ବଜାରରେ ଏଣ୍ଟ୍ରି କଲା Kawasaki ର ନୂଆ ବାଇକ୍, ରହିଛି ଦମଦାର ପାୱାର ଏବଂ ଫିଚର୍ସ

ଭାରତୀୟ ବଜାରରେ Kawasaki ର ନୂଆ ମୋଟରସାଇକେଲ୍ KLX230 ଏଣ୍ଟ୍ରି କରିଛି । ଏହି ବାଇକ୍ ଲଞ୍ଚ ହେବା ସହିତ ଏହା ଭାରତୀୟ ବଜାରରେ ସେଲ୍ ହେଉଥିବା ସବୁଠାରୁ ମହଙ୍ଗା ରୋଡ୍-ଲିଗଲ୍ ଡୁଆଲ-ସ୍ପୋଡ୍ସ ମୋଟରସାଇକେଲ ହୋଇଛି । ଏହି ବାଇକର ପାୱାର୍ ଏବଂ ଫିଚର୍ସ ବହୁତ ଦମଦାର୍ ହୋଇଛି । Kawasaki ବାଇକର ପ୍ରାଇସ୍ ଏତେ ଅଧିକ ଯେ ଏହି ବ୍ରାଣ୍ଡର ମୋଟରସାଇକେଲ୍ ମୂଲ୍ୟରେ ଅନେକ ଉନ୍ନତ ମାଇଲେଜ୍ ଟୁ-ହୁଇଲର କିଣାଯାଇପାରିବ । ଭାରତରେ Kawasaki ର ଏକ୍ସ-ସୋରୁମ୍ ପ୍ରାଇସ୍ ୩.୩୦ ଲକ୍ଷ ଟଙ୍କା ରହିଛି ।

Kawasaki KLX230 ର ପାୱାର୍ :

Kawasaki KLX230 ରେ ୨୩୩ cc ଏୟାର-କୁଲ୍ଡ ମୋଟର ଲାଗିଛି । ବାଇକରେ ଲାଗିଥିବା ଏହି ମୋଟର ୮,୦୦୦ rpm ରେ ୧୮.୧ hp ର ପାୱାର ମିଳିଥାଏ ଏବଂ ୬,୪୦୦ rpm ରେ ୧୮.୩ Nm ର ଟର୍କ ଜେନେରେଟ୍ ହୋଇଥାଏ । ବାଇକର ଇଞ୍ଜିନ୍ ସହିତ ୬-ସ୍ପିଡ୍ ଗିୟର ବକ୍ସ ଲାଗିଛି । ଦେଖିବାକୁ ଗଲେ ଏହି ବାଇକର ଫୁଏଲ୍ ଟ୍ୟାଙ୍କ୍ କ୍ୟାପାସିଟି କମ୍ ରହିଛି । ଏହି ବାଇକରେ ୭.୬ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ୍ ଭରାଯାଇପାରିବ । ଏହି ବାଇକର ଫ୍ରଣ୍ଟରେ ୩୭ mm ର ଟେଲିସ୍କୋପିକ୍ ଫର୍କ ଏବଂ ରିୟରରେ ୨୫୦ mm ର ମୋନୋଶକ୍ ଲାଗିଛି ।

Kawasaki KLX230 ର ଫିଚର୍ସ :

Kawasaki ର ଏହି ନୂଆ ବାଇକରେ ଲିମିଟେଡ୍ ଫିଚର ଦିଆଯାଇଛି । ଏହି ମୋଟରସାଇକେଲରେ ମୋନୋଟୋନ୍ LCD ଅଛି, ଯାହା ମାଧ୍ୟମରେ ବ୍ଲୁଟୁଥ୍ କନ୍ନେକ୍ଟ ହୋଇପାରିବ । ଏହି ବାଇକରେ ଡୁଆଲ୍-ଚ୍ୟାନେଲ୍ ABS ମଧ୍ୟ ଦିଆଯାଇଛି । ବାଇକରେ ୮୮୦ mm ର ଏକ ଲମ୍ବା ସିଟ୍ ଦିଆଯାଇଛି । Kawasaki ର ଏହି ନୂଆ ମୋଟରସାଇକେଲରେ ଏକ ଛୋଟ୍ ସିଟ୍ ଅପ୍ସନ୍ ମଧ୍ୟ ମିଳିଥାଏ ।

Kawasaki KLX230 କୁ ଟକ୍କର ଦେବା ପାଇଁ ଭାରତୀୟ ବଜାରରେ ଅନେକ ବାଇକ୍ ଅଛି । ଏହି ବାଇକର ଟକ୍କର ହେଉଛନ୍ତି- Xpulse 200 4V ଏବଂ Xpulse 200 4V Pro ଅଛି । Hero Xpulse 200 4V ର ଏକ୍ସ-ସୋରୁମ୍ ପ୍ରାଇସ୍ ୧.୧୫ ଲକ୍ଷ ଟଙ୍କା ଏବଂ Xpulse 200 4V Pro ର ଏକ୍ସ-ସୋରୁମ୍ ପ୍ରାଇସ୍ ୧.୬୪ ଲକ୍ଷ ଟଙ୍କା ରହିଛି । ଏହି Kawasaki ବାଇକ୍ ତୁଳନାରେ Hero ମୋଟରସାଇକେଲର ପ୍ରାଇସ୍ ପ୍ରାୟ ୧.୫ ଲକ୍ଷ ଟଙ୍କା କମ୍ ରହିଛି ।