ଘରେ CCTV କ୍ୟାମେରା ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଆଜିକାଲି ଅଧିକାଂଶ ଲୋକଙ୍କୁ ନିଜ ଘରର ସୁରକ୍ଷାର ଚିନ୍ତା ରହିଥାଏ । ସେଥିପାଇଁ ଅନେକ ଲୋକ ଚାହାଁନ୍ତି ଯେ ଘରେ ସିସିଟିଭି କ୍ୟାମେରା ଲଗାଯାଉ । ଯେଉଁମାନେ ଅଫିସ୍ କିମ୍ବା ଘର କାମ ପାଇଁ ସବୁବେଳେ ବାହାରକୁ ଯାଆନ୍ତି, ସେମାନେ ସିସିଟିଭି ଦ୍ୱାରା ନିଜ ଘର ଉପରେ ନଜର ରଖିପାରିବେ । ପୂର୍ବରୁ କେବଳ ଦୋକାନ, ସପିଂ ମଲ୍ ଏବଂ ସର୍ବସାଧାରଣ ସ୍ଥାନରେ ସିସିଟିଭି ଲଗାଯାଉଥିଲା କିନ୍ତୁ ଆଜିକାଲି ନିଜ ଘରର ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକମାନେ ଘରେ ମଧ୍ୟ ସିସିଟିଭି ଲଗାଇବା ଆରମ୍ଭ କରିଛନ୍ତି ।
ଆଜିକାଲି ଯୁଗରେ ଘରେ ସିସିଟିଭି ଲଗାଇବା ଏକ ସାଧାରଣ କଥା ହୋଇଗଲାଣି । ବଢୁଥିବା ଚୋରି ଖବରକୁ ଧ୍ୟାନରେ ରଖି ଲୋକମାନେ ସତର୍କ ହୋଇ ନିଜ ଘରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଉଛନ୍ତି ଯାହା ଦ୍ୱାରା ଆପଣ ନିଜ ଅନୁପସ୍ଥିତିରେ ବି ଘରର ସମସ୍ତ ଦୃଶ୍ୟ ଯାଞ୍ଚ କରିପାରିବେ । ଏଭଳି ପରିସ୍ଥିତିରେ ଆପଣ କେଉଁ ପ୍ରକାରର ସିସିଟିଭି କ୍ୟାମେରା ଲଗାଇବା ଉଚିତ ତାହା ସ୍ଥିର କରିବା ଅତ୍ୟନ୍ତ ଜରୁରୀ ଅଟେ, ଯାହା ଦ୍ୱାରା ଆପଣଙ୍କର ଆବଶ୍ୟକତା ପୂରଣ ହେବ ଏବଂ ଟଙ୍କା ମଧ୍ୟ ନଷ୍ଟ ହେବ ନାହିଁ ।
-ସର୍ବପ୍ରଥମେ, କ୍ୟାମେରା କିଣିବାବେଳେ, ଧ୍ୟାନ ଦିଅନ୍ତୁ କ୍ୟାମେରାର ରେଞ୍ଜ କ’ଣ? ଅତିକମରେ ୨୦-୨୫ ମିଟର ରେଞ୍ଜ ସହିତ ଏକ କ୍ୟାମେରା ନିଅନ୍ତୁ । ଯଦି ରେଞ୍ଜ ଭଲ ରହିଥାଏ ତେବେ ବହୁ ଦୂର ଜିନିଷ ଦେଖିବା ମଧ୍ୟ ସହଜ ହୋଇଯାଇଥାଏ । ତେବେ ଏହି ରେଞ୍ଜ ଇମେଜ୍ ସେନ୍ସର ସହିତ ଲେନ୍ସର focal length ଉପରେ ମଧ୍ୟ ନିର୍ଭର କରେ ।
-Cctv କିଣିବା ପୂର୍ବରୁ, ଦୟାକରି କ୍ୟାମେରାର ଭିଡିଓ କ୍ୱାଲିଟି ଯାଞ୍ଚ କରନ୍ତୁ । ଭିଡିଓ କ୍ୱାଲିଟି ଅତି କମରେ 1080p କିମ୍ବା 720p ହେବା ଉଚିତ, ରେଜୋଲ୍ୟୁସନ ଯେତେ ଅଧିକ ହେବ ଭିଡିଓ କ୍ୱାଲିଟି ମଧ୍ୟ ସେତିକି ଭଲ ହେବ । ତେଣୁ କ୍ୟାମେରାର କ୍ୱାଲିଟି ଯାଞ୍ଚ କରିବା ଜରୁରୀ ଅଟେ ଯାହାଫଳରେ ଆପଣଙ୍କୁ ସବୁ ଜିନିଷ ସ୍ପଷ୍ଟ ଭାବରେ ଦେଖାଯିବ ।
-ଷ୍ଟୋରେଜ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ, କିଣିବା ପୂର୍ବରୁ, ଏହାର ଇନବିଲ୍ଟ ଷ୍ଟୋରେଜ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ କିମ୍ବା ଆପଣଙ୍କୁ ଏକ ଅଲଗା SD କାର୍ଡ ଭର୍ତ୍ତି କରିବାକୁ ପଡିବ । ଆପଣ ୩୨, ୬୪ ଏବଂ ୧୨୮ GB କିମ୍ବା ଅଧିକ ଷ୍ଟୋରେଜ୍ ସହିତ SD କାର୍ଡ କିଣି ବ୍ୟବହାର କରିପାରିବେ । ତେଣୁ, ଏକ କ୍ୟାମେରା କିଣିବାକୁ ଚେଷ୍ଟା କରନ୍ତୁ ଯାହା ଇନବିଲ୍ଟ ଷ୍ଟୋରେଜ୍ ସହିତ ଆସେ ।
-ଯଦି ଆପଣଙ୍କ ବଜେଟ୍ ଟିକିଏ ଅଧିକ ଅଛି , ତେବେ ଆପଣ ଏଭଳି ଏକ ସିସିଟିଭି କ୍ୟାମେରା କିଣିପାରିବେ ଯାହାକି ଏକ ମୋସନ୍ ସେନ୍ସର ସହିତ ଆସେ । ତେବେ ଏଭଳି ସିସିଟିଭି କ୍ୟାମେରାର ମୂଲ୍ୟ ସାଧାରଣ କ୍ୟାମେରା ତୁଳନାରେ ଟିକେ ଅଧିକ ରହିଥାଏ । କିନ୍ତୁ ଏହି କ୍ୟାମେରା କୌଣସି ଅନାବଶ୍ୟକ ସାଉଣ୍ଡ କିମ୍ବା ଗତିବିଧିକୁ ଚିହ୍ନଟ କରିଥାଏ ଏବଂ ଆପ୍ ମାଧ୍ୟମରେ ୟୁଜର୍ସଙ୍କୁ ଆଲର୍ଟ ନୋଟିଫିକେସନ ମଧ୍ୟ ପଠାଇଥାଏ ।