ଖୁସି ଖବର! Jio ଆଣିଲା ୩ ନୂଆ ପ୍ରିପେଡ୍‌ ରିଚାର୍ଜ ପ୍ଲାନ, ମିଳିବ ୩ ମାସର Disney+ Hotstarର ମାଗଣା ସବ୍ସକ୍ରିପ୍‌ସନ

ଯଦି ଆପଣ ରିଲାଏନ୍ସ ଜିଓର ଗ୍ରାହକ ଏବଂ Disney+ Hotstarର ସବ୍ସକ୍ରିପ୍‌ସନ ନେବାକୁ ଚାହୁଁଛନ୍ତି, ତ ଆପଣଙ୍କ ପାଇଁ ଏକ ଖୁସି ଖବର। ରିଲାଏନ୍ସ ଜିଓ ଭାରତରେ ୩ଟି ନୂଆ ପ୍ରିପେଡ୍‌ ପ୍ଲାନ ଲଞ୍ଚ୍‌ କରିଛି। ଏଥିରେ ଗ୍ରାହକମାନଙ୍କୁ ଅନଲିମିଟେଡ୍‌ ଡାଟା ଏବଂ ଭଏସ୍‌ କଲିଂ ସହିତ ୩ ମାସର Disney+ Hotstar ସବ୍ସକ୍ରିପ୍‌ସନ ସୁବିଧା ମିଳୁଛି। ଜିଓର ଏହି ନୂଆ ପ୍ଲାନ ୩୩୩ ଟଙ୍କାରୁ ଆରମ୍ଭ ହେଉଛି।

୩୩୩ ଟଙ୍କାର ପ୍ରିପେଡ୍‌ ପ୍ଲାନ

ଜିଓର ୩୩୩ ଟଙ୍କିଆ ପ୍ରିପେଡ୍‌ ପ୍ଲାନ ୨୮ ଦିନର ବୈଧତା ସହିତ ଆସୁଛି। ଏହା ଦୈନିକ 1.5GB ଡାଟା ସହିତ ଅନଲିମିଟେଡ୍‌ ଭଏସ୍‌ କଲିଂର ସୁବିଧା ପ୍ରଦାନ କରୁଛି। ଏହା ପ୍ରତ୍ୟେକ ମାସ 42GB ଡାଟା ଅଫର୍‌ କରିଥାଏ। କିନ୍ତୁ ଲିମିଟ୍‌ ଶେଷ ହେବା ପରେ ନେଟ୍‌ଓ୍ଵାର୍କର ସ୍ପିଡ୍‌ ହ୍ରାସ ପାଇ 64Kbps ହୋଇ ଯାଇଥାଏ। ଏହା ବ୍ୟତୀତ ଏହି ପ୍ରିପେଡ୍‌ ପ୍ଲାନ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌, ଜିଓ ଆପ୍ସ ପାଇଁ ଏକ କମ୍ପ୍ଲିମେଣ୍ଟାରୀ ସବ୍ସକ୍ରିପ୍‌ସନ ସହିତ ୩ ମାସର Disney+ Hotstar ମୋବାଇଲ ସଦସ୍ୟତା ଅଫର୍‌ କରୁଛି।

କେମିତି ଉଠାଇବେ ଏହି ଅଫରର୍‌ ଲାଭ

ଅଫର୍‌ର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କୁ Disney+ Hotstarର ୩ ମାସର ସଦସ୍ୟତା ପ୍ରଦାନ କରୁଥିବା କୌଣସି ବି ପ୍ଲାନ ସହିତ ରିଚାର୍ଜ କରିବାକୁ ହେବ। ଗ୍ରାହକମାନଙ୍କୁ ନିଜ ଜିଓ ମୋବାଇଲ ନମ୍ବର ସହିତ Disney+ Hotstar ଆପ୍‌ରେ ସାଇନ୍‌-ଇନ୍‌ କରିବାକୁ ହେବ, ଯେଉଁଥିରେ ଯୋଗ୍ୟ ରିଚାର୍ଜ କିମ୍ବା ଡାଟା ଆଡ୍‌-ଅନ୍‌ କରାଯାଇଛି। ଏହାପରେ ଗ୍ରାହକମାନଙ୍କୁ ସାଇନ-ଇନ୍‌ ପ୍ରକ୍ରିୟା ପୂରା କରିବା ପାଇଁ ଜିଓ ନମ୍ବରରେ ଆସିଥିବା ଓଟିପି (OTP) ଦେବାକୁ ପଡ଼ିବ।

jio
photo: kashmir student update

ସଫଳ ଲଗ୍‌ଇନ ପରେ ଗ୍ରାହକମାନେ ୩ ମାସର Disney+ Hotstar ମୋବାଇଲ ସଦସ୍ୟତା ସହିତ LIVE କ୍ରିକେଟ୍‌ ଏବଂ ଅନ୍ୟାନ୍ୟ ପସନ୍ଦର ପ୍ରୋଗ୍ରାମ ଷ୍ଟ୍ରିମିଂ ଆରମ୍ଭ କରି ପାରିବେ। ନୂଆ ୟୁଜରମାନଙ୍କଠାରୁ ପ୍ରାଇମ୍‌ ମେମ୍ବରଶିପ୍‌ ପାଇଁ ୧୦୦ ଟଙ୍କାର ଶୁଳ୍କ ନିଆଯିବ। ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ନୂଆ ପ୍ରିପେଡ୍‌ ପ୍ଲାନଗୁଡ଼ିକର ବୈଧତା ୯୦ ଦିନରୁ କମ୍‌ ରହିଛି। ଏଥିପାଇଁ ଗ୍ରାହକମାନଙ୍କୁ ୩ ମାସର Disney+ Hotstar ମୋବାଇଲ ସଦସ୍ୟତାର ଲାଭ ଉଠାଇବା ପାଇଁ ସମୟ ଅନୁସାରେ ହିଁ ରିଚାର୍ଜ କରିବାକୁ ପଡ଼ିବ।

୩ଟି ନୂଆ ରିଚାର୍ଜ ପ୍ଲାନରେ JioTV, JioCinema, JioCloud ଏବଂ Jio ଆପ୍ସ ପାଇଁ ମାଗଣା ଆକ୍ସେସ୍‌ ମଧ୍ୟ ମିଳିବ। କହି ରଖୁଛୁ, ରିଲାଏନ୍ସ ଜିଓ ୩୩୩ ଟଙ୍କାର ପ୍ରିପେଡ୍‌ ପ୍ଲାନ ସହିତ ୫୮୩ ଟଙ୍କା ଏବଂ ୭୮୩ ଟଙ୍କାର ପ୍ରିପେଡ୍‌ ପ୍ଲାନ ମଧ୍ୟ ଲଞ୍ଚ୍‌ କରିଛି। ୫୮୩ ଟଙ୍କା ପ୍ଲାନରେ ୫୬ ଦିନର ବୈଧତା ମିଳୁଥିବା ବେଳେ ୭୮୩ ଟଙ୍କା ପ୍ଲାନରେ ୮୪ ଦିନର ବୈଧତା ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.