IBPS SO: ବ୍ୟାଙ୍କରେ ଖାଲି ପଡିଛି ୧୮୦୦ରୁ ଅଧିକ ପଦବୀ ଆଜି ହିଁ ଶେଷ ତାରିଖ, ଜାଣନ୍ତୁ କିପରି କରିବେ ଆବେଦନ

ବ୍ୟାଙ୍କରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲର୍ଟ । ସାର୍ବଜନୀନ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କ ଗୁଡିକରେ ୧୮୦୦ରୁ ଅଧିକ ଅଫିସର ପଦବୀ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୩ ନଭେମ୍ବର ୨୦୨୧ ଅର୍ଥାତ ଆଜି ହିଁ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ, ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି, ଶେଷ ମୁହୂର୍ତ୍ତରେ ବହୁ ସଂଖ୍ୟକ ପ୍ରାର୍ଥୀ ଏହି ନିଯୁକ୍ତି ଆବେଦନ ପାଇଁ ଲଗ୍ ଇନ୍ କରିବା କାରଣରୁ ଏହି ପେଜ୍ ରେ ଟେକ୍ନିକାଲ ସମସ୍ୟା ଦେଖାଯାଉଥିଲା । ତେବେ ଇଛୁକ ପ୍ରାର୍ଥୀମାନେ ଶୀଘ୍ର ଆବେଦନ କରନ୍ତୁ । ଏହା ମଧ୍ୟ ଧ୍ୟାନ ଦେବା ଉଚିତ୍ ଯେ ଆବେଦନ ପ୍ରକ୍ରିୟା ଅଧୀନରେ ନିର୍ଦ୍ଦିଷ୍ଟ ଫିସ୍ ୮୫୦ ଟଙ୍କା ଦେବାର ଆଜି ମଧ୍ୟ ଶେଷ ତାରିଖ ।

କେଉଁ ମାନେ ଆବେଦନ କରିପାରିବେ ?

IBPS ଦ୍ୱାରା ପ୍ରକାଶିତ SO ନିଯୁକ୍ତି ବିଜ୍ଞପ୍ତି ୨୦୨୧-୨୨ ଅନୁଯାୟୀ, କେବଳ ସେହି ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ, ଯେଉଁମାନେ ଖାଲିଥିବା ବିଭାଗରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୦ ବର୍ଷରୁ ଅଧିକ ଓ ୩୦ ବର୍ଷରୁ କମ ହୋଇଥିବା ଆବଶ୍ୟକ । ଆବେଦନକାରୀଙ୍କ ଜନ୍ମ ୧୯୯୧ ନଭେମ୍ବର ୨ ତାରିଖ ପୂର୍ବରୁ ଓ ୨୦୦୧ ନଭେମ୍ବର ୧ ତାରିଖ ପରେ ହୋଇନଥିବା ଆବଶ୍ୟକ । ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ IBPS SO ୨୦୨୨-୨୩ ନିଯୁକ୍ତି ବିଜ୍ଞପ୍ତିକୁ ଅନୁସରଣ କରିପାରିବେ ।

କେଉଁ ବ୍ୟାଙ୍କ ପାଇଁ ଆବେଦନ ?

ଯେଉଁ ବ୍ୟାଙ୍କଗୁଡିକରେ ଆଇଓପିଏସ୍ ଦ୍ୱାରା AO ପଦବୀ ନିଯୁକ୍ତ ହେବ ସେଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିଣ୍ଡ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏହି ସମସ୍ତ ବ୍ୟାଙ୍କରେ ଆଇଟି ଅଫିସର, ଏଗ୍ରିକଲଚର ଅଧିକାରୀ, ରାଜଭାଷା ଅଧିକାରୀ, ଆଇନ ଅଧିକାରୀ, ଏଚଆର / ପର୍ସନାଲ ଅଫିସର ଏବଂ ମାର୍କେଟିଂ ଅଫିସରଙ୍କ ପାଇଁ ମୋଟ ୧୮୨୮ ଟି ପଦବୀ ଖାଲି କରାଯାଇଛି। ଏଥିରେ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାରେ ଡିଗ୍ରୀ ପ୍ରାପ୍ତ କରିଥିବା ଆଶାୟୀ ଏଥିରେ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.