ଏକ ଲକ୍ଷ ଟଙ୍କା ଶସ୍ତା ହେଲା Kawasaki ର ଏହି ବାଇକ୍, ନୂଆ ମଡେଲର ଫିଚର୍ସରେ ଆସିଛି ବଡ଼ ଅପଡେଟ୍

Kawasaki Versys 1100 ର ନୂଆ ମଡେଲ୍ ଭାରତୀୟ ବଜାରରେ ଲଞ୍ଚ ହୋଇଛି । Kawasaki ର ଏହି ବାଇକ୍ ୧୨.୯୦ ଲକ୍ଷ ଟଙ୍କାର ଏକ୍ସ-ସୋରୁମ୍ ପ୍ରାଇସ୍ ସହିତ ମାର୍କେଟକୁ ଆସିଛି । କମ୍ପାନୀ ପୂର୍ବ ତୁଳନାରେ ଏହି ବାଇକର ଇଞ୍ଜିନ୍ କାପାସିଟିକୁ ବଢ଼ାଇଛି । ବାଇକରେ ଅପଡେଟ୍ ହେବା ପରେ ମଧ୍ୟ କମ୍ପାନୀ ଏହି ମୋଟରସାଇକେଲର ମୂଲ୍ୟ ହ୍ରାସ କରିଛି । Kawasaki Versys 1100 ର ମୂଲ୍ୟ ଏହାର ପୁର୍ବ ମଡେଳ୍ ତୁଳନାରେ ଏକ ଲକ୍ଷ ଟଙ୍କା କମ୍ ରହିଛି ।
Kawasaki Versys 1100 ଗ୍ଲୋବାଲ୍ ମାର୍କେଟରେ ତିନୋଟି ଭ୍ୟାରିଆଣ୍ଟ ସାମିଲ ଅଛି ଯାହା ହେଉଛି- ବେସ୍ ଟ୍ରିମ୍, S ଏବଂ SE ଟ୍ରିମ୍ସ । କିନ୍ତୁ ଭାରତରେ ଏହି ବାଇକ୍ କେବଳ ଷ୍ଟାଣ୍ଡାର୍ଡ ଭର୍ସନରେ ଉପଲବ୍ଧ । ଏହି ବାଇକଟି ମେଟାଲିକ୍ Diablo ବ୍ଲାକ୍ ସହିତ ମଟାଲିକ୍ ମ୍ୟାଟ୍ ଗ୍ରାଫିନ୍ ଷ୍ଟିଲ୍ ଗ୍ରେ କଲରରେ ଉପଲବ୍ଧ । Kawasaki ଏହି ବାଇକର ଇଞ୍ଜିନ୍ କାପାସିଟି ବଢ଼ାଇବା ବ୍ୟତୀତ ଏହାର ଫିଚର୍ସରେ କିଛି ଖାସ୍ ପରିବର୍ତ୍ତନ କରାଯାଇ ନାହିଁ ।
Kawasaki ର ଏହି ନୂଆ ମଡେଲରେ ୧୦୯୯ cc, ଲିକ୍ବିଡ୍-କୁଲ୍ଡ, ଇନଲାଇନ୍ ୪-ସିଲିଣ୍ଡର, DOHC ଇଞ୍ଜିନ୍ ଲଗାଯାଇଛି । ଏହି Kawasaki ବାଇକର ଇଞ୍ଜିନ୍ କାପାସିଟି ବଢ଼ାଇବ ଯୋଗୁଁ, ବାଇକର ପାୱାର ମଧ୍ୟ ବୃଦ୍ଧି ପାଇଛି । ଯେଉଁ ଇଞ୍ଜିନଟି ପୂର୍ବରୁ ୯,୦୦୦ rpm ରେ ୧୧୮ bhp ର ପାୱାର ଜେନେରେଟ୍ କରୁଥିଲା, ତାହା ଏବେ ୧୩୩ bhp ଜେନେରେଟ୍ କରୁଛି । ବାଇକରେ ଏହି ଇଞ୍ଜିନ୍ ୭,୬୦୦ rpm ରେ ୧୧୨ Nm ର ଟର୍କ ମଧ୍ୟ ଜେନେରେଟ୍ ହୋଇଥାଏ । ଏହି ମୋଟରସାଇକେଲର ଇଞ୍ଜିନ୍ ସହିତ ୬-ସ୍ପିଡ୍ ରିଟର୍ଣ୍ଣ ସିଫ୍ଟ ଟ୍ରାନ୍ସମିସନ୍ ମଧ୍ୟ ଆଡ୍ କରାଯାଇଛି । ଏହି ବାଇକରେ ୨୧ ଲିଟରର ଫ୍ୟୁଏଲ୍ କାପାସିଟିର ଟ୍ୟାଙ୍କ୍ ଦିଆଯାଇଛି ।
Kawasaki ର ଏହି ବାଇକରେ ସବୁଠି LED ଲାଇଟର ବ୍ୟବହାର କରାଯାଇଛି । ଏହି ବାଇକରେ ଆଡଜଷ୍ଟେବଲ୍ ୱିଣ୍ଡସ୍କ୍ରିନ୍ ରହିଛି । ବାଇକର ହ୍ୟାଣ୍ଡେଲବାର୍ ଆଡ୍ ହୋଇଥିବା USB ଟାଇପ୍- C ସକେଟ୍ ଲାଗିଛି । ଏହି ବାଇକରେ ଇଲେକ୍ଟ୍ରୋନିକ୍ କ୍ରୁଜ୍ କଣ୍ଟ୍ରୋଲ୍ ଏବଂ ଟ୍ରିପଲ ମୋଡ୍ ଟ୍ରାକ୍ସନ୍ କଣ୍ଟ୍ରୋଲର ପାୱାର ମଧ୍ୟ ସାମିଲ ଅଛି ।