ସମସ୍ତ UPI ପେମେଣ୍ଟ ଆପ୍‌ ରେ ଲାଗୁ ହେଲା ଟ୍ରାଞ୍ଜାକସନ ଲିମିଟ୍‌, ଦୈନିକ ମାତ୍ର ଏତିକି ଟଙ୍କାର କରିପାରିବେ ଲେଣଦେଣ

ୟୁପିଆଇ ଟ୍ରାଞ୍ଜାକସନକୁ ନେଇ ଆସିଲା ବଡ଼ ଅପଡେଟ। ଆଜିକାଲି ସମସ୍ତେ ଏହି ବ୍ୟବସ୍ଥାକୁ ଉପଯୋଗ କରୁଛନ୍ତି। କାରଣ କ୍ୟାସ ନେଇ ବୁଲିବା ଆଦୌ ସୁରକ୍ଷିତ ହୋଇନଥାଏ। ତେଣୁ ଏହି ଭୟକୁ ଦୂର କରିବା ପାଇଁ ୟୁପିଆଇ ବ୍ୟବସ୍ଥା ବାହାରିଛି। ତେବେ ୟୁପିଆଇ ବ୍ୟବସ୍ଥା ମଧ୍ୟରେ ଗୁଗଲ ପେ, ଫୋନ ପେ, ଆମାଜନ ପେ, ପେଟିଏମ ଆଦି ଆସୁଛି। ଏସମସ୍ତ ଙ୍କ କମ୍ପାନୀ ମଧ୍ୟ ଅଲଗା ଅଲଗା। ତେବେ ଏହି ସମୟ ମଧ୍ୟରେ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି। ଯାହାର ପ୍ରଭାବ ଦେଶର କୋଟି କୋଟି ଲୋକଙ୍କ ଉପରେ ପଡ଼ିବ।

ଆଜିକା ସମୟରେ ତ ୟୂପିଆଇର ବ୍ୟବହାର ଅନେକ କରୁଛନ୍ତି। ଯଦି ଆପଣ ବି ଏହାରି ମାଧ୍ୟମରେ ପେମେଣ୍ଟ କରୁଛନ୍ତି ତେବେ ଏକ ବଡ଼ ସୂଚନା ଜାଣିନିଅନ୍ତୁ। ଗୁଗଲ ପେ, ଫୋନ ପେ, ଆମାଜନ ପେ, ପେଟିଏମ ଭଳି ବଡ଼ ବଡ଼ କମ୍ପାନୀ ନିଜ ନିଜ ଟାଞ୍ଜାକସନ ଲିମିଟକୁ ଧାର୍ଯ୍ୟ କରିଥାନ୍ତି। ଯାହାର ପ୍ରଭାବର ପ୍ରତ୍ୟେକ ୟୁଜର୍ସଙ୍କ ଉପରେ ପଡ଼ିଥାଏ। ଏବେ କିନ୍ତୁ ପୁଣି ଥରେ ଏହାକୁ ବଦଳାଇଦିଆଯାଇଛି। ଏନପିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ନ୍ୟ୍ୟସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ର ଗାଇଡ ଲାଇନ ଅନୁଯାୟୀ ଏବେ ୟୁପିଆଇ ରୁ ପ୍ରତ୍ୟେକ ଦିନ କେବଳ ମାତ୍ର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାଞ୍ଜାକସନ କରପିପାରିବେ। ସେମିତି କିଛି ଛୋଟ ବ୍ୟାଙ୍କ ରହିଛି ଯେଉଁମାନେ ଏହାର ଲିମିଟକୁ ୨୫ ହଜାର ଟଙ୍କା କରିଛନ୍ତି। ଏବେ ଚେକ କରନ୍ତୁ ଆପଣ କେଉଁ ଆପ୍‌ ବ୍ୟବହାର କରୁଛନ୍ତି ଓ ସେଥିରେ ଏବେ ଲିମିଟେସନ କେତେ ରହିଛି।

