ଆଜିଠୁ ରିଲାୟାନ୍ସ ଜିଓ Disney+ Hotstar ର ପ୍ରିପେଡ୍‌ ପ୍ଲାନ୍‌ରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଜାଣନ୍ତୁ ପକେଟ୍‌ ଉପରେ ଆଉ କେତେ ଅଧିକ ପଡ଼ିବ ବୋଝ

ଆଜିଠୁ ବଦଳିଯାଉଛି ଅନେକ ନିୟମ, ଯାହା ସାଧାରଣ ଗ୍ରାହକଙ୍କ ଜୀବନ ଉପରେ ବଡ଼ ପ୍ରଭାବ ପକାଇବ। ସେପ୍ଟେମ୍ବର ୧ରୁ ଷ୍ଟ୍ରିମିଂ ସର୍ଭିସ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ନିଜ ପ୍ରିପେଡ୍‌ ପ୍ଲାନ୍‌କୁ ରିଭାଇଜ୍‌ କରୁଛି। ଆଜିଠୁ ଗ୍ରାହକଙ୍କୁ ୩ଟି ନୂଆ ପ୍ଲାନ୍‌ ମିଳିବ। ଏହି ୩ଟି ପ୍ଲାନ୍‌ ହେଉଛି ୪୯୯ ଟଙ୍କିଆ ବର୍ଷିକିଆ ପ୍ଲାନ୍‌, ବର୍ଷିକିଆ ୮୯୯ ଟଙ୍କିଆ ସୁପର ପ୍ଲାନ୍‌ ଓ ବର୍ଷିକିଆ ୧୪୯୯ ଟଙ୍କିଆ ପ୍ରିମିୟମ୍‌ ପ୍ଲାନ୍‌। ଏଥିସହ କମ୍ପାନୀ ନିଜ ୩୯୯ ଟଙ୍କିଆ ପ୍ଲାନ୍‌କୁ ଆଜିଠୁ ବନ୍ଦ କରୁଛି।

ଏବେ ଯାଏଁ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ଗ୍ରାହକଙ୍କୁ ମାତ୍ର ଦୁଇ ପ୍ରକାରର ସବ୍‌ସ୍କ୍ରିପ୍‌ସନ୍‌ ଦେଉଥିଲା। ସେଥିରେ ୩୯୯ ଟଙ୍କିଆ ଭିଆଇପି ପ୍ଲାନ୍‌ ଓ ୧୪୯୯ ଟଙ୍କିଆ ପ୍ଲାନ୍‌ ଥିଲା। ଭିଆଇପି ଗ୍ରାହକଙ୍କୁ ଏଠାରେ ଲିମିଟେଡ୍‌ ଆକ୍ସେସ୍‌ ମିଳୁଥିଲା। କିନ୍ତୁ ଏଥିରେ କୌଣସି ଇଂଲିଶ୍‌ ଶୋ’ ଓ ଡିଜ୍‌ନୀ ଓରିଜିନଲ୍ସର ଆକ୍ସେସ୍‌ ନଥିଲା। ଏଥିରେ ବିଜ୍ଞାପନ ମଧ୍ୟ ଥିଲା।

ତେବେ ବର୍ତ୍ତମାନ ଲଞ୍ଚ୍‌ ହୋଇଥିବା ନୂଆ ପ୍ଲାନ୍‌ ପୂର୍ବରୁ ଥିବା ୩୯୯ ଟଙ୍କିଆ ପ୍ଲାନ୍‌ ଠାରୁ ୧୦୦ ଟଙ୍କା ଅଧିକ। ୩୯୯ ଟଙ୍କିଆ ପ୍ଲାନ୍‌ ବନ୍ଦ ହୋଇଯାଇଥିବାରୁ Disney+ Hotstar ର ସବୁଠାରୁ ଶସ୍ତା ପ୍ଲାନ୍‌ ହେଉଛି ୪୯୯ ଟଙ୍କିଆ ପ୍ଲାନ୍‌। ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୩ ଜିବି ଡାଟା ୨୮ ଦିନ ଯାଏଁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.