ ହିଁ ରହିବ।

ଏୟାରଟେଲର ୫୫୮ ଟଙ୍କିଆ ପ୍ଲାନ:

ଉପଭୋକ୍ତା ମାନଙ୍କୁ ଏହି ପ୍ଲାନ ଜରିଆରେ ପ୍ରତିଦିନ ୩ ଯିବି ଡାଟା ସମେତ ୧୦୦ ଏସଏମଏସର ସୁବିଧା ମିଳିବ ।  କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ କରିବା ସହ ଏହାର ବୈଧତା ରହିବ ୫୬ ଦିନ ।

jio

ଭୋଡ଼ାଫୋନର ୫୫୮ ଟଙ୍କିଆ ପ୍ରି- ପେଡ ପ୍ଲାନ:

ଭୋଡ଼ାଫୋନର ୟୁଜର୍ସ ମାନଙ୍କୁ ଏହି ପ୍ୟାକ ଜରିଆରେ ପ୍ରତିଦିନ ୩ ଜିବି ଡାଟା ସହ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଢ ଏହା ସହ ୟୁଜର ଅନ୍ୟ ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ କରିପାରିବେ ।  ଜି ୫ ଆପ୍ସର ସବସ୍କ୍ରିପସନ କରି ପାରିବା ସହ ବୈଧତା ରହିବ ୫୬ ଦିନ ।
କହି ରଖିବା ଉଚିତ କି ଦେଶର ବରିଷ୍ଠ ଟେଲିକମ କମ୍ପନୀ ମାନେ ପୂର୍ବ ବର୍ଷ ଡିସେମ୍ବର ମାସରେ ହିଁ ନିଜ ନିଜ ତାରିଫ ପ୍ଲାନ ବଢାଇଥିଲେ ।

You might also like