ଆମାଜନ ପେ:
ଆମାଜନ ପେ ୟୁପିଆଇ ଜରିଆରେ ପେମେଣ୍ଟ କରିବାର ଲିମିଟକୁ ୧ଲକ୍ଷ ଟଙ୍କା କରିଛି। କମ୍ପାନୀ ଏବେ ୟୁନିଆଇ ରେ ରେଜିଷ୍ଟ୍ରେସନ କରିବା ପରେ ପ୍ରାରମ୍ଭିକ ସମୟରେ କେବଳ ମାତ୍ର ୫ହଜାର ଟଙ୍କା ର ଲେଣ ଦେଣ କରିପାରିବେ। ସେମିତି ବ୍ୟାଙ୍କ ଆଧାରରେ ପ୍ରତ୍ୟେକ ଦିନ ଲେଣ ଦେଣ ସଂଖ୍ୟା ୨୦ ଥର ରହିବ।

ପେଟିଏମ :
ପେଟିଏମ ମଧ୍ୟ ୟୁପିଆଇ ଜରିଆରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲିମିଟକୁ ଧାର୍ଯ୍ୟ କରିଛି। ଏହା ସହିତ ପେଟିଏମ ପ୍ରତି ଘଣ୍ଟାକୁ ମଧ୍ୟ ଲିମିଟ ସେଟ କରିଛି। ତେବେ ପେଟିଏମ୍‌ ର କହିବା ଅନୁଯାୟୀ ଆପଣ କେବଳ ୨୦ ହଜାର ଟଙ୍କା ର ଲେଣଦେଣ କରିପାରିବେ। ଏହାବ୍ୟତିତ ପ୍ରତି ଘଣ୍ଟାରେ ୫ ଟ ି ଟାଞ୍ଜାକସନ ହୋଇପାରିବ। ଗୋଟିଏ ଦିନରେ କେବଳ ମାତ୍ର ୨୦ ଥର ଲେଣ ଦେଣ କରିପାରିବେ।

ଫୋନ ପେ:
ଫୋନ ପେ ରେ ପ୍ରତିଦିନ ଲେଣଦେଣ ସୀମା ୧ ଲକ୍ଷ ଟଙ୍କା ରଖାଯାଇଛି। ଏହାସହିତ ପ୍ରତ୍ୟେକ ବ୍ୟକ୍ତି ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଗୋଟିଏ ଦିନରେ୨୦ ଥର ଲେଣ ଦେଣ କରିପାରିବେ।

ଗୁଗଲ ପେ:
ଗୁଗଲ ପେ ୟୁପିଆଇ ଆପ୍‌ ଓ ବ୍ୟାଙ୍କ ଖାତାରେ ମୋଟ ୧୦ ଥର ଲେଣ ଦେଣ ସୀମାକୁ ଧାର୍ଯ୍ୟ କରିଛି। ୟୁଜର ଗୋଟିଏ ଦିନରେ ମାତ୍ର ୧୦ ଥର ଲେଣଦେଣ କରିପାରିବେ। ଏହାସହିତ ଗୋଟିଏ ଦିନରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟା୍ରଞ୍ଜାକସନ କରିପାରିବେ।

ଜାଣିରଖନ୍ତୁ ଯେଗ ଗୁଗଲ ପେ ଓ ଫୋନ ପେ ରେ ପ୍ରତି ଘଣ୍ଟା ହିସାବରେ କିଛି ବି ଲିମିଟ ଧାର୍ଯ୍ୟ କରାଯାଇ ନାହିଁ। ଯେବେ କେହି ବି ବ୍ୟକ୍ତି ୨ ହଜାର ଟଙ୍କା ରୁ ଅଧିକ ମନି ରିକ୍ୱେଷ୍ଟ ଏହି ଆପ୍‌ ଜରିଆରେ ପଠାଇଥାଏ ତେବେ ଆପ୍‌ ତାହାକୁ ବନ୍ଦ ବା ରୋକିଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.