ରିଲାଏନ୍ସ ଜିଓମାର୍ଟର ଜବରଦସ୍ତ ସେଲ୍‌ ଆରମ୍ଭ, ଗ୍ରାହକଙ୍କ ମିଳୁଛି ୮୦ ପ୍ରତିଶତ ଡିସକାଉଣ୍ଟ

ଭାରତର ସବୁଠାରୁ ବଡ ଅନଲାଇନ ରିଟେଲ କମ୍ପାନୀ ରିଲାଏନ୍ସ ଜିଓମାର୍ଟ ବର୍ଷର ସବୁଠାରୁ ବଡ ଫେଷ୍ଟିଭାଲ ସେଲ୍‌ର ଘୋଷଣା କରିଛି। ଜିଓମାର୍ଟର ଏହି ସେଲ୍‌ ୨୩ ସେପ୍ଟେମ୍ବରରୁ ୨୩ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଏଥିରେ ଦୁଇଟି ସେଲ୍‌ ଘୋଷଣା କରିଛି। ଗୋଟେର ନାମ ତ୍ୟୋହାର ରେଡି ସେଲ୍‌ ରହିଥିବା ବେଳେ ଦ୍ୱିତୀୟ ନାମ ବେଷ୍ଟିଭାଲ ସେଲ୍‌ ରହିଛି। ଏଥିରେ ଗ୍ରାହକଙ୍କୁ ଜବରଦସ୍ତ ଡିସକାଉଣ୍ଟ ଅଫର ମିଳୁଛି।

ଆଗାମୀ ଫେଷ୍ଟିଭ ସିଜିନି ଅଫର ପାଇଁ ଲୋକ ସପିଂ କରିବା ଆରମ୍ଭ କରିଦେଇଛନ୍ତି। ଯଦି ଆପଣ କିଚେନ ଏବଂ ହୋମ, ଫ୍ୟାଶନ ଏବଂ ଲାଇଫଷ୍ଟାଇଲ, ବ୍ୟୁଟି ପ୍ରଡକ୍ଟ, ଇଲେକ୍ଟ୍ରୋନିକ୍ସ ଆଇଟମ୍‌ ଇତ୍ୟାଦିରେ ୮୦ ପ୍ରତିଶତ ଡିସକାଉଣ୍ଟ ପାଇପାରିବେ। ଏହି ସେଲରେ ରିଲାଏନ୍ସ ଜବରଦସ୍ତ ଅଫର ଦେଉଛି। ଏହାସହିତ କମ୍ପାନୀ କିଛି ବ୍ୟାଙ୍କ ଗ୍ରାହକଙ୍କୁ ଅତିରିକ୍ତ ଲାଭ ମଧ୍ୟ ଦେଉଛି। ୮୦ ପ୍ରତିଶତ ଡିସକାଉଣ୍ଟର ଲାଭ ଉଠାଇବା ପାଇଁ ଅତିକମ୍‌ରେ ୬,୯୯୯ ଟଙ୍କା ସପିଂ କରିବାକୁ ହେବ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କୁ ଡେବିଟ୍‌ କାର୍ଡରେ ସପିଂ କରିବା ଦ୍ୱାରା ଜବରଦସ୍ତ ଅଫରର ଲାଭ ମଧ୍ୟ ମିଳିବ।

ଯଦି ଆପଣ ଏସବିଆଇ କାର୍ଡ ହୋଲଡର ତେବେ ଆପଣଙ୍କୁ ଏହି ସେଲ ଜରିଆରେ ଦ୍ୱିଗୁଣା ଲାଭ ମିଳିବ। ଏସବିଆଇ ଡେବିଟ୍‌ କାର୍ଡଧାରୀ ଯଦି ଜିଓ ମାର୍ଟରୁ ସପିଂ କରନ୍ତି, ତେବେ ୧୦ ପ୍ରତିଶତ କ୍ୟାସବ୍ୟାକ୍‌ ମିଳିବ। ଏଥିପାଇଁଆପଣଙ୍କୁ ଅତିକମରେ ୧ ହଜାର ଟଙ୍କାର ସପିଂ କରିବାକୁ ପଡିବ। ଏହାସହିତ ଗ୍ରାହକ ‘ଫ୍ଲାଶ ଡିଲ ଅଫରର ଲାଭ ମଧ୍ୟ ଉଠାଇପାରିବେ। ମହଙ୍ଗା ଇଲେକ୍ଟ୍ରିକାଲ ଜିନିଷରେ ଫାଇଦା ମିଳିବ। ଏହାସହିତ ରିଲାଏନ୍ସ ବ୍ରାଣ୍ଡର ଜିନିଷ ଯେପରିକି ରିଲାଏନ୍ସ ଟ୍ରେଣ୍ଡସ, ରିଲାଏନ୍ସ ଡିଜିଟାଲରେ ମଧ୍ୟ ଅତିରିକ୍ତ ଲାଭ ମିଳିବ।

ରିଲାଏନ୍ସ ଜିଓମାର୍ଟ ଦେଶର ଗରିବ ଏବଂ ସାଧାରଣ ଲୋକଙ୍କ ଜୀବନରେ ବଡ ପରିବର୍ତ୍ତନ କରିଛି। ପ୍ରଥମ ଥର ପାଇଁ ଫେଷ୍ଟିଭ ସେଲରେ ଟ୍ରାଡିସନାଲ କାରିଗର ଏବଂ ବୁଣାକାରଙ୍କୁ ଯୋଡିବାକୁ ପ୍ରୟାସ କରିଛି ଜିଓ। ଯଦି ଆପଣ ପାରମ୍ପରିକ ଶାଢି ଯେପରିକି ସମ୍ବଲପୁରୀ, ଚିକନକରୀ କିମ୍ବା ଗହଣା କିଣିବାକୁ ଚାହୁଁଛନ୍ତି, ତେବେ ଜିଓମାର୍ଟରୁ ଜିଣିପାରିବେ।

ସୂଚନାଯୋଗ୍ୟ, ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟସ୍‌ଆପ୍‌ରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଶୁଭାରମ୍ଭ ବିଷୟରେ ଘୋଷଣା କରିଛି। ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରେ ଜିଓମାର୍ଟରେ ସପିଂ କରିପାରିବେ । ସାରା ଦେଶରେ ପ୍ରଥମ ଭାବେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ଜରିଆରେ ଅନଲାଇନ୍‌ରେ ସପିଂ କରିବେ। ଏଥିରେ ସମସ୍ତ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍/ଦେୟ ପ୍ରଦାନ ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

Also Read : ଏମିତି ବସ୍‌ ସମସ୍ତଙ୍କୁ ମିଳୁ! କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ କମ୍ପାନୀ ଦେଲା ୧୧ ଦିନର ଛୁଟି…

You might also like