କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡ଼ିଛି ୬୦୦୦ ପଦବୀ, ଜାଣନ୍ତୁ ଆବେଦନ କରିବା ପ୍ରକ୍ରିୟା

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡ଼ିଛି ୫୯୪୯ ଟି ଶିକ୍ଷକ ପଦ। ଏଣୁ ଶିକ୍ଷକ ପଦବୀ ପାଇଁ ଆବେଦନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାର୍ଥୀ ଚାହୁଁଛି। ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏହି ସୂଚନା ଦେଇଛନ୍ତି। ପୋଖରିୟାଲ କହିଛନ୍ତି ଯେ ବିଭିନ୍ନ ସ୍କୁଲରେ ଖାଲିପଡ଼ିଥିବା ଏହି ପଦ ପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ଜାରି ହେବ। ମାତ୍ର ଏନେଇ କୌଣସି ବିଧିବଦ୍ଧ ତାରିଖ ଘୋଷଣା ହୋଇନାହିଁ। ତେବେ ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ଏନେଇ ନୋଟିଫିକେସନ୍‌ ଜାରି କରାଯିବ ବୋଲି ଜଣାଯିବ।

Image result for kvs students

କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ଭର୍ତ୍ତି ଲାଗି ନୋଟିଫିକେସନ୍‌ ଅଫିସିଆଲ ୱେବ୍‌ସାଇଟ୍‌ http://kvsangathan.org.in/articles/8-KVS-RECRUITMENT-2020.php ରେ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ବିଭାଗର ଅଫିସିଆଲ ୱେବସାଇଟ୍‌ରେ ଅନଲାଇନ୍‌ ଆବେଦନ ସହ ଜଡ଼ିତ ସମସ୍ତ ତଥ୍ୟ ମିଳିପାରିବ। ରିପୋର୍ଟ ମୁତାବକ ଏହି ଭର୍ତ୍ତି ମାଧ୍ୟମରେ ମୋଟ ୧୦୦ରୁ ଊର୍ଦ୍ଧ୍ୱ ପଦ ପାଇଁ ଭର୍ତ୍ତି କରାଯିବ।

Image result for kvs students

ଶିକ୍ଷକ ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଏଡ୍‌ ହୋଇଥିବା ଆବଶ୍ୟକ। ଏଥିସହ ପ୍ରାର୍ଥୀ ସିଟେଟ୍‌ ପରୀକ୍ଷା ମଧ୍ୟ ପାସ୍‌ କରିଥିବା ଆବଶ୍ୟକ। ସିଟେଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ ନାହିଁ। ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ପରେ ଚୟନ କରାଯିବ ବୋଲି ଜଣାଯାଇଛି।

You might also like