BSF କନେଷ୍ଟବଳ ନିଯୁକ୍ତି, ଜଲଦି କରନ୍ତୁ ଖାଲିପଡିଛି ୨୭୮୮ ପଦବୀ

ବର୍ଡର ସିକ୍ୟୁରିଟି ଫୋର୍ସ (BSF) ରେ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ। ସୀମା ସୁରକ୍ଷା ବଳ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭାରତ ସରକାରଙ୍କ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ଜରୁରୀ। ଏହା ସହିତ ଆଇଟିଆଇ ପ୍ରମାଣପତ୍ର ଥିବା ମଧ୍ୟ ଜରୁରୀ। ଅଧିକ ଜାଣିବା ପାଇଁ ବିଏସଏଫର ଅଫିସିଆଲ େଓ୍ଵବସାଇଟକୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ।

ପଦବୀ ବିବରଣୀ: ୨,୭୮୮

ପୁରୁଷ: ୨୬୫୧

ମହିଳା: ୧୩୭

ଜରୁରୀ ତାରିଖ: ଆବେଦନ କରିବା ପାଇଁ ତାରିଖ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିବା ବେଳେ ଶେଷ ମାର୍ଚ୍ଚ ୧ ତାରିଖ ୨୦୨୨ରେ ହେବ।

ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ। ଏହାଛଡା ଭୋକେସନାଲ ଇନଷ୍ଟୁଚ୍ୟୁଟ୍‌ରୁ ଆଇଟିଆଇ ପାସ୍‌ ସହିତ ୨ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ।

କେମିତି କରିବେ ଆବେଦନ :

ଅନଲାଇନ ଆବେଦନ କରିବା ପାଇଁ ପ୍ରଥମେ ବିଏସଏଫର ଅଫିସିଆଲ େଓ୍ଵବସାଇଟ୍‌rectt.bsf.gov.in ଯାଆନ୍ତୁ।

େଓ୍ଵବସାଇଟ୍‌ ହୋମ ପେଜରେcurrent recruitment openings ଲିଙ୍କକୁ ଯାଆନ୍ତୁ।

ତା’ ପରେBSF Constable Tradesman Recruitment 2022 Online Form ଲିଙ୍କ ଉପରେ କ୍ଲିକ କରନ୍ତୁ।

ଏଠାରେ ଆପ୍ଲାଏ ଅପସନକୁ ଯାଆନ୍ତୁ।

ସବୁ ବିବରଣୀ ଭରି ରେଜିଷ୍ଟ୍ରେସନ ପ୍ରକ୍ରିୟା ପୂରଣ କରନ୍ତୁ।

ରେଜିଷ୍ଟ୍ରେସନ କରିବା ପରେ ଆପ୍ଲିକେସନ ଫର୍ମ ଭରଣ କରନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://rectt.bsf.gov.in/#bsf-current-openings