ଦୀପାବଳିରେ ଗ୍ରାହକଙ୍କ ପାଇଁ ଜିଓ ଆଣିଛି ଏହି ଆକର୍ଷଣୀୟ ଅଫର, ତୁରନ୍ତ ଉଠାନ୍ତୁ ଲାଭ

ଦୁର୍ଗାପୂଜା ଓ ଦୀପାବଳି ଅବସରରେ ଭାରତୀୟ ଗ୍ରାହକଙ୍କ ପାଇଁ ଜିଓ ଆଣିଛି ବଡ଼ ଅଫର। ଜିଓ ପକ୍ଷରୁ ଦୀପାବଳି ଅଫର ଘୋଷଣା କରାଯାଇଛି। ପାର୍ବଣ ଅବସରରେ ଜିଓ ପକ୍ଷରୁ ଜିଓଫୋନ୍‌କୁ ମାତ୍ର ୬୯୯ ଟଙ୍କାର ଏକ ସ୍ୱତନ୍ତ୍ର ମୂଲ୍ୟରେ ଉପଲବ୍ଧ କରାଯାଇଛି। ଏହି ଫୋନର ବର୍ତ୍ତମାନ ବଜାର ମୂଲ୍ୟ ୧୫୦୦ ଟଙ୍କା ରହିଛି। ଏହି ମୂଲ୍ୟ ବଜାରରେ ବର୍ତ୍ତମାନ ଉପଲବ୍ଧ ହେଉଥିବା ଯେକୌଣସି ୨ଜି ଫିଚର ଫୋନ୍ ତୁଳନାରେ ଖୁବ କମ୍।

ଏହାସହ ପଢ଼ନ୍ତୁ: ଫେଷ୍ଟିଭ୍‌ ଅଫର: ବଜାଜ୍‌ର ୫ ଗିୟରଯୁକ୍ତ ବାଇକ୍‌ରେ ମିଳୁଛି ଏହି ଆକର୍ଷଣୀୟ ଅଫର, ତୁରନ୍ତ କିଣନ୍ତୁ

ଯେଉଁ ଗ୍ରାହକ ଦୀପାବଳି ଅଫର ଜରିଆରେ ଜିଓରେ ଯୋଗ ଦେବେ, ସେମାନଙ୍କୁ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ସୁବିଧା ପ୍ରଦାନ କରାଯିବ। ପ୍ରଥମ ୭ଟି ରିଚାର୍ଜରେ ଜିଓ ସେମାନଙ୍କୁ ଅତିରିକ୍ତ ଭାବେ ପ୍ରତିଥର ୯୯ ଟଙ୍କା ମୂଲ୍ୟର ଡାଟା ଦେବ। ଅତିରିକ୍ତ ଡାଟା ଜରିଆରେ ଏହି ଅଫରରେ ଜିଓ ଫୋନ୍ ବ୍ୟବହାରକାରୀ ମନୋରଂଜନ, ଟଙ୍କା ନେଣଦେଣ, ଇ-କମର୍ସ, ଶିକ୍ଷା, ଲର୍ଣ୍ଣିଂ, ତାଲିମ, ରେଳ ଓ ବସ୍ ବୁକିଙ୍ଗ, ଆର୍ଟିଫିସିଆଲ୍ ଇଟେଂଲିଜେନ୍ସ ଆପ୍ସ ବ୍ୟବହାର କରିପାରିବେ। ଜିଓ ଫୋନ୍ କିଣିବାରେ ୮୦୦ ଟଙ୍କାର ସଂଚୟ ଏବଂ ୭୦୦ ଟଙ୍କା ମୂଲ୍ୟର ଡାଟା ଜରିଆରେ ପ୍ରତି ଗ୍ରାହକ ମୋଟ ୧୫୦୦ ଟଙ୍କାର ଲାଭ ପାଇପାରିବେ। ଏକ ସମୃଦ୍ଧ ଡିଜିଟାଲ୍ ଭାରତ ପାଇଁ ୧୫୦୦ ଟଙ୍କାର ଏହି ଲାଭ ହେଉଛି ଜିଓର ଦୀପାବଳି ଉପହାର।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, ‘ସୁଲଭ ମୂଲ୍ୟର ଇଣ୍ଟରନେଟ୍ ଏବଂ ଡିଜିଟାଲ୍ ବିପ୍ଳବ ଲାଭରୁ ଯେଭଳି କୌଣସି ଭାରତୀୟ ବଞ୍ଚିତ ନହୁଅନ୍ତୁ ତାହାକୁ ନିଶ୍ଚିତ କରିବା ଜିଓର ଲକ୍ଷ୍ୟ। ଜିଓ ଫୋନ୍ ଦୀପାବଳି ଅଫର ପ୍ରଦାନ କରି ଆମେ ସବୁବର୍ଗର ଲୋକଙ୍କୁ ଇଣ୍ଟରନେଟ୍ ଅର୍ଥନୀତିରେ ସାମିଲ କରିବାକୁ ଏକ ପ୍ରୟାସ କରିଛୁ।’

WCW 11

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

9 seconds ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

17 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

30 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

39 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

42 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago