ଖୁସି ଖବର, ଆସନ୍ତା ମାସ ମାର୍କେଟକୁ ଆସୁଛି Kinetic E-Luna

ଲୁନା କଥା କହିଲେ ମନକୁ ପ୍ରଥମେ ଆସେ କାଇନେଟିକ୍‌ ଲୁନା କଥା । କିନ୍ତୁ ସମୟ ବଦଳିଲା, ଲୋକଙ୍କ ପସନ୍ଦ ବି ବଦଳିଲା ଏବଂ ଲୁନାକୁ ଲୋକମାନେ ଧିରେ ଧିରେ ଭୁଲି ଭୁଲି ଗଲେଣି ।

କାଇନେଟିକ୍‌ ଲୁନା…କୁହାଯାଏ କେବଳ ନାମ ହିଁ ଯଥେଷ୍ଟ । ଆଉ ଲୁନା କଥା କହିଲେ ମନକୁ ପ୍ରଥମେ ଆସେ କାଇନେଟିକ୍‌ ଲୁନା କଥା । କିନ୍ତୁ ସମୟ ବଦଳିଲା, ଲୋକଙ୍କ ପସନ୍ଦ ବି ବଦଳିଲା ଏବଂ ଲୁନାକୁ ଲୋକମାନେ ଧିରେ ଧିରେ ଭୁଲି ଭୁଲି ଗଲେଣି । କିନ୍ତୁ ସେହି ପୁରୁଣା ଦିନ ପୁଣି ଫେରି ଆସିଛି । ଯେତେବେଳେ କାଇନେଟିକ ଲୁନା ନିଜର ନୂଆ ଇଲେକଟ୍ରିକ ଅବତାର ଅର୍ଥାତ୍‌ ଇ-ଲୁନା ଜରିଆରେ ଲୋକଙ୍କ ମନ ଜିଣିବାକୁ ପୁଣି ମାର୍କେଟକୁ ଆସୁଛି । ହଁ ଆଜ୍ଞା ଆପଣ ଯାହା ଶୁଣୁଛନ୍ତି ଠିକ ଶୁଣୁଛନ୍ତି ଆସନ୍ତା ମାସ କାଇନେଟିକ ଗ୍ରୀନ୍‌ କମ୍ପାନୀ ଇଲେକଟ୍ରିକ୍‌ ଲୁନାକୁ ଲଞ୍ଚ୍‌ କରିବା ପ୍ରସ୍ତୁତିରେ ଅଛି ଏବଂ କୁହାଯାଉଛି ଯେ ୨୬ ଜାନୁଆରୀ ୨୦୨୪ ରୁ ଏହାକୁ ୫୦୦ ଟଙ୍କାର ଟୋକନ ଆମାଉଣ୍ଟ ସହିତ ବୁକିଙ୍ଗ କରିହେବ ।

ଅନେକ ଦିନ ଧରି ଲୋକମାନେ କାଇନେଟିକ ଇ-ଲୁନାର ଅପେକ୍ଷାର ଥିଲେ ଏବଂ ଏହି ଇଲେକଟ୍ରିକ ମୋପେଡକୁ ଲୋକମାନେ କିଣିବାକୁ ଭାରି ଉତ୍ସୁକତାର ସହିତ ଚାହୁଁଥିଲେ । ତେବେ ଏହିସବୁ ମଧ୍ୟରେ ଏକ ବହୁତ ଖାସ୍‌ କଥା ଦେଖିବାକୁ ମିଳିଛି, ଯେ କମ୍ପାନୀ ଶେଷରେ ଏହାର ପେଟ୍ରୋଲ ମଡେଲ ମୁକାବିଲାରେ ଏହାର ଇଲେକଟ୍ରିକ ମଡେଲରେ କେଉଁ କେଉଁ ପରିବର୍ତ୍ତନ କରିଛି । ଗୋଟେ ସମୟ ଥିଲା ଏହା ଲୋୟର ମିଡିଲ କ୍ଲାସ ଲୋକଙ୍କର ଅତିପ୍ରିୟ ଥିଲା । ଏଥିରେ ୫୦ସିସିର ପେଟ୍ରୋଲ ଇଞ୍ଜିନ ଥିଲା ଏବଂ ସାଇକେଲ ଭଳି ପ୍ୟାଡେଲ ବି ଥିଲା । କିନ୍ତୁ ଏବେ ଇ-ଲୁନାରେ ୨ କିଲୋଓ୍ଵାଟ ପର୍ଯ୍ୟନ୍ତ ଲିଥିୟନ ଆୟନ ବ୍ୟାଟେରୀ ହୋଇପାରେ । ଯାହା ଥରେ ଚାର୍ଜରେ ୭୦-୮୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ୍‌ ଦେଇପାରେ ।

