୧୦ମ୍‌ ପାସ୍‌ କରିଥିଲେ ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଭାରତୀୟ ସେନାରେ କାମ କରିବାର ସୁବର୍ଣ୍ଣ ସୁଯୋଗ। ରକ୍ଷା ମନ୍ତ୍ରଣାଳୟ ଅଧିନରେ ଅଧିନରେ ୩୬ଟି ଫିଲ୍ଡଏମ୍ୟୁନିସନ ଡିପୋରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି। ଭାରତୀୟ ସେନାର ମେଟେରିଆଲ ଆସିଷ୍ଟାଣ୍ଟ, ଲୋୟର ଡିଭିଜନ କ୍ଲର୍କ, ଫାୟରମ୍ୟାନ, ଟ୍ରେଡସମ୍ୟାନ୍‌ ମେଟ, ଏମଟିଏସ୍‌(ଗାର୍ଡେନର), ଏମଟିଏସ (ମେସେଞ୍ଜର), ଏବଂ ଡ୍ରାଫ୍ଟସମ୍ୟାନ୍‌ ଅଧିନରେ ୩୮୩ ପଦବୀ ଖାଲିପଡିଛି।

ପଦବୀ ବିବରଣୀ : ୩୮୩

ମେଟେରିଆଲ ଆସିଷ୍ଟାଣ୍ଟ

ଲୋୟର ଡିଭିଜନ କ୍ଲର୍କ

ଫାୟରମ୍ୟାନ

ଟ୍ରେଡସମ୍ୟାନ୍‌ ମେଟ

ଏମଟିଏସ୍‌(ଗାର୍ଡେନର)

ଏମଟିଏସ (ମେସେଞ୍ଜର)

ଡ୍ରାଫ୍ଟସମ୍ୟାନ୍‌

କେମିତି କରିବେ ଆବେଦନ : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଆପ୍ଲିକେସନ ଫର୍ମ ଜରିଆରେ ଆବେଦନ କରିପାରିବେ। ତେଣୁ ଆପଣ ଭାରତୀୟ ସେନାର ଅଫିସିଆଲ େଓ୍ଵବସାଇଟ୍‌indianarmy.nic.in କୁ ଯାଇ ଡାଉନଲୋଡ କରିପାରିବେ। ପଦବୀ ଅନୁସାରେ ନିର୍ଦ୍ଧାରିତ ଆପ୍ଲିକେସନ ଫର୍ମ ଡାଉନଲୋଡ କରିବାକୁ ହେବ। ଫର୍ମ ଭରିବା ପରେ ଜରୁରୀ ଡକ୍ୟୁମେଣ୍ଟ ସହିତ ୩୬ ଫିଲ୍ଡ ଏମ୍ୟୁନିସନ ଡିପୋ, ପିନ-୯୦୦୪୮୪ସି/ଓ୫୬ ଏପିଓକୁ ଯାଇ ସାଧାରଣ ଡାକ ଜରିଆରେ ପଠାଇବାକୁ ହେବ। ସମସ୍ତଡକ୍ୟୁମେଣ୍ଟ ରୋଜଗାର ସମାଚାର ବିଜ୍ଞାପନ ପ୍ରକାଶନ ତିଥିର ୨୧ ଦିନ ଭିତରେ କରିବାକୁ ହେବ।

ଶିକ୍ଷାଗତ ଯୋଗ୍ୟତା :

ମେଟିରିଆଲ ଆସିଷ୍ଟାଣ୍ଟ : ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ଗ୍ରାଜୁଏସନ ଏବଂ ମେଟିରିଆଲ ମ୍ୟାନେଜମେଣ୍ଟ ଡିପ୍ଲୋମା କିମ୍ବା ଟ୍ରେଡରେ ଇଂଜିନିୟରିଂ ଡିପ୍ଲୋମା କରିଥିବା ଜରୁରୀ।

ଲୋୟର ଡିଭିଜନ କ୍ଲର୍କ : କୌଣସି ମାନ୍ୟତାପ୍ରାପ୍ତବୋର୍ଡରୁ ୧୨ଶ ପାସ୍‌।

ଫାୟରମ୍ୟାନ/ଟ୍ରେଡସମ୍ୟାନ ମେଟ୍‌ : ୧୦ମ ପାସ୍‌ ।

ଏମଟିଏସ୍‌ (ଗାର୍ଡେନର)/ମେସେଞ୍ଜର: ୧୦ମ ପାସ୍‌।

ଡ୍ରାଫସମ୍ୟାନ : କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ ଏବଂ ଡ୍ରାଫ୍ଟମ୍ୟାନସିପରେ ଦୁଇବର୍ଷର ଡିପ୍ଲୋମର ସାର୍ଟିଫିକେଟ ରହିଥିବା ଜରୁରୀ।

ବୟସସୀମା :ଭାରତୀୟ ସେବାରେ ସମସ୍ତ ପଦବୀ ପାଇଁ ସର୍ବନିମ୍ନ ବୟସ ୧୮ରୁ ୨୫ ବର୍ଷ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.