ଦିପାବଳୀ ପୂର୍ବରୁ ଧମାକା କଲା ଜିଓ, ଲଞ୍ଚ ହେଲା ୧ବର୍ଷ ଭ୍ୟାଲିଡ଼ିଟି ଥିବା ପ୍ଳାନ୍ ଏବଂ ଶତ ପ୍ରତିଶତ କ୍ୟାସବ୍ୟାକ୍
ନୂଆଦିଲ୍ଲୀ : ଟେଲିକମ୍ ସେକ୍ଟରରେ ନିଜର ଧମାକେଦାର ପ୍ଳାନ ଦ୍ୱାରା ହଲଚଲ ମଚାଇଥିବା ଜିଓ ପୁଣି ଥରେ ଲଞ୍ଚ କରିଛି ଦୀପାବଳି ଦମଦାର ଅଫର । କମ୍ପାନି ନିଜ ଗ୍ରାହକଙ୍କୁ ୧,୬୯୯ଟଙ୍କାର ନୂଆ ପ୍ଳାନ ସହ ଲଞ୍ଚ କରିଛି । ଯେଉଁଥିରେ ଭ୍ୟାଲିଡ଼େଟି ଗୋଟିଏ ବର୍ଷର ରହିବା ସହ ୫୪୭.୫ ଅନଲିମିଟେଡ଼ ଡ଼ାଟା ରହିଛି। ଅର୍ଥାତ୍ ଗ୍ରାହକଙ୍କୁ ପ୍ରତ୍ୟୋକ ଦିନ ୪ଜି ସ୍ପିଡ଼ର ୧.୫ଜିବି ଡ଼ାଟା ମିଳିବ। ଡ଼ାଟା ଛଡ଼ା ଏଥିରେ ଅନଲିମିଟେଡ଼ କଲିଂ ସହ ୧୦୦ଟି ପ୍ରତିଦିନ ମେସେଜ୍ ସୁବିଧା ମଧ୍ୟ ରହିଛି।
ଖାଲି ତାହା ନୁହଁ ଜିଓ ଏଥିରେ ଶତପ୍ରତିଶତ କ୍ୟାସବ୍ୟାକ୍ ଅଫର ମଧ୍ୟ ଦେଇଛି। ଏଥିରେ ଗ୍ରାହକଙ୍କ ଯେତେ ଟଙ୍କାର ରିଚାର୍ଜ କରିବେ ତାଙ୍କୁ ସେତେ ଟଙ୍କାର କୁପନ କ୍ୟାସବ୍ୟାକ୍ ଭାବେ ମିଳିବ। ଏହି କୁପନର ବ୍ୟବହାର ଆପଣ ରିଲାଏନ୍ସ ଡ଼ିଜିଟାଲର ଅନଲାଇନ୍ ଏବଂ ଅଫଲାଇନ୍ ଷ୍ଟୋରରେ ଉଠାଇପାରିବେ।
କମ୍ପାନି ଦ୍ୱାରା ଲାଗୁ କରାଯାଇଥିବା କ୍ଯାସବ୍ଯାକ୍ ଅଫର ଲାଭ ଉଠାଇବା ପାଇଁ ୧୪୯, ୧୯୮, ୨୯୯, ୩୪୯,୩୯୮, ୩୯୯, ୪୪୮, ୪୯୮, ୫୦୯, ୭୯୯, ୯୯୯, ୧୬୯୯, ୧୯୯୯, ୪୯୯୯, ୯୯୯୯ ଟଙ୍କାର ପ୍ଲାନରେ ମିଳିବ।
କ୍ଯାସବ୍ଯାକ୍ ଅଫରରେ ରିଚାର୍ଜ କରିବା ପରେ ଆପଣଙ୍କୁ ଏକ କୁପନ କୋର୍ଡ଼ ମିଳିବ। ଯାହାକୁ ଆପଣ MyJio ଆପ୍ କୁପନ ସେକ୍ସନରେ ଯାଇ ପାଇପାରିବେ। ଏହି ଅଫରର ଫାଇଦା ଆପଣ ୩୦ ନଭେମ୍ବର ୨୦୧୮ ମଧ୍ୟରେ ହିଁ ନେଇପାରିବେ।