Jioର ଶସ୍ତା ପ୍ଲାନ୍‌, 75GB ଡାଟା ସହିତ Netflix-Amazon Primeର ମାଗଣା ସବ୍ସକ୍ରିପ୍ସନ; ଜାଣନ୍ତୁ ଅନ୍ୟାନ୍ୟ ଲାଭ

ଶସ୍ତାରେ ଅଧିକ ଲାଭ କଥା ଉଠିଲେ ପ୍ରଥମେ Jio ନାଁ ହିଁ ସାମ୍ନାକୁ ଆସିଥାଏ। Jio ପାଖରେ ପ୍ରିପେଡ୍‌ ଛଡ଼ା ପୋଷ୍ଟପେଡ୍‌ ପାଇଁ ମଧ୍ୟ ବଢ଼ିଆ ପ୍ଲାନ୍ସ ଅଛି। ଆଜି ଆମେ ଆପଣଙ୍କୁ Jioର ଏମିତି ଏକ ପୋଷ୍ଟପେଡ୍‌ ପ୍ଲାନ୍‌ ବିଷୟରେ କହିବାକୁ ଯାଉଛୁ, ଯାହାର ଦାମ୍‌ କମ୍‌ କିନ୍ତୁ ଲାଭ ବହୁତ ଅଧିକ ରହିଛି। ଏଥିରେ ଆପଣଙ୍କୁ 75GB ଡାଟା ସହିତ ନେଟ୍‌ଫ୍ଲିକ୍ସ ଏବଂ ଆମାଜନ୍‌ ପ୍ରାଇମ୍‌ର ମାଗଣା ସବ୍ସକ୍ରିପ୍ସନ ମିଳିପାରିବ। ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ।

Jioର 399 ଟଙ୍କା ବାଲା ପୋଷ୍ଟପେଡ୍‌ ପ୍ଲାନ

Jioର 399 ଟଙ୍କା ବାଲା ପୋଷ୍ଟପେଡ୍‌ ପ୍ଲାନରେ ୧ ମାସ ପର୍ଯ୍ୟନ୍ତ 75GB ଡାଟା ଉପଲବ୍ଧ କରାଯାଉଛି। ଏଥିରେ ପ୍ରତିଦିନର କୌଣସି ହିସାବ ନାହିଁ। ଆପଣ ପୂରା ମାସରେ କୌଣସି ବି ଦିନ ଯାଏ ଏତିକି ଡାଟା ବ୍ୟବହାର କରିପାରିବେ। ଯଦି ଡାଟା ବଳକା ବି ରହିଯାଏ, ତ Jio ଏହି ପ୍ଲାନରେ 200GB ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭରର ସୁବିଧା ଦେଉଛି। ଡାଟା ଯଦି ସରି ଯାଉଛି, ତା’ହେଲେ କମ୍ପାନୀ ୧ ଜିବି ଡାଟା ପାଇଁ ୧୦ ଟଙ୍କା ଚାର୍ଜ କରିବ।

ଅନଲିମିଟେଡ୍‌ କଲିଙ୍ଗ୍‌ ସହିତ Netflix-Amazon Primeର ମାଗଣା ସବ୍ସକ୍ରିପ୍ସନ

ଏହି ପ୍ଲାନ୍‌ରେ ଅନଲିମିଟେଡ୍‌ କଲିଙ୍ଗ୍‌ ସହିତ ପ୍ରତିଦିନ 100 SMS ଦିଆଯିବ। ଯଦି ଆପଣ OTT କଣ୍ଟେଣ୍ଟ୍‌ ପାଇଁ ଇଚ୍ଛା ରଖୁଛନ୍ତି, ତା’ହେଲେ ଏହି ପ୍ଲାନ୍‌ ଆପଣଙ୍କ ପାଇଁ ବେଷ୍ଟ ରହିବ। ଏହି ପ୍ଲାନ୍‌ ସହିତ ଆପଣଙ୍କୁ Netflix, Amazon Prime ଏବଂ Disney + Hotstarର ମାଗଣା ସବ୍ସକ୍ରିପ୍ସନ ମିଳୁଛି। ଏହାଛଡ଼ା Jio ଆପ୍ସର ମାଗଣା ସବ୍ସକ୍ରିପ୍ସନ ମଧ୍ୟ ଦିଆଯିବ।

Jioର 399 ଟଙ୍କା ବାଲା ପ୍ରିପେଡ୍‌ ପ୍ଲାନ

Jio ପାଖରେ 399 ଟଙ୍କା ବାଲା ପ୍ରିପେଡ୍‌ ପ୍ଲାନ ମଧ୍ୟ ଅଛି, ଯାହାର ବୈଧତା ୫୬ ଦିନର ରହିଛି। ଏଥିରେ ପ୍ରତିଦିନ 1.5 GB ଡାଟା ଦିଆଯାଉଛି। ପ୍ଲାନ୍‌ରେ ଅନଲିମିଟେଡ୍‌ କଲିଙ୍ଗ୍‌ ଏବଂ ପ୍ରତିଦିନ 100 SMSର ସୁବିଧା ରହିଛି। ଏଥି ସହିତ Jio ଆପ୍ସର ମାଗଣା ସବ୍ସକ୍ରିପ୍ସନ ମଧ୍ୟ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.