ଜିଓର ଦମଦାର ଉପହାର, ଫ୍ରିରେ ଦୁଇଦିନ ପାଇଁ ମିଳୁଛି ଅନଲିମିଡେଟ୍‌ କଲିଂ ଓ ଡାଟା

ରିଲାଏନ୍ସ ଜିଓ ୟୁଜର୍ସଙ୍କୁ ଦେଉଛି ଦମଦାର ଅଫର। ଜିଓ ବ୍ରଡବ୍ୟାଣ୍ଡ ସର୍ଭିସ ଜିଓ ଫାଇବର ନିଜର ଗ୍ରାହକଙ୍କୁ ଉପହାର ଦେଉଛି। କମ୍ପାନୀ ୟୁଜର୍ସଙ୍କୁ ଦୁଇ ଦିନ ପାଇଁ ମାଗଣାରେ ଅନଲିମଡେଟ ଭଏସ କଲି ଏବଂ ଡାଟାର ସୁବିଧା ଦେଉଛି। ରିପୋର୍ଟ ମୁତାବକ, ଜିଓ ଫାଇବର୍ସ ଏହି ବେନିଫିଟ୍‌ କିଛି ସ୍ୱତନ୍ତ୍ର ଗ୍ରାହକଙ୍କୁ ଦେଉଛି।

କମ୍ପାନୀ ଏହି ଅଫର unlimited 2 days by Reliance Jio ନାମରେ ପ୍ରଦାନ କରୁଛି। ଏହା ଆପଣଙ୍କ ବର୍ତ୍ତମାନ ପ୍ଲାନର ସହିତ କାମ କରିଥାଏ। ଏହି ଅଫରରେ ୟୁଜର୍ସ ଦୁଇ ଦିନ ପର୍ଯ୍ୟନ୍ତ ଯେତେ ଚାହିଁ ସେକେ କଲିଂ ଏବଂ ଡାଟାର ଫାଇଦା ଉଠାଇପାରିବେ। ଏହାଛଡା ପ୍ରିମିୟମ ଓଟିଟି ଆପସକୁ ମଧ୍ୟ ଆକ୍ସେସ କରିପାରିବେ। ସବୁଠାରୁ ଖାସ୍‌ କଥା ହେଲା, ଏହା ଆପଣଙ୍କ ବର୍ତ୍ତମାନ ପ୍ଲାନ ଉପରେ କୌଣସି ପ୍ରଭାବ ପକାଏ ନାହିଁ।

jio

ଏମିତି କରନ୍ତୁ ଚେକ୍‌ :

ଗ୍ରାହକଙ୍କୁ ଏକ ଏସଏମଏସ ଜରିଆରେ ଅତିରିକ୍ତ ଡାଟା ବିଷୟରେ ସୂଚନା ଦିଆଯାଉଛି। ଯଦି ଆପଣଙ୍କୁ ଏପରି ମେସେଜ ଆସିଥାଏ, ତେବେ ଏଥିପାଇଁ myjio ଆପ୍‌କୁ ଯାଇ MyPlans ସେକ୍ସନରେ ଚେକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.