ଜିଓର ଆକର୍ଷଣୀୟ ଅଫର, ଏସବୁ ପ୍ଲାନ୍‌ରେ ମିଳିବ ଡବଲ ଡାଟା; ଜାଣନ୍ତୁ କେମିତି ଲାଭ ଉଠାଇବେ

ଦେଶର ସବୁଠୁ ବଡ଼ ଟେଲିକମ୍‌ କମ୍ପାନୀ ରିଲାୟନ୍ସ ଜିଓ ପ୍ରତିଥର ଭଳି ଚଳିତଥର ମଧ୍ୟ ଏକ ଆକର୍ଷଣୀୟ ଅଫର ନେଇ ଆସିଛି। କମ୍ପାନୀ Jio Fiber ପ୍ଲସ୍‌ ଉପରେ ଡବଲ ଡାଟା ଦେବାକୁ ଘୋଷଣା କରିଛି। ଏନେଇ କମ୍ପାନୀର ଅଫିସିଆଲ ୱେବସାଇଟ୍‌ରେ ସୂଚନା ଦିଆଯାଇଛି। କମ୍ପାନୀ ଲଞ୍ଚ୍‌ କରିଥିବା ଅଫରରେ ବ୍ରୋଞ୍ଜରୁ ଆରମ୍ଭ କରି ଟାଇଟେନିୟମ୍‌ ପର୍ଯ୍ୟନ୍ତ ସମସ୍ତ ବର୍ଷିକିଆ ପ୍ଲାନ୍‌କୁ ଡବଲ କରିଦିଆଯାଇଛି। ଏହି ଡବଲ ପ୍ଲାନ୍‌ର ଫାଇଦା ଖାସ୍‌ କରି ଓ୍ଵାର୍କ ଫ୍ରମ୍‌ ହୋମ୍‌ କରୁଥିବା ଲୋକଙ୍କ ପାଇଁ ବେଶ୍‌ ଲାଭକାରୀ ହେବ। ଆସନ୍ତୁ ଜାଣିବା Jio Fiber ରେ କି କି ପରିବର୍ତ୍ତନ କରାଯାଇଛି…

Reliance Jio Fiber update: How long will you have to wait for ...

ବ୍ରୋଞ୍ଜ ପ୍ଲାନ୍‌:

Jio Fiber ର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ମୁତାବକ ଯଦି କୌଣସି ୟୁଜରଙ୍କ ନିକଟରେ ସିଲଭର ପ୍ଲାନ୍‌ ରହିଛି ତେବେ ତାଙ୍କୁ ମାସିକ ୨୫୦ ଜିବି ଡାଟା ଲାଭ ମିଳିବ। ନୂଆ ପ୍ଲାନ୍‌ ମୁତାବକ ୟୁଜରଙ୍କୁ ଅତିରିକ୍ତ ୧୦୦ ଜିବି ଡାଟା ମିଳିବ। ଏହା ବ୍ୟତୀତ ଲକ୍‌ଡାଉନ୍‌ ଯୋଗୁ ୧୦୦ ଜିବି ଅତିରିକ୍ତ ଡାଟା ଓ ୫୦ ଜିବି ଇନ୍‌ଟ୍ରୋଡକ୍ଟ୍ରି ଡାଟା ମିଳିବ।

ସିଲଭର ପ୍ଲାନ୍‌:

ସିଲଭର ପ୍ଲାନ୍‌ରେ ୟୁଜରଙ୍କୁ ପ୍ରତି ମାସରେ ୮୦୦ ଜିବି ଡାଟା ମିଳିବ। ଏଥିରେ ୨୦୦ ଜିବି ପ୍ଲାନ୍‌, ୨୦୦ ଜିବି ଡାଟା, ୨୦୦ ଜିବି ଇନ୍‌ଟ୍ରୋଡକ୍ଟ୍ରି ଡାଟା ଓ ୨୦୦ ଜିବି ବାର୍ଷିକ ଡାଟା ମିଳିବ।

JioFiber: Is it worth getting GigaFiber connection for free 4K TV?

ଗୋଲ୍ଡ ପ୍ଲାନ୍‌:

ଗୋଲ୍ଡ ପ୍ଲାନ୍‌ ବ୍ୟବହାର କରୁଥିବା ୟୁଜରଙ୍କୁ ପ୍ରତି ମାସରେ ୧୭୦୦ ଜିବି ଡାଟା ମିଳିବ। ଏଥିରେ ୫୦୦ ଜିବି ବାର୍ଷିକ ପ୍ଲାନ୍‌, ୨୫୦ ଜିବି ଇନ୍‌ଟ୍ରୋଡକ୍ଟ୍ରି ଡାଟା, ଲକ୍‌ଡାଉନ୍‌ ଯୋଗୁ ୫୦୦ ଜିବି ଡବଲ ଡାଟା ଓ ୫୦୦ ଜିବି ପ୍ଲାନ୍‌ ବେନିଫିଟ୍‌ ରହିଛି।

ଡାଇମଣ୍ଡ ପ୍ଲାନ୍‌:

ଡାଇମଣ୍ଡ ପ୍ଲାନ୍‌ରେ ୟୁଜରଙ୍କୁ ପ୍ରତ୍ୟେକ ମାସରେ ୪୦୦୦ ଜିବି ହାଇ ସ୍ପିଡ ଡାଟା ମିଳିବ। ଏଥିରେ ୧୨୫୦ ଜିବି ମାସିକ ଡାଟା, ୨୫୦ ଜିବି ଇନ୍‌ଟ୍ରୋଡକ୍ଟ୍ରି ଡାଟା, ଲକ୍‌ଡାଉନ୍‌ ଯୋଗୁ ୧୨୫୦ ଜିବି ଡବଲ ଡାଟା ଓ ୧୨୫୦ ଜିବି ପ୍ଲାନ୍‌ ବେନିଫିଟ୍‌ ସାମିଲ ରହିଛି।

ଟାଇଟେନିୟମ୍‌ ପ୍ଲାନ୍‌:

ଟାଇଟେନିୟମ୍‌ ପ୍ଲାନ୍‌ରେ ୟୁଜରଙ୍କୁ ପ୍ରତି ମାସରେ ୧୫,୦୦୦ ଜିବି ଡାଟା ମିଳିବ। ୟୁଜର୍ସ ଏହି ପ୍ଲାନ୍‌ରେ ୫୦୦୦ ଜିବି ପ୍ଲାନ୍‌ ବେନିଫିଟ୍‌, ଲକ୍‌ଡାଉନ୍‌ ଯୋଗୁ ୫୦୦୦ ଜିବି ଡବଲ ଡାଟା ଓ ୫୦୦୦ ଜିବି ବାର୍ଷିକ ପ୍ଲାନ୍‌ ବେନିଫିଟ୍‌ର ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.