ଶିକ୍ଷକ ନିଯୁକ୍ତି ୨୦୨୨: ଟିଜିଟି ଓ ପିଜିଟି ପଦରେ ବାହାରିଲା ଚାକିରି; ୧୮ ସେପ୍ଟେମ୍ବର ସୁଦ୍ଧା କରନ୍ତୁ ଆବେଦନ

ଆନ୍ଧ୍ର ପ୍ରଦେଶର ବିଦ୍ୟାଳୟ ଶିକ୍ଷା ବିଭାଗ ବିଭିନ୍ନ ଶିକ୍ଷକ ପଦବୀରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆଶାୟୀମାନେ AP DSP Teacher Recruitment 2022 ପାଇଁ ଅଫିସିଆଲ େଓ୍ଵବ୍‌ସାଇଟ cse.ap.gov.inରେ ସେପ୍ଟେମ୍ବର ୧୮, ୨୦୨୨ ସୁଦ୍ଧା ଅନଲାଇନ ଆବେଦନ କରି ପାରିବେ। ଏହି ପଦଗୁଡ଼ିକରେ ନିଯୁକ୍ତି ନିମନ୍ତେ ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୫ରୁ ଆରମ୍ଭ ହୋଇଯାଇଛି।

ଅଫିସିଆଲ ସୂଚନା ଅନୁସାରେ, ଏହି ପ୍ରକ୍ରିୟା ମାଧ୍ୟମରେ ଟ୍ରେଣ୍ଡ ଗ୍ରାଜୁଏଟ୍‌ ଟିଚର (TGT)ର ୩୧ ପଦ ଏବଂ ପୋଷ୍ଟ୍‍ ଗ୍ରାଜୁଏଟ ଟିଚର (PGT)ର ୧୭୬ ପଦରେ ନିଯୁକ୍ତି କରାଯିବ।

ଟିଜିଟି ଓ ପିଜିଟି ପଦରେ ନିଯୁକ୍ତି ପାଇଁ ନ୍ୟୂନତମ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୪ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଯଦିଓ ସରକାରୀ ନିୟମ ଅନୁସାରେ, ସଂରକ୍ଷିତ ବର୍ଗର ଆଶାୟୀମାନଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ୍‌ କରାଯିବ। ଏହା ବ୍ୟତୀତ ପିଜିଟି ପଦରେ ନିଯୁକ୍ତି ପାଇଁ ସମ୍ବନ୍ଧିତ ବିଷୟରେ ପୋଷ୍ଟ୍‍ ଗ୍ରାଜୁଏଟ୍‌ ଡିଗ୍ରୀ ଏବଂ ଟିଜିଟି ପଦ ପାଇଁ ବ୍ୟାଚଲର୍ସ ଓ ବି.ଏଡ୍‌ ଡିଗ୍ରୀ ଅନିବାର୍ଯ୍ୟ ରହିଛି।

ଶିକ୍ଷକ ପଦବୀରେ ନିଯୁକ୍ତି ଲାଗି ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ। ଏହି ପରୀକ୍ଷା ଅକ୍ଟୋବର ୨୩ରେ ଆୟୋଜନ ହେବ। ଏଥିରେ ସାମିଲ ହେବା ପାଇଁ ଆଡ୍‌ମିଟ କାର୍ଡ ଅକ୍ଟୋବର ୬ରେ େଓ୍ଵବ୍‌ସାଇଟରେ ଅପଲୋଡ୍‌ କରି ଦିଆଯିବ। ଫାଇନାଲ ରେଜଲ୍ଟ ନଭେମ୍ବର ୪ରେ ଘୋଷଣା କରାଯିବ। ଅନଲାଇନ ଆବେଦନ କରିବା ପାଇଁ ଆଶାୟୀମାନଙ୍କୁ ୫୦୦ ଟଙ୍କା ଶୁଳ୍କ ଜମା କରିବାକୁ ପଡ଼ିବ।

Leave A Reply

Your email address will not be published.