NABARD ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ସରକାରୀ ଚାକିରି ଖୋଜୁଥିବା ଯୁବପିଢି ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରୀକଲଚର ଆଣ୍ଡ ରୁରାଲ ଡେଭଲପମେଣ୍ଡ (NABARD) ପକ୍ଷରୁ ଆବେଦନପତ୍ର ଗ୍ରହଣ କରାଯାଇଛି। ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ମ୍ୟାନେଜର ପଦବୀରେ ଭର୍ତ୍ତି ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାଥୀ ଅଫିସିଆଲ େଓ୍ଵବସାଇଟ nabard.org କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ: ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୭ ତାରିଖରେ ଶେଷ ହେବାକୁ ଯାଉଛି।

ଶିକ୍ଷାଗତ ଯୋଗ୍ୟତା: ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଅତିକମରେ ମାନ୍ୟତାପ୍ରାପ୍ତ ୟୁନିଭରସିଟି କିମ୍ବା ସଂସ୍ଥାରୁ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ। ଏହା ସହିତ ଅତିକମରେ ୬୦ ପ୍ରତିଶତ ମାର୍କ ରଖିତିବା ଜରୁରୀ।

ବୟସ ସୀମା: ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ୩୦ ବର୍ଷ ହୋଇଥିବା ଜରୁରୀ।

ଚୟନ ପ୍ରକ୍ରିୟା: ଯେଉଁ ପ୍ରାର୍ଥୀଙ୍କ ଚୟନ କରାଯିବ ସେମାନେ ଦୁଇଟି ପର୍ଯ୍ୟାୟରେ ଗତି କରିବାକୁ ପଡିବ। ପ୍ରଥମେ ଲିଖିତ ପରୀକ୍ଷା ଏବଂ ପରେ ଇଣ୍ଟରଭ୍ୟୁ ଦେବାକୁ ପଡିବ। ଏହି ଦୁଇଟି ପରୀକ୍ଷା ଆଧାରରେ ପ୍ରାର୍ଥୀଙ୍କ ଚୟନ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.