ରିଲାଏନ୍ସର ଏହି ସବୁ ପ୍ଲାନରେ ମିଳୁଛି କ୍ୟାସବ୍ୟାକ ଅଫର, ସୁଯୋଗର ଲାଭ ତୁରନ୍ତ ନିଅନ୍ତୁ

ଭାରତର ଏକ ବଡ ଆକାରର ଜନସଂଖ୍ୟା ରିଲାଏନ୍ସ ଜିଓ ବ୍ୟବହାର କରିଥାନ୍ତି । ଆଉ ସମୟ ସମୟରେ କମ୍ପାନୀ ନିଜ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ ତଥା ରିଚାର୍ଜ ପ୍ଲାନ ମଧ୍ୟ ଲଂଚ କରିଥାଏ । ଆଜି ଆମେ ଆପନଙ୍କୁ ଜିଓର ଏମିତି କିଛି ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ କମ୍ପାନୀ କ୍ୟାସବ୍ୟାକ ଦେଇଥାଏ । ଏହି ପ୍ଲାନରେ ଡାଟା ସହିତ ଅନ୍ୟ କେତେକ ଲାଭ ମଧ୍ୟ ମିଳିପାରିବ । କହିରଖିବା ଉଚିତ ହେବକି ଜିଓ ପକ୍ଷରୁ ଏହି ଖାସ ଅଫର ଆରମ୍ଭ କରାଯାଇଛି । ଏହି ପ୍ରିପେଡ଼ ପ୍ଲାନ କିଣିଲେ ଗ୍ରାହକଙ୍କୁ କ୍ୟାସବ୍ୟାକ ଅଫର ମିଳିଥାଏ । କିନ୍ତୁ ଏହି କ୍ୟାସବ୍ୟାକ ଜିଓର ଅଳ୍ପ କିଛି ପ୍ଲାନରେ ହିଁ ମିଳିପାରିବ । ରିଲାଏନ୍ସ ଜିଓର ଏହି କ୍ୟାସବ୍ୟାକ ଅଫରର ଲାଭ ଅନେକ ସଂଖ୍ୟକ କଷ୍ଟମର ଉଠାଉଛନ୍ତି । ତେବେ ଆସନ୍ତୁ ଜିଓର ଏହି ରିଚାର୍ଜ ପ୍ଲାନ ବିଷୟରେ ଜାଣିରଖିବା । ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମାଇ ଜିଓ ଆପରୁ ରିଚାର୍ଜ କରିବାକୁ ପଡିବ ।

କିନ୍ତୁ କୌଣସି ଅନ୍ୟ ସ୍ଥାନରୁ ରିଚାର୍ଜ କଲେ କ୍ୟାସବ୍ୟାକ ମିଳିବ ନାହିଁ । ଯଦି ଆପଣ ୨୪୯ ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ୫୦ ଟଙ୍କାର କ୍ୟାସବ୍ୟାକ ମିଳିପାରିବ । ଯାହାର ଉପଯୋଗ ଆପଣ ଜିଓ ମାର୍ଟ, ରିଲାଏନ୍ସ ଡିଜିଟାଲ, ଜିଓ ରିଚାର୍ଜ ଆଦି ସ୍ଥାନରେ କରିପାରିବେ । ଯଦି ଆପଣ ୫୫୫ ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ୧୧୧ ଟଙ୍କାର କ୍ୟାସବ୍ୟାକ ମିଳିପାରିବ । ଏହି ପ୍ଲାନରେ ବି ପୂର୍ବ ପ୍ଲାନ ଭଳି କ୍ୟାସବ୍ୟାକ ମିଳିପାରିବ । ଯଦି ଆପଣ ୫୯୯ ଟଙ୍କିଆ ରିଚାର୍ଜ ପ୍ଲାନ ଆପଣାଉଛନ୍ତି ତେବେ ୧୨୦ ଟଙ୍କାର ଲାଭ ମିଳିପାରିବ । ଏହି ସବୁ ପ୍ଲାନରେ ରିଚାର୍ଜ କଲେ ଡାଟା ସମେତ ଅନଲିମିଟେଡ଼ କଲ ମିଳିପାରିବ । ଏହା ବ୍ୟତୀତ ଜିଓ ଟିଭି, ଜିଓ ସିନେମା, ଜିଓ ନ୍ୟୁଜ ଆଦିର ସବସ୍କ୍ରିପସନ ମିଳିପାରିବ । ଏହି ଅଫରର ନାଁ କମ୍ପାନୀ ତରଫରୁ ଜିଓ ମାର୍ଟ ମହାକ୍ୟାସବ୍ୟାକ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.