କିଷାନ ବିକାଶ ପତ୍ର: ମାତ୍ର ୧୦ ବର୍ଷରେ ଦୁଇଗୁଣା ହୋଇଯିବ ଜମା ହୋଇଥିବା ଟଙ୍କା

ଭାରତୀୟ ପୋଷ୍ଟରୁ ମିଳୁଥିବା ସଂଚୟ ଯୋଜନା ମଧ୍ୟରେ କିଷାନ ବିକାଶ ପତ୍ର ଯୋଜନା ଅନ୍ଯତମ। ଯଦି ଆପଣ କୌଣସି ରିସ୍କ ନନେଇ ସଂଚୟ ରାଶିକୁ ଜମା କରିବାକୁ ଚାହୁଛନ୍ତି, ତେବେ ଆପଣ ଏହି ଯୋଜନାରେ ସଂଚୟ କରିପାରିବେ। ଏହି ଯୋଜନା ସଂଚୟ କରିବାର ସବୁଠାରୁ ଭଲ ଯୋଜନା। ପୋଷ୍ଟ ଅଫିସର ଏହି ନିବେଶ ଯୋଜନାରେ ଜମାକର୍ତ୍ତା ଭଲ ରିଟର୍ଣ୍ଣନ ସହିତ ସଂଚୟ ଉପରେ ମଧ୍ୟ ସରକାରୀ ସୁରକ୍ଷାର ଲାଭ ଉଠାଇପାରିବେ। କିଷାନ ବିକାଶ ପତ୍ର ଯୋଜନାରେ ୧୦ ବର୍ଷ ୪ ମାସ ପରେ ଜମା କରିଥିବା ରାଶି ଦୁଇଗଣା ହୋଇଯାଏ। ତେବେ ଆଉ ଜ’ଣ ଫାଇଦା ଦିଏ, ଜାଣନ୍ତୁ :

ପୋଷ୍ଟ ଅଫିସରେ ଏହା କିଷାନ ବିକାଶ ପତ୍ର ନାମରେ ଜଣାଶୁଣା। ଏହି ଯୋଜନା କିଷାନଙ୍କ ପାଇଁ ରହିଛି। କିନ୍ତୁ କେବଳ କିଷାନ ନୁହେଁ ବରଂ କୌଣସି ବ୍ଯକ୍ତି ମଧ୍ୟ ଜମା କରିପାରିବେ। ଏହି ଯୋଜନା ଅଧିନରେ କୌଣସି ବ୍ଯକ୍ତି KVP ସାର୍ଟିଫିକେଟ କିଣିବା ପାଇଁ ସର୍ବନିମ୍ନ ୧ ହଜାର ଟଙ୍କା ଦେବାକୁ ପଡିବ। ଯଦି ଆପଣ ୫୦ ହଜାର ଟଙ୍କାରୁ ଅଧିକ ନିବେଶ କରିଥାନ୍ତି, ତେବେ ନିଜର ପାନ୍ କାର୍ଡ ବିବରଣୀ ଦେବାକୁ ପଡିବ।
ଏହା ଅଧିନରେ କୌଣସି ଭାରତୀୟ ବ୍ଯକ୍ତିଙ୍କ ବୟସ ୧୮ ବର୍ଷରୁ ଅଧିକ ରହିଛି, ସେମାନେ ଖାତା ଖୋଲିପାରିବେ। କିନ୍ତୁ ସଂଚୟ ଖାତା ଖୋଲିବା ପାଇଁ ସର୍ବାଧିକ କେତେ ବୟସ ତାହା ନିର୍ଦ୍ଧାରିତ କରାଯାଇନାହିଁ। NRI ଏହି ସ୍କିମର ଫାଇଦା ଉଠାଇପାରିବେ ନାହିଁ।

ପୋଷ୍ଟ ଅଫିସରେ ଏହି ଯୋଜନାରେ ନିବେଶ କରିବା ପାଇଁ ସାର୍ଟିଫିକେଟ ଜାରି କରାଯାଇଛି। କୌଣସି ବ୍ଯକ୍ତି ହଜାର ଟଙ୍କାରୁ ଆରମ୍ଭ କରି ଯେତେବେ ଅଧିକ ଟଙ୍କା ପର୍ଯ୍ଯନ୍ତ ନିବେଶ କରିପାରିବେ। ଯଦି ଆପଣ ୫୦ ହଜାର ଟଙ୍କାରୁ ଅଧିକ ନିବେଶ କରନ୍ତି, ତେବେ ପାନ୍ କାର୍ଡ ନଚେତ ପାନ୍ କାର୍ଡର କୌଣସି ଆବଶ୍ଯକତା ନାହିଁ।

ଡାକ ବିଭାଗ ତରଫରୁ ଏହି ଯୋଜନା ଅଧିନରେ ଏବେ ୬.୯ ପ୍ରତିଶତ ବର୍ଷକୁ ସୁଧ ହାରର ଲାଭ ମିଳିବ। ସୂଚନାଯୋଗ୍ଯ, ଅର୍ଥ ମନ୍ତ୍ରାଳୟ କିଷାନ୍‌ ବିକାଶ ପତ୍ର ନିୟମ ୨୦୧୪ରେ ସଂଶୋଧନ କରି କହିଥିଲେ ଯେ, ୧ ଜୁଲାଇ, ୨୦୧୯ରେ କେଭିପିରେ ରଖା ଯାଇଥିବା ରାଶି ୯ ବର୍ଷ ୫ ମାସ ଅର୍ଥାତ୍ ୧୧୩ ମାସରେ ଦୁଇଗୁଣା ହେବ। ଏବେ ପର୍ଯ୍ଯନ୍ତ ଏହା ୯ ବର୍ଷ ୪ ମାସରେ ଅର୍ଥାତ ୧୧୨ ମାସରେ ଦୁଇଗୁଣା ହେବ ବୋଲି ପୂର୍ବରୁ ସୂଚନା ରହିଥିଲା।

Leave A Reply

Your email address will not be published.