JSW MG ମୋଟର୍ସ ଭାରତୀୟ ବଜାରରେ ଅନେକ ଗାଡ଼ି ଲଞ୍ଚ କରେ । ତେବେ ବର୍ତ୍ତମାନ ଇଲେକ୍ଟ୍ରିକ୍ ସେଗମେଣ୍ଟରେ କମ୍ପାନୀ ଏକ ନୂଆ ଗାଡ଼ି କ୍ଲାଉଡ୍ ଇଭି ଲଞ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି । ତେବେ ଏହି କ୍ଲାଉଡ୍ ଇଭି କେବେ ଲଞ୍ଚ ହେବ ଏବଂ ଏଥିରେ କେଉଁ ପ୍ରକାରର ଫିଚର୍ସ ଏବଂ ରେଞ୍ଜ ଦିଆଯିବ ଆସନ୍ତୁ ସେହି ବିଷୟରେ ଜାଣିବା । JSW MG ମୋଟର୍ସ ଏହାର ପୋର୍ଟଫୋଲିଓ ବିସ୍ତାର କରିବାକୁ ପ୍ରସ୍ତୁତ ହେଉଛି । ସେପ୍ଟେମ୍ବର ୧୧ରେ କମ୍ପାନୀ ଦ୍ୱାରା ଏହାର ନୂଆ କାର୍ MG Windsor EV ଲଞ୍ଚ ହେବ ।
ଏହି କାରକୁ ଇଲେକ୍ଟ୍ରିକ ସେଗମେଣ୍ଟରେ ଲଞ୍ଚ କରାଯିବ ଏବଂ ZS EVର ତଳ ପୋଜିସନରେ ରଖାଯାଇପାରିବ । MG Windsor EV କୁ ୫୦. ୬ kWh କ୍ଷମତା ବିଶିଷ୍ଟ ବ୍ୟାଟେରୀ ଦିଆଯାଇପାରେ । ଯେଉଁଥିରେ ସର୍ବାଧିକ ୪୬୦ କିଲୋମିଟର ରେଞ୍ଜ ହାସଲ କରାଯାଇପାରିବ । ଏହି ବ୍ୟାଟେରୀକୁ ୨୦ ରୁ ୧୦୦% ଚାର୍ଜ କରିବାକୁ ପ୍ରାୟ ସାତ ଘଣ୍ଟା ଲାଗିପାରେ ଏବଂ ଯଦି ବ୍ୟାଟେରୀ ଫାଷ୍ଟ ଚାର୍ଜରେ ଚାର୍ଜ ହୁଏ, ତେବେ ୩୦ ରୁ ୧୦୦ ପ୍ରତିଶତ ଚାର୍ଜ କରିବାକୁ ମାତ୍ର ୩୦ ମିନିଟ୍ ସମୟ ଲାଗିବ ।
ଏହି ନୂଆ ଇଭିରେ ପରମାନେଣ୍ଟ ମ୍ୟାଗ୍ନେଟ୍, ସିଙ୍କ୍ରୋନସ୍ ମୋଟର ଦିଆଯାଇପାରିବ, ଯାହା ୧୩୪ ହର୍ସ ପାୱାର ଏବଂ ୨୦୦ ନ୍ୟୁଟନ୍ ମିଟର ଟର୍କ ପ୍ରଦାନ କରିପାରିବ । MGର ନୂଆ ୱିଣ୍ଡସର୍ ଇଭିରେ ଅନେକ ଦମଦାର ଫିଚର୍ସ ମଧ୍ୟ ଦିଆଯିବ । ଏଥିରେ ପାନୋରାମିକ୍ ସନ୍ ରୁଫ୍, ୨.୫ ଫିଲ୍ଟର୍, ଡିଜିଟାଲ୍ ଏସି, ସେକେଣ୍ଡ ରୋ’ ପାଇଁ ଏସି, ୩୬୦ ଡିଗ୍ରୀ କ୍ୟାମେରା, ମଲ୍ଟି ଫଙ୍କସନ୍ ଷ୍ଟିଅରିଂ ହ୍ଵିଲ୍ସ, କି’ ଲେସ୍ ଏଣ୍ଟ୍ରି, USB ପୋର୍ଟ, ୱାୟରଲେସ ଚାର୍ଜର, USB, ବ୍ଲୁଟୁଥ୍, ୧୫. ୬ଇଞ୍ଚ କଣ୍ଟ୍ରୋଲ୍ ପ୍ୟାନେଲ୍ ସ୍କ୍ରିନ୍, ସ୍ମାର୍ଟ ଇଲେକ୍ଟ୍ରିକ୍ ଟେଲ୍ଗେଟ୍ ଅଛି ।
ଏହା ବ୍ୟତୀତ ୧୩୫ ଡିଗ୍ରୀ ପର୍ଯ୍ୟନ୍ତ ବ୍ୟାକ୍ ସିଟ୍, ୬-ୱେ ଇଲେକ୍ଟ୍ରିକାଲି ଆଡ଼ଜଷ୍ଟେବଲ ଡ୍ରାଇଭର ସିଟ୍, ୪-ୱେ ଇଲେକ୍ଟ୍ରିକାଲି ଆଡ଼ଜଷ୍ଟେବଲ ଫ୍ରଣ୍ଟ ପ୍ୟାସେଞ୍ଜର ସିଟ୍, ଆମ୍ବିଏଣ୍ଟ ଲାଇଟ୍, ୮. ୮-ଇଞ୍ଚ ଡିଜିଟାଲ୍ MID, ୧୭୦୭ ଲିଟର ପର୍ଯ୍ୟନ୍ତ ବୁଟ୍ ସ୍ପେସ୍ ଭଳି ଅନେକ ବଢିଆ ଫିଚର୍ସ ମିଳିବାକୁ ଯାଉଛି ବୋଲି ସୂଚନା ରହିଛି । JSW MG ୱିଣ୍ଡସର୍ ଇଭିରେ ଉତ୍କୃଷ୍ଟ ସେପ୍ଟି ଫିଚର୍ସ ରହିବ । ଏହାକୁ ୪ଟି ଏୟାରବ୍ୟାଗ, ଏବିଏସ୍, ଇବିଡି, ବ୍ରେକ୍ ଆସିଷ୍ଟ, ESC, ESS, EPB, HHC, ଆଇସୋଫିକ୍ସ ଚାଇଲଡ୍ ଆଙ୍କର୍, ଟିପିଏମ୍ଏସ୍, ରିୟର ପାର୍କିଂ ସେନ୍ସର, ଇମୋବିଲାଇଜର, ଆଣ୍ଟି ଥେପ୍ଟ ଆଲାର୍ମ ଏବଂ ADAS ଭଳି ସେପ୍ଟି ଫିଚର୍ସ ଯୋଗାଇ ଦିଆଯାଇପାରିବ ।
ଏହାକୁ ବଜାରରେ ପ୍ରାୟ ୨୦ ଲକ୍ଷ ଏକ୍ସ-ଶୋ’ରୁମ ମୂଲ୍ୟରେ ଲଞ୍ଚ କରାଯାଇପାରିବ । ଏହି ଗାଡ଼ିର ପ୍ରତିଯୋଗିତା ସିଧାସଳଖ Nexon EV, Curvv EV, XUV 400 ଏବଂ BYD Atto3 ପରି କାର୍ ସହିତ ହେବ ।