ଏଣିକି ଗୋଟିଏ ମିସ୍ କଲରେ ପାଇବେ ନୂଆ ଗ୍ୟାସ୍ କନେକ୍ସନ, ଜାଣନ୍ତୁ କେମିତି

ବର୍ତ୍ତମାନ LPG ଗ୍ୟାସ୍ ସିଲିଣ୍ଡର ବିଷୟରେ ଏକ ସୂଚନା ମିଳିଛି। ଯଦି ଆପଣ ଏକ ନୂତନ LPG ଗ୍ୟାସ୍ ସିଲିଣ୍ଡର କନେକ୍ସନ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଏଜେନ୍ସି ପାଖକୁ ଯିବାକୁ ପଡିବ ନାହିଁ। ଏଣିକି ଗ୍ରାହକ ମାନେ ଘରେ ବସି ଏକ ମିସ୍ କଲ ମାଧ୍ୟମରେ ସହଜରେ ଗ୍ୟାସ୍ କନେକ୍ସନ ପାଇପାରିବ। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ତେବେ ଆପଣ କିପରି ଏହାର ଫାଇଦା ଉଠାଇ ପାରିବେ ଆମେ ନିମ୍ନରେ କହିରଖୁଛୁ ।

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଦେଇଥିବା ସୂଚନା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ୮୪୫୪୯୫୫୫୫୫ ନଂରେ ମିସ୍ କଲ୍ କରନ୍ତି, ତେବେ କମ୍ପାନୀ ତାଙ୍କ ସହିତ ତୁରନ୍ତ ଯୋଗାଯୋଗ କରିବ । ଏହା ପରେ ଆପଣ ଠିକଣା ପ୍ରୁଫ୍ ଏବଂ ଆଧାର ମାଧ୍ୟମରେ ଗ୍ୟାସ୍ କନେକ୍ସନ ପାଇ ପାରିବେ। ଆପଣଙ୍କୁ କହିରଖୁଛୁ ଯେ ଏହି ନଂ ମାଧ୍ୟମରେ ଗ୍ୟାସ୍ ରିଫିଲ୍ ମଧ୍ୟ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରୁ କଲ କରିବାକୁ ପଡିବ।

ଯଦି ଆପଣଙ୍କ ପରିବାରରେ କାହାର ଗ୍ୟାସ କନେକ୍ସନ ଅଛି ତେବେ ଆପଣ ସମାନ ଠିକଣାରେ କନେକ୍ସନ ମଧ୍ୟ ନେଇପାରିବେ। ଏଥିପାଇଁ ଆପଣଙ୍କୁ ଏଜେନ୍ସିକୁ ପାଖକୁ ଯିବାକୁ ପଡିବ ଏବଂ ପୁରୁଣା ଗ୍ୟାସ କନେକ୍ସନ ସହିତ ଜଡିତ ଥିବା ଡକ୍ୟୁମେଣ୍ଟଗୁଡ଼ିକୁ ଦେଖାଇ ଆପଣଙ୍କ ଠିକଣା ଯାଞ୍ଚ କରିବାକୁ ପଡିବ। ଯାହା ପରେ ଆପଣ ସମାନ ଠିକଣାରେ ଆଉ ଗୋଟେ ଗ୍ୟାସ୍କ ନେକ୍ସନ ମଧ୍ୟ ପାଇପାରିବେ।

Leave A Reply

Your email address will not be published.