ଲଞ୍ଚ ହେଲା kawasaki ninja 500, ରହିଛି ବଢ଼ିଆ ଫିଚର୍ସ

ବିଭିନ୍ନ ଡିଜାଇନର ବାଇକ ଧରିବା ପାଇଁ ବାଇକ ପ୍ରେମୀମାନେ ଖୁବ୍ ପସନ୍ଦ କରନ୍ତି । ଗାଡ଼ିର ମାଇଲେଜ୍ ଭଲ ଥିଲେ ବାଇକ୍ ପ୍ରେମୀଙ୍କ ଖୁସି କହିଲେ ନସରେ । ଖାସ୍ କରି ଏଭଳି ବାଇକ ପ୍ରେମୀଙ୍କ ପାଇଁ ଏବେ ମାର୍କେଟରେ ଲଞ୍ଚ ହୋଇଛି kawasaki ninja 500 । ଭାରତୀୟ ଗ୍ରାହକଙ୍କ ପାଇଁ kawasaki ninja 500 ଲଞ୍ଚ କରାଯାଇଛି । ଏହାକୁ ଭାରତରେ ଏକ ନୂଆ ପେଣ୍ଟ ସ୍କିମ୍ ସହିତ ଲଞ୍ଚ କରାଯାଇଛି । ଅନ୍ୟପଟେ ଏଥିରେ କୌଣସି ମେକାନିକାଲ ଚେଞ୍ଜ କରାଯାଇ ନାହିଁ । ଭାରତରେ ଏହାର ଏକ୍ସ-ସୋରୁମ୍ ଦାମ୍ ୫.୨୯ ଲକ୍ଷ ଟଙ୍କା ରଖାଯାଇଛି । ତେବେ ଆସନ୍ତୁ ଜାଣିବା ନୂଆ kawasaki ninja 500 ଖାସ୍ ଫିଚର ବିଷୟରେ ।

ଡିଜାଇନ୍ :

kawasaki ninja 500ର ଡିଜାଇନ୍ ଅନ୍ୟ ସମସ୍ତ କାୱାସାକି ଠାରୁ ଭିନ୍ନ । ଏହାକୁ ଏକ ଖାସ୍ ସୁପର-ସ୍ପୋର୍ଟସ୍ ମୋଟରସାଇକେଲ୍ ହିସାବରେ ଡିଜାଇନ୍ କରାଯାଇଛି । ଏଥିରେ ନୂଆ LED ହେଡଲାଇଟ୍ ଏବଂ ଟେଲ୍ ଲାଇଟ୍ ଯୋଡାଯାଇଛି । ଏହି ବାଇକ୍‌ରେ ଇଣ୍ଡିକେଟର ପାଇଁ ହ୍ୟାଲୋଜେନ୍ ବ୍ୟବହାର କରାଯାଇଛି ।

ଇଞ୍ଜିନ

kawasaki ninja 500ରେ ୪୫୧ccର ଲିକ୍ବିଡ୍ କୁଲ୍ଡ, ପ୍ୟାରାଲାଲ୍ ଟ୍ୱିନ୍ ଇଞ୍ଜିନ୍ ଦିଆଯାଇଛି । ଏହାର ଇଞ୍ଜିନ 45 PS ପାୱାର ଏବଂ ୪୨.୬ Nm ଟର୍କ ଜେନେରେଟ୍ କରିପାରିବ । ଏହି ବାଇକ୍‌ରେ ନନ୍-ଆଡଜଷ୍ଟେବଲ୍ ଫ୍ରଣ୍ଟ୍ ସସ୍ପେନସନ୍ ସହିତ ଏକ ହାଇ  ଟେନ୍ସିଲ ଷ୍ଟିଲ୍ ଫ୍ରେମ୍ ବ୍ୟବହାର କରାଯାଇଛି । ହ୍ୟାଣ୍ଡେଲିଂ ବିଷୟରେ କହିବାକୁ ଗଲେ, ଏହାର ହ୍ୟାଣ୍ଡେଲିଂକୁ ବହୁତ ସ୍ମୁଥ୍ ରଖାଯାଇଛି । ଏହାର ଓଜନ ୧୭୧ କିଲୋଗ୍ରାମ ରହିଛି, ଯାହା ୫୦୦ ସିସି ବାଇକ୍ ପାଇଁ ଉପଯୁକ୍ତ ନୁହେଁ ବୋଲି କୁହାଯାଏ । ଏହାର ଓଜନ କମ୍ ହେବାର କାରଣ ଏଥିରେ ବ୍ୟବହାର କରାଯାଇଥିବା ମ୍ୟାଟେରିଆଲ, ଯାହା ବହୁତ ହାଲୁକା । ଏହାର ଓଜନ ହାଲୁକା ହୋଇଥିବାରୁ ଏହାର ସ୍ପିଡ୍ ବଢ଼ାଇବାରେ ସମୟ ଲାଗେ ନାହିଁ ।

ଫିଚର୍ସ:

kawasaki ninja 500 ସ୍ପୋର୍ଟି ହେବା ସହିତ ଏଥିରେ ଏକ ଆରାମଦାୟକ ରାଇଡିଙ୍ଗ୍ ପଜିସନ୍ ରହିଛି । ଏଥିରେ ହାଇ ସେଟ୍ କ୍ଲିପ୍-ଅନ୍ ଏବଂ ରିଅର୍-ସେଟ୍ ଫୁଟପେଗ୍ ଭଳି ଫିଚର୍ସ ଯୋଡ଼ାଯାଇଛି । ଏସବୁ ବ୍ୟତୀତ ଏହି ବାଇକ୍‌ରେ ସ୍ୱିପ୍ ଏବଂ ଆସିଷ୍ଟ କ୍ଲଚ୍, ଡୁଆଲ୍ ଚ୍ୟାନେଲ୍ ABS ଏବଂ ନାଭିଗେସନ୍ ବିନା ରଙ୍ଗୀନ LCD ସ୍କ୍ରିନ୍ ଭଳି ଚମତ୍କାର ଫିଚର ଦିଆଯାଇଛି ।

ତେବେ ଭାରତରେ kawasaki ninja 500 ଏପ୍ରିଲିଆ RS 457କୁ କଡ଼ା ଟକ୍କର ଦେବ । ଭାରତୀୟ ବଜାରରେ Aprilia RS 457 ର ଏକ୍ସ-ସୋରୁମ୍ ଦାମ୍ ୪.୨୦ ଲକ୍ଷ ଟଙ୍କା ରହିଛି ।

You might also like