ଜିଓ ବ୍ରଡ଼ବ୍ୟାଣ୍ଡ ଓ ଟିଭି ୧୫ ଅଗଷ୍ଟରୁ, ୫୦୦ ଟଙ୍କା ହୋଇପାରେ ପ୍ଳାନର ଦାମ

ଗିଗାଫାଇବର ମାଧ୍ୟମରେ ଭାରତର ଅଗ୍ରଣୀ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଖୁବ୍ ଶୀଘ୍ର ମଲ୍ଟିପାର୍ଟି ଭିଡ଼ିଓ କନଫରେନସିଙ୍ଗ ଓ ଭଏସ ଆକ୍ଟିଭେସନ ଭରଚୁଆଲ ଆସିଷ୍ଟାଣ୍ଟ ସେବା ଯୋଗାଇ ଦେବାକୁ ଯାଉଛି । ଏତଦ ବ୍ୟତୀତ କମ୍ପାନୀର କହିବା ମୁତାବକ ଜିଓ ବ୍ୟବହାରକାରୀମାନେ ଭରଚୁଆଲ ରିଆଲିଟି ହେଡଫୋନ ମାଧ୍ୟ୍ୟମରେ ୩୬୦ ଡିଗ୍ରୀ କଣ୍ଟେଣ୍ଟ ବି ଦେଖି ପାରିବେ ।

ରିଲାଏନ୍ସ ଜିଓ ଗିଗାଫାଇବର ପାଇଁ ରେଜିଷ୍ଟ୍ରେସନ ଆସନ୍ତା ୧୫ ଅଗଷ୍ଟରୁ ଆରମ୍ଭ ହେଉଛି । ରିପୋର୍ଟ ମୁତାବକ ରିଲାଏନ୍ସର ଏହି ପ୍ଳାନର ଆରମ୍ଭ ୫୦୦ ଟଙ୍କାରୁ ହୋଇପାରେ । ୫୦୦ ଟଙ୍କାରେ ବ୍ୟବହାରକାରୀଙ୍କୁ ଅଲଟ୍ରା ହାଇସ୍ପିଡ଼ ଇଣ୍ଟରନେଟ ସହ ଇଣ୍ଟରନେଟ ଟିଭି ସର୍ଭିସ ମଧ୍ୟ ମିଳିପାରିବ ।

ଇକୋନୋମିକ ଟାଇମ୍ସର ରିପୋର୍ଟ ମୁତାବକ ଆସନ୍ତା ଦୀପାବଳୀର ଅବ୍ୟବହିତ ପୂର୍ବରୁ ଜିଓ ଗିଗାଫାଇବର ଲଞ୍ଚ କରିବ । ଏହି ପ୍ଲାନ ଅବଧୀରେ ଗ୍ରାହକ ମାନଙ୍କୁ ୭୦୦ରୁ ୧୦୦୦ ଟଙ୍କାରେ ୧୦୦ ଏମବିପିଏସ ଡାଟା ସ୍ପୀଡ଼ ସହ ୧୦୦୦ ଜିବି ଡାଟା ମିଳିବ । ଟିଭି ସର୍ଭିସ ପାଇଁ ଗ୍ରାହକ ମାନଙ୍କୁ ୨୫୦ରୁ ୩୦୦ ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡିପାରେ ।

ଏକଥା ନିଃସନ୍ଦେହ ଯେ କଂପାନି ତାର ଏହି ପ୍ଲାନ ଜରିଆରେ ଭାରତୀୟ ଟେଲିକମ ସେକ୍ଟରରେ ଧମାଲ ମଚେଇବା ସହ ଅନ୍ୟାନ୍ୟ ଅଗ୍ରଣୀ ଟେଲିକମ କଂପାନୀ ଗୁଡିକୁ ସିଧାସଳଖ ଟକ୍କର ଦେବ । ଏକ୍ସପର୍ଟ ମାନଙ୍କ କହିବା ମୁତାବକ ଜିଓ ହୋମ ବ୍ରଡ଼ବ୍ୟାଣ୍ଡର ମୂଲ୍ୟ ଅନ୍ୟ ୪ଜି ମୋବାଇଲ ଡାଟା ରେଟଠାରୁ ପ୍ରାୟତଃ ୨୫ ରୁ ୩୦ ପ୍ରତିଶତ ଶସ୍ତା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.