ବ୍ୟବସାୟ ଓ ଅର୍ଥନୀତି

Jioର ସବୁଠାରୁ ଶସ୍ତା ପ୍ଲାନ୍‌! ମାତ୍ର ୭୫ ଟଙ୍କାରେ ପାଆନ୍ତୁ ଡାଟା, ଅନଲିମିଟେଡ୍‌ କଲିଂ ଏବଂ ଆହୁରି ଅନେକ…

ରିଲାଏନ୍ସ ଜିଓ ଏକ ଲୋକପ୍ରିୟ ଘରୋଇ ଟେଲିକମ୍‌ କମ୍ପାନୀ। ଏହାକୁ ଆଜିର ସମୟରେ ଦେଶର ସଫଳତମ ଟେଲିକମ୍‌ କମ୍ପାନୀ କହିବା ମଧ୍ୟ ଭୁଲ୍‌ ହେବନାହିଁ। ଜିଓ ନିଜ ଗ୍ରାହକମାନଙ୍କୁ କମ୍‌ ଦାମ୍‌ ଏବଂ ଅଧିକ ଫାଇଦା ଦେଉଥିବା ପ୍ଲାନ୍‌ଗୁଡ଼ିକ ଅଫର୍‌ କରିଥାଏ। ଆଜି ଆମେ ଆପଣଙ୍କୁ ଜିଓର ସବୁଠାରୁ ଶସ୍ତା ପ୍ରିପେଡ୍‌ ପ୍ଲାନ୍‌ ବିଷୟରେ କହିବାକୁ ଯାଉଛି, ଯାହା ୭୫ ଟଙ୍କାରେ ଅନଲିମିଟେଡ୍‌ କଲିଙ୍ଗ୍‌ ଏବଂ ଡାଟା ସମେତ ଅନେକ ବେନିଫିଟ୍ସ ଅଫର୍‌ କରୁଛି। ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ…

ରିଲାଏନ୍ସ ଜିଓର ଏହା ସବୁଠାରୁ ଶସ୍ତା ପ୍ରିପେଡ୍‌ ପ୍ଲାନ, ଯାହାର ଦାମ୍‌ ରହିଛି ମାତ୍ର ୭୫ ଟଙ୍କା। ଏହି ପ୍ଲାନରେ ଆପଣଙ୍କୁ ବହୁତ କିଛି ବେନିଫିଟ୍ସ ଦିଆଯାଉଛି ଏବଂ ଏହି ଫାଇଦାଗୁଡ଼ିକର ବୈଧତା ୨୩ ଦିନର ରହିଛି। ଏହି ପ୍ଲାନ୍‌କୁ ଆପଣ ସହଜରେ ରିଚାର୍ଜ କରାଇ ପାରିବେ ଏବଂ କମ୍‌ ଦାମ୍‌ରେ ଅନେକ କିଛି ଫାଇଦା ଉପଭୋଗ କରି ପାରିବେ।

ଜିଓର ଏହି ୭୫ ଟଙ୍କିଆ ପ୍ଲାନରେ ୨୩ ଦିନ ପାଇଁ କୌଣସି ବି ନେଟ୍‌ଓ୍ଵାର୍କକୁ ଅନଲିମିଟେଡ୍‌ ଭଏସ୍‌ କଲିଂ, ପ୍ରତ୍ୟେକ ଦିନ ପାଇଁ 100MB ଡାଟା ଅର୍ଥାତ୍‌ ମୋଟ 2.5GB ଡାଟା ଏବଂ ୫୦ ଏସ୍‌ଏମ୍‌ଏସ୍‌ର ଲାଭ ଦିଆଯାଉଛି। କହି ରଖୁଛୁ, ଡେଲି ଡାଟା ଶେଷ ହେବା ପରେ ଇଣ୍ଟରନେଟ୍‌ ସ୍ପିଡ୍‌କୁ କମ୍‌ କରାଯାଇ 60Kbps କରି ଦିଆଯିବ। ଏହି ପ୍ଲାନ୍‌ରେ ଜିଓ ସିନେମା, ଜିଓ ସିକ୍ୟୁରିଟି ଏବଂ ଜିଓ କ୍ଲାଉଡ୍‌ ଭଳି ସମସ୍ତ ଜିଓ ଆପ୍‌ର ସବ୍ସକ୍ରିପସନ ଦିଆଯାଉଛି।

ଏହି ପ୍ଲାନ୍‌କୁ ରିଚାର୍ଜ କରାଇବା ପାଇଁ ଆପଣ My Jio Appକୁ ମଧ୍ୟ ଯାଇପାରିବେ। ନଚେତ୍‌ ଜିଓର ଅଫିସିଆଲ େଓ୍ଵବ୍‌ସାଇଟରୁ ବି ଏହାକୁ କିଣି ପାରିବେ। ଏହି ପ୍ଲାନ ଆପଣଙ୍କୁ Google Pay ଭଳି ଅନେକ ପେମେଣ୍ଟ ଆପ୍‌ରେ ମଧ୍ୟ ମିଳିଯିବ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

9 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

11 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

17 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

26 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

26 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

44 mins ago