ଏବେକା ସମୟରେ ଟେଲିକମ ବଜାରରେ ରିଲାଏନ୍ସ, ଜିଓ, ଏୟାରଟେଲର କେତେ ଗୁଡିଏ ଡାଟା ପ୍ଲାନ ମହଜୂତ ଅଛି । ଯେଉଁଥିରେ ପ୍ରତିଦିନ ୧ ଜିବିରୁ ଅଧିକ ପରିମାଣରେ ଡାଟା ମିଳିବା ସହ ଅନଲିମିଟେଡ଼ କଲିଙ୍ଗର ସୁବିଧା ମଧ୍ୟ ମିଳିଥାଏ । ଏମିତିରେ ଆମେ ଆପଣଙ୍କ ପାଇଁ ଏହି କମ୍ପାନୀ ଦ୍ଵୟର କିଛି ପ୍ଲାନ ନେଇ ଆସିଛୁ । ଯେଉଁଥିରେ ଆପଣଙ୍କୁ ପ୍ରତିଦିନ ୧.୫ ଯିବି ଡାଟାର ସୁବିଧା ମିଳିପାରିବ । ତେବେ ଆସନ୍ତୁ ଜାଣିବା ସେହି ସେହି ପ୍ଲାନ ଗୁଡିକ ବିଷୟରେ:
ଜିଓର ୧୯୯ ଟଙ୍କିଆ ପ୍ଲାନ;
ଏହି ପ୍ଲାନରେ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ୧.୫ ଯିବି ଡାଟା ସମେତ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଏହା ସହ ଜିଓ ରୁ ଜିଓ କୁ ଅନଲିମିଟେଡ଼ କଳିଙ୍ଗର ସୁବିଧା ବି ମିଳିପାରିବ । ଅବଶ୍ୟ କମ୍ପାନୀ ତରଫରୁ ଅନ୍ୟ ନେଟୱର୍କକୁ ୧୦୦୦ ଏଫୟୁବି ମିନିଟ ମିଳିବ । ଯାହାର ବୈଧତା ରହିବ ୨୮ ଦିନ ।
ଜିଓର ୩୯୯ ଟଙ୍କିଆ ପ୍ଲାନ:
ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ସମେତ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଏହା ସହ ଜିଓ ରୁ ଜିଓ ନେଟୱର୍କକୁ ଅନଲିମିଟେଡ଼ କଲ ବି କରିପାରିବେ । ଏହି ପ୍ଲାନରେ ୨,୦୦୦ ଏଫୟୁବି ମିନିଟର ସୁବିଧା ବି ମିଳିବ । ଏହି ପ୍ଲାନର ବୈଧତା ରହିବ ୫୬ ଦିନ
ଏୟାରଟେଲର ୨୪୮ ଟଙ୍କିଆ ପ୍ଲାନ:
ଏହି ପ୍ଲାନରେ ୟୁଜର ମାନଙ୍କୁ ୧୦୦ ଏସଏମଏସ ସହ ୧.୫ ଜିବି ଡାଟା ସୁବିଧା ବି ମିଳିବ । ଏହା ସହ ୟୁଜର କୌଣସି ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ବି କରିପାରିବେ । ଏସବୁ ବ୍ୟତୀତ ଏୟାର ଟେଲ ଏକ୍ସଟରିମ, ବିଙ୍କ ମ୍ୟୁଜିକ, ହେଲ ଟ୍ୟୁବ ଓ ଆଣ୍ଟି ଭାଇରସ ମୋବାଇଲ ପ୍ରୋଟେକ୍ସନ ସୁବିଧା ମିଳିପାରିବ । ଏହି ପ୍ୟାକର ଅବଧି ୨୮ ଦିନ ଯାଏଁ ହିଁ ରହିବ ।
ଏୟାରଟେଲର ୫୯୮ ଟଙ୍କିଆ ପ୍ଲାନ:
ଏହି ପ୍ଲାନରେ ୧୦୦ ଏସଏମଏସ ସମେତ ୧.୫ ଜିବି ଡାଟା ମିଳିବ । ଏହା ସହ ୟୁଜର କୌଣସି ନେଟୱର୍କକୁ ମାଗଣା କଲ ବି କରିପାରିବେ । କମ୍ପାନୀ ଏଥିରେ ଅନ୍ୟାନ ସୁବିଧା ମାନ ମଧ୍ୟ ଉପଲବ୍ଧ କରୁଛି । ଯେବେକି ଏହାର ବୈଧତା ରହିବ ୮୪ ଦିନ ।