ଧମାଲ୍ କରୁଛି Kiaର ଲୋକପ୍ରିୟ ୭-ସିଟର MPV, ରହିଛି ଜବରଦସ୍ତ ଫିଚର୍ସ

ଭାରତୀୟ ବଜାରରେ ୭-ସିଟର ଭାଡିର ଡିମାଣ୍ଡ ବେସ୍ ଅଧିକ ରହିଛି । ଏହି ସେଗମେଣ୍ଟରେ Kia Carens ମଧ୍ୟ ଗ୍ରାହକମାନଙ୍କୁ ବହୁତ୍ ପସନ୍ଦ ଆସିଥାଏ । Kia Motors ର ଏହି କାର୍ ଲଞ୍ଚ ହେବାର ୩୬ ମାସ ପରେ ୨ ଲକ୍ଷ ୟୁନିଟ୍ ବିକ୍ରିର ମାଇଲଷ୍ଟୋନ୍ ହାସିଲ କରିଛି ।
ଗତ ମାସରେ ଅର୍ଥାତ୍ ୨୦୨୫ ଫେବୃଆରୀରେ ମୋଟ୍ ୫ ହଜାର ୩୧୮ ଜଣ ନୂଆ ଗ୍ରାହକ Kia Carens କିଣିଛନ୍ତି । ଭାରତୀୟ ବଜାରରେ ଏକ ଲୋକପ୍ରିୟ ୭-ସିଟର MPV । ଡିଜେଲ୍ ଏବଂ ପେଟ୍ରୋଲ ଉଭୟ ଅପ୍ସନ ସହିତ ଆସୁଥିବା ଏହି କାରଟି Maruti Ertiga କୁ ଟକ୍କର କରେ ।
Kia Carens ର ପାୱାରଟ୍ରେନ୍ :
Kia Carens ତିନୋଟି ଇଞ୍ଜିନ୍ ଅପ୍ସନ ସହିତ ଉପଲବ୍ଧ, ଯେଉଁଥିରେ ଏକ ୧.୫-ଲିଟର ଡିଜେଲ୍ ଇଞ୍ଜିନ୍ ଯାହା ୧୧୬ hp ପାୱାର ଏବଂ ୨୫୦ Nm ର ଟର୍କ ଜେନେରେଟ୍ କରିଥାଏ । ଏହାର ୧.୫-ଲିଟର ନ୍ୟାଚୁରାଲ୍ ଆସିଷ୍ଟେଡ୍ ପେଟ୍ରୋଲ ଇଞ୍ଜିନ୍ ୧୧୫ hp/ ୧୪୪ Nm ର ଣେଟିଂ କରିଥାଏ, ଯେତେବେଳେ ୧.୫ ଲିଟର ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ୧୬୦ hp ଏବଂ ୨୫୩ ର ଟର୍କ ଜେନେରେଟ୍ କରିଥାଏ ।
ଏହାର ଡିଜେଲ୍ ଇଞ୍ଜିନ୍ ଏବେ ୬-ସ୍ପିହ୍ ମାନୁଆଲ୍ ଗିୟରବକ୍ସ, ୬-ସ୍ପିଡ୍ iMT କିମ୍ବା ୬-ସ୍ପିଡ୍ ଟର୍କ କନଭର୍ଟର ଅଟୋମେଟିକ୍ ସହିତ ଉପଲବ୍ଧ । NA ପେଟ୍ରୋଳ୍ ଇଞ୍ଜିନ୍ କେବଳ ୬-ସ୍ପିଡ୍ ମାନୁଆଲ୍ ସହିତ ପ୍ରଦାନ କରାଯାଏ, ଯେତେବେଳେ ୧.୫ ଲିଟର ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ୬-ସ୍ପିଡ୍ iMT କିମ୍ବା ୭-ସ୍ପିହ୍ ଡୁଆଲ୍ କ୍ଲଚ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ଉପଲବ୍ଧ ।
ଏହି କାରରେ ଥିବା ସେଫ୍ଟି ପାଇଁ ୧୦.୨୫ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ କାର୍ ପ୍ଳେ, କ୍ରୁଜ୍ କଣ୍ଟ୍ରୋଲ୍, ସନରୁଫ୍, ଏମ୍ବିଏଣ୍ଟ ଲାଇଟିଂ ସହିତ ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ସ ପ୍ରଦାନ କରାଯାଇଛି, ଯାହା ଲୋକଙ୍କର ଏକ୍ସପେରିଏନ୍ସ ଉନ୍ନତ ହେବାରେ ଲାଗିଥାଏ ।
Carens ମାର୍କେଟରେ Sparkling Silver, Imperial Blue, Intense Red, Clear White, Glacier White Pearl, Gravity Grey ଭଳି ୮ଟି ଭିନ୍ନ କଲରରେ ସେଲ୍ ପାଇଁ ଉପଲବ୍ଧ କରାଯାଇଛି । ଏହି କାରଟି ୬ ଏବଂ ୭ ସିଟର ଅପ୍ସନରେ ଉପଲବ୍ଧ ।