ଏମିତି ଅନ୍‌ଲାଇନ୍‌ ବନ୍ଦ କରନ୍ତୁ SBI ଫିକ୍ସଡ ଡିପୋଜିଟ୍‌ ଆକାଉଣ୍ଟ

ଫିକ୍ସଡ ଡିପୋଜିଟ୍‌(FD) ନିବେଶର ଏକ ଭଲ ମାଧ୍ୟମ କୁହାଯାଇଥାଏ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI), ICICI ବ୍ୟାଙ୍କ, HDFC ବ୍ୟାଙ୍କ ଏବଂ ଆକ୍ସିସ୍‌ ବ୍ୟାଙ୍କ ଭଳି ବ୍ୟାଙ୍କରେ ଅନ୍‌ଲାଇନ୍‌ FD ଆକାଉଣ୍ଟ ଖୋଲିବାର ସୁବିଧା ପ୍ରଦାନ କରିଥାଏ। କିନ୍ତୁ ଆପଣ କ’ଣ ଜାଣିଛନ୍ତି କି, ଏହାକୁ ଅନ୍‌ଲାଇନ୍‌ ବନ୍ଦ ମଧ୍ୟ କରାଯାଇପାରେ? ଅନ୍‌ଲାଇନ୍‌ FD ଆକାଉଣ୍ଟ ବନ୍ଦ କରିବାର ପ୍ରକ୍ରିୟା ବହୁତ ସହଜ, ଯାହାକୁ ଅନ୍‌ଲାଇନ୍‌ ସହ ବ୍ୟାଙ୍କ ଶାଖାକୁ ଯାଇ ମଧ୍ୟ ବନ୍ଦ କରାଯାଇପାରିବ। ଆପଣ ମାଚ୍ୟୁରିଟି ପରେ କିମ୍ବା ପୂର୍ବରୁ ଏହି ଖାତାକୁ ବନ୍ଦ କରିପାରିବେ। ଆସନ୍ତୁ ଷ୍ଟେପ୍‌ ବାଏ ଷ୍ଟେପ୍‌ ଜାଣିବା ଏହା ବିଷୟରେ।

sbi3

• ପ୍ରଥମେ SBIର ନେଟ୍‌ ବ୍ୟାଙ୍କିଙ୍ଗ୍‌କୁ ଲଗ୍‌ଅନ କରନ୍ତୁ। ଏବେ ଫିକ୍ସଡ ଡିପୋଜିଟ୍‌(FD) ଅପ୍‌ଶନକୁ ଯାଇ e-TDR/e-STDR (FD) ଉପରେ କ୍ଲିକ୍‌ କରନ୍ତୁ। ଏବେ ପ୍ରୋସିଡ୍‌ ଉପରେ କ୍ଲିକ୍‌ କରନ୍ତୁ। TDR ଟର୍ମ ଡିପୋଜିଟ୍‌ ଅଟେ ଏବଂ STDR ସ୍ପେଶାଲ ଟର୍ମ ଡିପୋଜିଟ୍‌।

• ‘close account prematurely’ ଉପରେ କ୍ଲିକ୍‌ କରନ୍ତୁ। ଯେଉଁ FDକୁ ଆପଣ ବନ୍ଦ କରିବାକୁ ଚାହୁଁଛନ୍ତି, ତାହା ଉପରେ କ୍ଲିକ୍‌ କରନ୍ତୁ ଏବଂ ପୁଣି ସବ୍‌ମିଟ ବଟନ୍‌ ଦବାନ୍ତୁ।

• FD ବନ୍ଦ କରିବାର କାରଣ ଲେଖନ୍ତୁ ଏବଂ ‘confirm’ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ।

sbi2

• ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ୍‌ ନମ୍ବରକୁ ଏକ ହାଇ ସିକ୍ୟୁରିଟି ପାସ୍‌ଓ୍ଵାର୍ଡ ଆସିବ। ଏବେ ସେହି ପାସ୍‌ଓ୍ଵାର୍ଡକୁ ଟାଇପ୍‌ କରନ୍ତୁ ଏବଂ ‘confirm’ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ। ଆପଣଙ୍କ ସ୍କ୍ରିନ୍‌ ଉପରେ ଏକ ମେସେଜ୍‌ ଫ୍ଲାଶ ହେବ, ଯେଉଁଥିରେ ଲେଖାଯାଇଥିବ, ‘Your e-TD/e-STD account has been successfully closed’।

• ଏବେ FDର ଅର୍ଥ ଆପଣଙ୍କ ସେଭିଙ୍ଗ୍‌ ଆକାଉଣ୍ଟରେ ପହଞ୍ଚିଯିବ।

Leave A Reply

Your email address will not be published.