Kawasaki ର ଏହି ବାଇକରେ ମିଳିବ ବଡ଼ ଅପଡେଟ୍, ମିଳିବ ଅନେକ ଲାଟେଷ୍ଟ ଫିଚର୍ସ
Kawasaki ଏହାର ପପୁଲାର ବାଇକ୍ Z900 ରେ ଏକ ବଡ ଅପଡେଟ୍ ଦେବାକୁ ଯାଉଛି । ଏହି ବାଇକ୍ର ନୂଆ ଷ୍ଟାଇଲ୍ ଏବଂ ଦମଦାର ଫିଚର୍ସ ସହିତ ଭାରତୀୟ ବଜାରକୁ ଅଣାଯିବ । ଏହା ସହିତ, ଟପ୍-ଏଣ୍ଡ ଭ୍ୟାରିଆଣ୍ଟ Z900 SE ରେ ମଧ୍ୟ ଅନେକ ବଡ ପରିବର୍ତ୍ତନ କରାଯାଇପାରେ । ବାଇକର ସ୍କ୍ରିନରୁ ଏହାର ପାଓ୍ୱାର ପର୍ଯ୍ୟନ୍ତ ମଧ୍ୟ ଦେଖିବାକୁ ଯୋଗ୍ୟ ହେବ । ଏହି ବାଇକ୍ ଆସନ୍ତା ବର୍ଷ ୨୦୨୫ରେ ଅନେକ ଅପଡେଟ୍ ସହିତ ଟକ୍କର ଦେବ ।
Kawasaki ବାଇକ୍ ପାଓ୍ୱାରଫୁଲ୍ ଇଞ୍ଜିନ୍ ଏବଂ ଏକ୍ସପେନସିଭ୍ ପ୍ରାଇସ ପାଇଁ ଜଣାଶୁଣା । ଆସନ୍ତୁ ଜାଣିବା Z900 ରେ ଅପଡେଟ ସହିତ ଏହି ବାଇକର ପ୍ରାଇସ୍ କେତେ ରହିବ । Kawasaki Z900 ଏକ ନୂଆ ଷ୍ଟାଇଲ ସହିତ ମାକେର୍ଟରେ ଲଞ୍ଚ ହେବ । ଏହି ବାଇକରେ Z500 ଏବଂ Z7 ହାଇବ୍ରିଡ୍ ବାଇକ୍ ପରି ହେଡଲ୍ୟାମ୍ପ ଲଗାଯିବ । ଏହି ବାଇକରେ ନୂଆ ଟାଇଲାଇଟ୍ ଲଗାଯାଉଛି । ଏହି ବାଇକକୁ ଲାଇଟ୍ ଏବଂ Z ଲୋଗୋ ସହିତ ଫ୍ରେସ୍ ଲୁକ୍ ଦିଆଯାଉଛି ।
୨୦୨୫ Kawasaki Z900 ଅନେକ ଇଲେକ୍ଟ୍ରୋନିକ୍ ଫିଚର୍ସ ମଧ୍ୟ ଯୋଡାଯିବ, କାରଣ ବର୍ତ୍ତମାନ ଏହି ବାଇକ୍ ରାଇଡ୍-ବାଇ-ଓ୍ୱାୟର ଏବଂ IMU (Internal Measurement Unit) ମଧ୍ୟ ଯୋଡା ଯାଉଛି । ଏହି ବାଇକ୍ ଇଲେକ୍ଟ୍ରୋନିକ୍ ରାଇଡରେ ଦୁଇଟି ପାଓ୍ୱାର ମୋଡ୍ ରହିଛି ସେଗୁଡିକ ହେଲା- ଫୁଲ୍ ଏବଂ ଲୋ । Kawasaki ଏହି ଷ୍ଟ୍ରଙ୍ଗ ବାଇକ୍ରେ ତିନୋଟି ଲେବୁଲ୍ର ଟ୍ରାକ୍ସନ କଣ୍ଟ୍ରୋଲ ସିଷ୍ଟମ ମଧ୍ୟ ଦିଆଯାଉଛି, ଯେଉଁଥିରେ ଟନ୍ଡ ଅଫ ଫିଚର ସାମିଲ୍ ଅଛି ।
