ଜିଓର Independence day ଅଫର, ମାଗଣାରେ ଘରେ ବସି ପାଆନ୍ତୁ ଦୈନିକ ୨.୫ଜିବି ଡାଟା ସହିତ ଅନଲିମିଟେଡ କଲିଂ ଓ ଏସଏମ୍‌ଏସ ସୁବିଧା, ଏପରି ଉଠାଇପାରିବେ ଫାଇଦା

କମ ମୂଲ୍ୟରେ ମନୋରଞ୍ଜନର ପୂରା ଫାଇଦା ଉଠାଇବାକୁ ଚାହୁଁଥିଲେ ଆଉ ଡେରି କରନ୍ତୁ ନାହିଁ। ଦେଶର ପ୍ରମୁଖ ଜିଓ କମ୍ପାନୀ ତାର ୟୁଜର୍ସଙ୍କୁ ଖୁସି କରାଇବା ପାଇଁ ସ୍ୱାଧୀନତା ଦିବସ ଅବସରରେ ଆଣିଛି ଶାନଦାର ଅଫର। ଏମିତିରେ ଆପଣଙ୍କ ପାଇଁ ପକେଟ ଫ୍ରେଣ୍ଡଲି ଅଫର ନେଇ ଆସିଛି ରିଲାଏନ୍ସ ଜିଓ।

ସ୍ୱାଧୀନତା ଦିବସ ଅବସରରେ ରିଲାଏନ୍ସ ଜିଓ ଆଣିଲା ଗ୍ରାହକ ମାନଙ୍କ ପାଇଁ ବଢ଼ିଆ ଅଫର। ଏଥିରେ ବର୍ଷକର ପ୍ଳାନ ମିଳିବ ଏକଦମ ଫ୍ରିରେ.. ଯେଉଁଥିରେ ୟୁଜର ମାନଙ୍କୁ ମିଳିବ ପ୍ରତିଦିନ 2.5GB ଡାଟା। ,ହାସହ Disney+Hotstar ର ମାଗଣା ସବସ୍କ୍ରିପସନ।

ସ୍ୱାଧୀନତା ଦିବସରେ ଗ୍ରାହକଙ୍କୁ ଖୁସି କଲା ଭଳି ଅଫର ଆଣିଛି ଜିଓ କମ୍ପାନୀ। ନିଜର ସବୁଠୁ ପ୍ରିୟ ଲମ୍ବା ସମୟର ପ୍ରିପେଡ ପ୍ଳାନରେ ଏକାଧିକ ଲାଭ ଅଫର କରୁଛି। ଏହାବ୍ୟତିତ ୨୨୫୦ ଟଙ୍କାର ଲାଭ ମଧ୍ୟ ପ୍ରଦାନ କରୁଛି। ଜିଓ ଏବେ ଏହି ଅଫର ସମ୍ପର୍କରେ ଘୋଷଣା କରିଛି। ଆଉ ସବୁଠୁ ବଡ଼ କଥା ହେଉଛି ଏହି ଅଫରର ଶେଷ ତାରିଖ ସମ୍ପର୍କରେ କିଛି କୁହାଯାଇନାହିଁ। ଚଳିତ ବର୍ଷରେ ଜିଓର ଇଣ୍ଡିପେଡେଣ୍ଟ ଅଫର ୨୯୯୯ ଟଙ୍କା ର ପ୍ରିପେଡ ପ୍ଲାନ ସହ ଆସିବ।

ଏହି ପ୍ଲାନରେ ଜିଓ ୟୁଜର୍ସଙ୍କୁ ୩୬୫ ଦିନର ଭାଲିଡିଟି ସହିତ ଦୈନିକ 2.5GB ଡାଟା ମିଳିବ। ଏଥିରେ ଭଏସ୍‌ କଲିଂ ଓ ଏସଏମଏସ ମଧ୍ୟ ସାମିଲ ରହିଛି। ଅନଲିମିଟେଡ ଭଏସ୍‌ କଲିଂ ସହିତ ଦୈନିକ ୧୦୦ ଏସଏମଏସ୍‌ ସୁବିଧା ମିଳିବ।

ଦୈନିକ ଡାଟା ଶେଷ ପରେ ୟୁଜର୍ସ ନେଟକୁ 64Kbps ସ୍ପିଡରେ ଚଲାଇପାରିବେ। ଏହି ପ୍ଲାନରେ ଅତିରିକ୍ତ ଲାଭ ବର୍ଷେ ପର୍ଯ୍ୟନ୍ତ ରହିବ। jio tv, jio cinema, jio security, jio cloud , Disney+Hotstar mobile ସବସ୍କ୍ରିପସନ ମିଳିବ।

ଅଫର ସମ୍ପର୍କରେ ଜାଣନ୍ତୁ:
ଜିଓର ଇଣ୍ଡିପେଣ୍ଡେସ୍‌ ୨୦୨୨ ଅଫରରେ ୟୁଜର୍ସଙ୍କୁ ୭୫୦ ଟଙ୍କାରେ 75GBର ଅତିରିକ୍ତ ଡାଟା ମିଳିବ। ୨୨୫୦ ଟଙ୍କାର ଅନ୍ୟ ଲାଭ ମଧ୍ୟ ରହିଛି। ଯେଉଁଥିରେ ajio, netmeds ଓ lxigoରେ ୭୫୦ ଟଙ୍କାର ଛାଡ ସାମିଲ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.