ଭାରତୀୟ ଡାକରେ ବିନା ପରୀକ୍ଷାରେ ମିଳିବ ଚାକିରି, ୧୦ମ ଓ ଦ୍ୱାଦଶ ପାସ୍‌ ଜଲ୍‌ଦି କରନ୍ତୁ ଆବେଦନ; ଦରମା ୮୧,୦୦୦ରୁ ଅଧିକ

ଭାରତୀୟ ଡାକରେ ଚାକିରି କରିବାକୁ ମନ ବଳାଉଥିବା ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର। କାରଣ, ଭାରତୀୟ ଡାକରେ ରହିଛି ଚାକିରିର ସୁବର୍ଣ୍ଣ ସୁଯୋଗ। ଏବେ ଭାରତୀୟ ଡାକରେ ବିନା ପରୀକ୍ଷାରେ ମିଳିବ ଅଧିକ ଦରମାଯୁକ୍ତ ଚାକିରି। ନିକଟରେ ଭାରତୀୟ ଡାକ ଦିଲ୍ଲୀ ପୋଷ୍ଟାଲ ସର୍କଲ ପାଇଁ ସ୍ପୋର୍ଟସ୍‌ କୋଟା ଅଧୀନରେ ନିଯୁକ୍ତି ଆବେଦନ ଗ୍ରହଣ କରିଛି। ଏହା ମୋଟ ୨୨୧ ପଦ ପାଇଁ ନିଯୁକ୍ତି ସୁଯୋଗ ବାହାର କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ, ଯେଉଁମାନେ ଏହି ପଦଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଭାରତୀୟ ଡାକର ଅଫିସିଆଲ େଓ୍ଵବ୍‌ସାଇଟ indiapost.gov.in କୁ ଯାଇ ଆବେଦନ କରି ପାରିବେ। ବିଭିନ୍ନ ପଦ ଲାଗି ଆବେଦନ କରିବାର ଶେଷ ତାରିଖ ଚଳିତବର୍ଷ ୧୨ ନଭେମ୍ବର ରହିଛି।

ଏହା ବ୍ୟତୀତ ଆଶାୟୀମାନେ ସିଧା ଲିଙ୍କ୍‌ https://www.indiapost.gov.in/vas/Pages/IndiaPostHome.aspx ରେ କ୍ଲିକ୍‌ କରି ମଧ୍ୟ ଏହି ପଦଗୁଡ଼ିକ ପାଇଁ ଆବେଦନ କରି ପାରିବେ। ଏଥି ସହିତ https://www.indiapost.gov.in/VAS/Pages/Recruitment/IP_04102021_DL.pdf ଜରିଆରେ ଅଫିସିଆଲ ନୋଟିଫିକେଶନ ମଧ୍ୟ ଦେଖି ପାରିବେ। ଏହି ଭର୍ତ୍ତି ପ୍ରକ୍ରିୟା ଅଧୀନରେ ମୋଟ ୨୨୧ ପଦ ପୂରଣ କରାଯିବ। ଏଥିରେ ପୋଷ୍ଟାଲ ଆସିଷ୍ଟାଣ୍ଟ, ସର୍ଟିଙ୍ଗ୍‌ ଆସିଷ୍ଟାଣ୍ଟ, ପୋଷ୍ଟମ୍ୟାନ ଏବଂ MTS କ୍ୟାଡର ପଦ ଆଦି ସାମିଲ ଅଛି।

India Post Recruitment 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ କରିବାର ଶେଷ ତାରିଖ: ୧୨ ନଭେମ୍ବର

ଅତିରିକ୍ତ ବିବରଣୀ: ମୋଟ ପଦ ସଂଖ୍ୟା ୨୨୧

ଯୋଗ୍ୟତା ମାନଦଣ୍ଡ: ଆଶାୟୀମାନେ କୌଣସି ବି ମାନ୍ୟତା ପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ୧୦ମ, ଦ୍ୱାଦଶ କିମ୍ବା ସମକକ୍ଷ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଦରକାର।

India Post Recruitment 2021 ପାଇଁ ବୟସ ସୀମା

ଆଶାୟୀମାନଙ୍କର ବୟସ ସୀମା ୧୨ ନଭେମ୍ବର, ୨୦୨୧ ସୁଦ୍ଧା ୧୮ରୁ ୨୭ ବର୍ଷ ହୋଇଥିବା ଦରକାର।

India Post Recruitment 2021 ପାଇଁ ବେତନ

ସର୍ଟିଙ୍ଗ୍‌ ଆସିଷ୍ଟାଣ୍ଟ: ୨୫,୫୦୦ ରୁ ୮୧,୧୦୦ ଟଙ୍କା

ପୋଷ୍ଟମ୍ୟାନ: ୨୧,୭୦୦ ରୁ ୬୯,୧୦୦ ଟଙ୍କା

MTS: ୧୮,୦୦୦ ରୁ ୫୬,୯୦୦ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.