କାଇନେଟିକ ଇ-ଲୁନାକୁ ଲୋ ସ୍ପିଡ୍‌ ଇଲେକଟିକ ମୋପେଡ ରୂପରେ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଚଳାଇଛି କମ୍ପାନୀ । ଯାହାର ଟପ୍‌ ସ୍ପିଡ୍‌ ୨୫ କିଲୋମିଟର ପ୍ରତି ଘଣ୍ଟା ହୋଇପାରେ । ଲୁକ୍‌ ଏବଂ ଫିଚର୍ସ ବିଷୟରେ କହିବା ତ ଏହା ପୁରୁଣା ମଡେଲ ମୁକାବିଲାରେ ଉନ୍ନତ ଅପଡେଟ୍‌ ସହ ମାର୍କେଟକୁ ଆସୁଛି । ଏଥିରେ ଅଲ୍‌ ଏଲଇଡି ସେଟଅପ୍‌, ଅର୍ଥାତ୍‌ ଏଲଇଡି ହେଡଲାଇଟ୍ସ, ଡିଆରଏଲ ଏବଂ ଟେଲଲାଇଟ୍ସ ସହିତ ହିଁ ଇଲେକଟ୍ରିକ ସେଲ୍ଫ ଷ୍ଟାର୍ଟ, ଡିଜିଟାଲ ଇନଷ୍ଟମେଣ୍ଟ କନସୋଲ, ସ୍ମାର୍ଟଫୋନ କନେକ୍ଟିଭିଟୀ, ୟୁଏସବି ଚାର୍ଜର ସମେତ ଅନ୍ୟ ଷ୍ଟାଣ୍ଡାର୍ଡ ଏବଂ ସେଫ୍ଟି ଫିଚର୍ସ ହୋଇପାରେ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କାଇନେଟିକ ଲୁନା ଇଲେକଟ୍ରିକକୁ ଫେବୃୟାରୀର ପ୍ରଥମ ଏବଂ ଦ୍ୱିତୀୟ ସପ୍ତାହ ମଧ୍ୟରେ କରାଯାଇପାରେ । ଏବଂ ଏହାର ଦମ୍‌ ଏକ ଲକ୍ଷରୁ କମ୍‌ ହୋଇପାରେ । ଯେଉଁ ଲୋକମାନେ ନିିଜ ପାଇଁ ଏକ ଶସ୍ତା ସୁନ୍ଦର ମଜବୁତ୍‌ ଇଲେକଟ୍ରିକ ସ୍କୁଟର ଚାହୁଁଛନ୍ତି, ସେମାନଙ୍କ ପାଇଁ କାଇନେଟିକ ଇ-ଲୁନା ବହୁତ ଭଲ ବିକଳ୍ନ ସାଜିପାରେ । ତେବେ କହିବାକୁ ଚାହିଁବୁ ଯେ ବି୨ବି ଏବଂ ବି୨ସି କଷ୍ଟମର ଉଭୟଙ୍କ ପାଇଁ ଲଞ୍ଚ୍‌ କରିବା ପାଇଁ କମ୍ପାନୀ ପ୍ରସ୍ତୁତି ଚଳାଇଛି ।