ଏହା ସହିତ ନୂଆ Kawasaki Z900 ରେ ବାଇ-ଡିରେକ୍ସନାଲ୍ କ୍ୱିକ୍ ସିଫ୍ଟର, କ୍ରୁଜ୍ କଣ୍ଟ୍ରୋଲ, ଡୁଆଲ ଚ୍ୟାନେଲ୍ ଏବଂ ABS ର ଫିଚର ମଧ୍ୟ ଦିଆଯିବ । Kawasaki Z900 ବାଇକରେ ମିଳୁଥିବା ସବୁଠାରୁ ବଡ ଫିଚର ହେଉଛି, ଏହାକୁ ଭଏସ୍ କମାଣ୍ଡ ମାଧ୍ୟମରେ କଣ୍ଟ୍ରୋଲ କରାଯାଇପାରିବ । ରାଇଡରଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ଇନଫରମେସନ୍ ବାଇରେ ଥିବା ୫-ଇଞ୍ଚର TFT ଡିସପ୍ଲେରେ ଉପଲବ୍ଧ ହେବ । ଏହି ଡିସପ୍ଲେକୁ ସ୍ମାର୍ଟଫୋନ କିମ୍ବା ହେଡସେଟ୍ ସହିତ କନେ୍ନକ୍ଟ କରାଯାଇପାରିବ ।
Kawasaki Z900 ର ପାଓ୍ୱାର :
୨୦୨୫Kawasaki Z900 ରେ ୯୪୮cc ଇନଲାଇନ୍-୪ ମୋଟର ଲଗାଯିବ । ଭାରତରେ ଥିବା ଗାଡି ତୁଳନାରେ ଏହି ବାଇକର ପାଓ୍ୱାର କମ୍ ହୋଇପାରେ । ଏହା ପଛର କାରଣ ହେଉଛି Euro 5+ଏମିସନ୍ ନର୍ମସ୍ , ଯାହା ସମସ୍ତ ଅଟୋମେକର୍ସ ମାନଙ୍କୁ ଫଲୋ କରିବା ପାଇଁ ଜରୁରୀ ହୋଇଥାଏ । Z900 ରେ ଲାଗିଥିବା ମୋଟର ୯,୫୦୦rpm ରେ ୧୨୩bhp ର ପାଓ୍ୱାର ଯୋଗାଇଥାଏ ଏବଂ ୭,୭୦୦rpm ରେ ୯୭.୪Nm ର ଟର୍କ ଜେନେରେଟ୍ କରେ । ଏହି ସମସ୍ତ ଅପଡେଟ୍ ସହିତ ବାଇକର ୱେଟ୍ ୧ କିଲୋଗ୍ରାମରୁ ୨୧୩ କିଲୋଗ୍ରାମକୁ ବୃଦ୍ଧି ପାଇଛି ।
Kawasaki Z900 ର ପ୍ରାଇସ୍ :
ଭାରତରେ Kawasaki Z900 ର ଏକ୍ସ- ଶୋରୁମ୍ ପ୍ରାଇସ୍ ୯.୩୮ ଲକ୍ଷ ଟଙ୍କା ଅଛି । ଅନେକ ଅପଡେଟ ସହିତ, ଏହି ବାଇ ପ୍ରାଇସରେ ପରିବର୍ତ୍ତନ ମଧ୍ୟ ଦେଖାଯାଇପାରେ । ୨୦୨୫ ରେ ଲଞ୍ଚ ହେବାକୁ ଯାଉଥିବା ଏହି ବାଇକ୍ ବର୍ତ୍ତମାନର ମଡେଲ ତୁଳନାରେ ମହଙ୍ଗା ହୋଇପାରେ । ଏହି Kawasaki ବାଇକ୍ ଟ୍ରାଇମ୍ଫ୍ ଷ୍ଟ୍ରିଟ୍ ଟ୍ରିପଲ୍ R ଏବଂ ଡୁକାଟି ମନଷ୍ଟରକୁ କଠିନ ଟକ୍କର ଦେଇପାରେ ।