ଜିଓର ଏହି ସବୁ ପ୍ଲାନରେ ଗ୍ରାହକଙ୍କୁ ମିଳିବ ଦମଦାର ଫାଇଦା, ପ୍ରତିଦିନ ପାଇ ପାରିବେ ୩ GB ପର୍ଯ୍ୟନ୍ତର ଡାଟା ସୁବିଧା

ଯଦି ଆପଣ ରିଲାଏନ୍ସ ଜିଓର କଷ୍ଟମର ଓ ନିତିଦିନିଆ ବ୍ୟବହାର ପାଇଁ ଅଧିକ ଡାଟା ଆବଶ୍ୟକ କରୁଥାନ୍ତି ।  ତେବେ ଆପଣଙ୍କ ପାଇଁ ଏହି ଖବର ବିଶେଷ ଲାଭଦାୟୀ ହେବ ।  ଜାଣନ୍ତିକି ରିଲାଏନ୍ସ ଜିଓ ଦ୍ୱାରା ଜାରି ହୋଇଥିବା ତିନିଟି ପ୍ଲାନରେ ପ୍ରତିଦିନ ୩ ଜିବି ପର୍ଯ୍ୟନ୍ତର ଡାଟା ସୁବିଧା ମିଳିପାରିବ ।  ଏହି ପ୍ଲାନ ଗୁଡିକର ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିବ ।  ଏହି ପ୍ଲାନରେ ଅନ୍ୟ ନେଟୱର୍କକୁ କଲ କରିବା ପାଇଁ ୩୦୦୦ ମିନିଟ ପର୍ଯ୍ୟନ୍ତର ସୁବିଧା ମିଳିବ ।  ଜାରି ହୋଇଥିବା ଏହି ତିନିଟି ପ୍ଲାନର ମୂଲ୍ୟ କମ୍ପାନୀ ପକ୍ଷରୁ ଯଥାକ୍ରମେ ୩୪୯ ଟଙ୍କା, ୪୦୧ ଟଙ୍କା, ୯୯୯ ଟଙ୍କା ରଖାଯାଇଥିବା ଜଣାଯାଇଛି ।

୩୪୯ ଟଙ୍କିଆ ପ୍ଲାନ;

କମ୍ପାନୀ ପକ୍ଷରୁ ଜାରି ହୋଇଥିବା ଏହି ପ୍ଲାନର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ ।  ଏଥିରେ ପ୍ରତିଦିନ ୩ ଜିବି ଡାଟା ଅର୍ଥାତ ମୋଟ ରୂପରେ ୮୪
ଡାଟା ମିଳିପାରିବ ।  ଏହି ପ୍ଲାନରେ ଜିଓ ରୁ ଜିଓକୁ ଅନଲିମିଟେଡ଼ କଲିଙ୍ଗ ସହ ଅନ୍ୟ ନେଟୱର୍କକୁ ୧ ହଜାର ମିନିଟ ପର୍ଯ୍ୟନ୍ତ ସମୟ ମିଳିବ ।  ଏହା ସହ ପ୍ରତିଦିନ ୧୦୦ ଏସଏମଏସ ପଠା ଯାଇପାରିବ ।

jio new two

୪୦୧ ଟଙ୍କିଆ ପ୍ଲାନ:

ଏହି ପ୍ଲାନରେ Disney + Hotstar ସବସ୍କ୍ରିପସନର ସୁବିଧା ରହିଛି ।  ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ସମେତ ଏକ୍ସଟ୍ରା ୬ ଜିବି ଡାଟା ମିଳିପାରିବ ।  ଅର୍ଥାତ ଏହି ପ୍ଲାନରେ ୯୦ ଜିବି ପର୍ଯ୍ୟନ୍ତର ଡାଟା ସୁବିଧା ରହିଛି ।  ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ଥିବା ବେଳେ ପ୍ରତିଦିନ ୧୦୦ ଏସଏମଏସ ସୁବିଧା ବି ରହିଛି ।  ଏହା ବାଦ ଅନ୍ୟ ନେଟୱର୍କକୁ କଳିଙ୍ଗ ପାଇଁ ୧ ହଜାର ମିନିଟ ପର୍ଯ୍ୟନ୍ତ ସମୟ ମିଳିବ ।

୯୯୯ ଟଙ୍କିଆ ପ୍ଲାନ:

ଏହି ପ୍ଲାନରେ ୮୪ ଦିନର ବୈଧତା ରହିଛି ।  ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ସହ ମୋଟ ୨୫୨ ଜିବିର ଡାଟା ସୁବିଧା ମିଳିବ ।  ଏହା ଜରିଆରେ ପ୍ରତିଦିନ ୧୦୦ ଏସଏମଏସ ପଠା ଯାଇପାରିବା ସହ ଅନ୍ୟ ନେଟୱାର୍କକୁ କଲିଙ୍ଗ ପାଇଁ ୩ ହଜାର ଏକ୍ସଟ୍ରା ମିନିଟ ମିଳିପାରିବ ।

 

 

 

 

Leave A Reply

Your email address will not be published.