ଜାଣନ୍ତୁ ଆପଣଙ୍କ ସହରରେ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

ସରକାରୀ ତୈଳ କମ୍ପାନୀ ମାନଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବତ୍ତନ କରା ଯାଇନାହିଁ | କହିରଖିବା ଉଚିତ ହେବକି ଗତ ୧୩
ଦିନ ହେବ ପେଟ୍ରୋଲ ମୂଲ୍ୟରେ କୌଣସି ବିଶେଷ ପରିବର୍ତ୍ତନ ଆସିନଥିବା ରେକର୍ଡ ହୋଇଛି | ସୋମବାର ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୧.୦୬ ଟଙ୍କା ଥିବା ଵେବଳେ ଡିଜେଲ ମୂଲ୍ୟ ଲିଟର ପିଛା ୭୦.୪୬ ଟଙ୍କାରେ ସ୍ଥିର ରହିଛି | ସେହିପରି କୋଲକାତାରେ ୮୨.୫୯ ଟଙ୍କା ଓ ୭୩.୯୯
ଟଙ୍କା ରହିଛି | ସେହିପରି ମୁମ୍ବାଇରେ ଏହି ମୂଲ୍ୟ ଯଥାକ୍ରମେ ୮୭.୭୪ ଟଙ୍କା ଓ ୭୬.୮୬ଟଙ୍କାରେ ସ୍ଥିର ରହିଛି |

ଆପଣ ଏସଏମଏସ ମାଧ୍ୟମରେ ଉଭୟ ଦରାର ମୂଲ୍ୟ ଜାଣିପାରିବେ | ଇଣ୍ଡିୟାନ ଅଏଲ ୱେବ ସାଇଟ ଅନୁସାରେ, ଆପଣଙ୍କୁ ଆରଏସପି ଓ ନିଜ ସହରର କୋଡା ଲେଖି ୯୨୨୪୯୯୨୨୪୯ କୁ ପଠାଇବାକୁ ହେବ | ଭିନ୍ନ ଭିନ୍ନ ସହର ମାନଙ୍କର କୋଡ ଭିନ୍ନ ଭିନ୍ନ ହୋଇଥାଏ |