୧୦ମ ପାସଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗ ତରଫରୁ ଗୁଜରାଟ ଏବଂ କର୍ନାଟକ ପୋଷ୍ଟାଲ ସର୍କଲରେ ଅନେକ ପଦବୀ ଖାଲି ପଡିଛି। ଭାରତୀୟ ଡାକ ବିଭାଗ ଭିନ୍ନ ଭିନ୍ନ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ସରକାରୀ ଚାକିରି କରିବାକୁ ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ୨୦ ଜାନୁଆରୀ, ୨୦୨୧ ପର୍ଯ୍ଯନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ:

ଗ୍ରାମୀଣ ଡାକ ସେବକ(ଗୁଜରାଟ): ୧୮୨୬

ଗ୍ରାମୀଣ ଡାକ ସେବକ(କର୍ଣ୍ଣାଟକ): ୨୪୪୩

ଶିକ୍ଷାଗତ ଯୋଗ୍ଯତା: ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ୧୦ମ ପାସ୍ କରିଥିବା ଆବଶ୍ଯକ। ଏହି ପଦବୀରେ ଆବେଦନ କରିବାର ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ଯକ।

job

ଚୟନ ପ୍ରକ୍ରିୟା: ଏହି ପଦବୀରେ ଚୟନ ମେରିଟ ଲିଷ୍ଟ ଆଧାରରେ କରାଯିବ।
ରେଜିଷ୍ଟ୍ରସନ ଏବଂ ଆବେଦନ ଶୁଳ୍କ ଜମା କରିବାର ତାରିଖ ୨୧ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ୨୦ ଜାନୁଆରୀ ୨୦୨୧ରେ ଶେଷ ହେବ।

ଅନଲାଇନ କରନ୍ତୁ ଆବେଦନ: ଆବେଦନ କରିବା ପାଇଁ ଆବେଦନକାରୀ ଡାକ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ନୋଟିଫିକେସନ ଡାଉନଲୋକ କରି ଭଲ ଭାବେ ପଢନ୍ତୁ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ/ଓବିସି ଏବଂ EWD ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଏବଂ ମହିଳାଙ୍କ ପାଇଁ ନିଶୁଳ୍କ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.