LIC ଆମ୍ ଆଦମୀ ବୀମା ଯୋଜନା : ୧୦୦ ଟଙ୍କା ପ୍ରତିବର୍ଷ ପ୍ରିମିୟମରେ ୩୦ ହଜାର ବୀମା ସୁରକ୍ଷା, ଜାଣନ୍ତୁ ନିୟମ ଏବଂ ସର୍ତ୍ତ

ଆମ୍ ଆଦମୀ ବୀମା ଯୋଜନା ଏକ ସାମାଜିକ ସୁରକ୍ଷା ଯୋଜନା ଅଟେ, ଯାହା ଅସଂଗଠିତ କ୍ଷେତ୍ରରେ କାରବାର ପାଇଁ ଆରମ୍ଭ କରାଯାଇଛି। ଆମ୍ ଆଦମୀ ବୀମା ଯୋଜନା ଜୀବନ ବୀମା ନିଗମ (LIC) ଦ୍ବାରା ପ୍ରସାସିତ ଅଟେ। ଏହାକୁ ଭାରତ ସରକାରଙ୍କର ଅର୍ଥ ମନ୍ତ୍ରାଳୟ ଦ୍ବାରା ଲାଗୁ କରାଯାଇଛି। ଏହି ଯୋଜନା ଜୀବନ ବୀମା କଭରେଜର ଲାଭ ସହିତ ରାଜ୍ୟର ଗ୍ରାମୀଣ ଭୂମିହୀନ ପରିବାରର ମୁଖ୍ୟଙ୍କୁ ଆଶିଂକ ଏବଂ ସ୍ଥାୟୀ ବିକଳାଙ୍ଗତାଙ୍କ ପାଇଁ ବା ପରିବାରର ଜଣେ ସଦସ୍ୟ ରୋଜଗାରରେ ପ୍ରଦାନ କରାଯିବ।

ଆମ୍ ଆଦମୀ ବୀମା ଯୋଜନା ପାଇଁ ଯୋଗ୍ୟତା

ଏହି ଯୋଜନା ପାଇଁ ଆବେଦକଙ୍କ ବୟସ ୧୮ ରୁ ୫୯ ବର୍ଷ ମଧ୍ୟରେ ହେବା ଜରୁରୀ। ଆବେଦକ ପରିବାରର ମୁଖିଆ ହେବା ଆବଶ୍ୟକ ବା ଘରର ରୋଜଗାରକ୍ଷମ ସଦସ୍ୟ, ଗରୀବ ରେଖାର ନିମ୍ନରେ ଏବଂ ଗ୍ରାମୀଣ ଭୂମିହୀନ ହେବା ଆବଶ୍ୟକ।

ଯୋଜନା ପାଇଁ ଜରୁରି କାଗଜପତ୍ର

ହିସାବରେ ଆମ୍ ଆଦମୀ ବୀମା ଯୋଜନା ପାଇଁ ଆବେଦକଙ୍କୁ ଏହି କାଗଜ ପତ୍ରର ଆବଶ୍ୟକତା ନିଶ୍ଚୟ ପଡିବ। ରାସନ କାର୍ଡ, ଜନ୍ମ ପ୍ରମାଣ ପତ୍ର, ବିଦ୍ୟାଳୟ ପ୍ରମାଣ ପତ୍ର, ଭୋଟର ଆଇଡି, ସରକାରି ବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା ପ୍ରମାଣ ପତ୍ର, ଆଧାର କାର୍ଡ।

ଏହି ବୀମା ଯୋଜନାର ଲାଭ

ଏଲଆଇସି ୱେବସାଇଟ ଅନୁଯାୟୀ AABY ଅନ୍ତର୍ଗତ ବୀମା ସୁରକ୍ଷାର ଅବଧି ସମୟରେ ପ୍ରାକ୍ରୁତିକ ରୂପରେ ମୃତ୍ୟୁ ହେବା ଦ୍ବାରା ସେହି ସମୟରେ ଲାଗୁ ହୋଇଥିବା ବୀମା ଅନ୍ତର୍ଗତ ବୀମାକୃତ ରାଶି ୩୦,୦୦୦ ଟଙ୍କା ନାମାଙ୍କିତ ବ୍ୟକ୍ତିଙ୍କର ହେବ। ଯଦି ପଞ୍ଜିକୃତ ବ୍ୟକ୍ତିଙ୍କର ମୃତ୍ୟୁ କୌଣସି ଦୁର୍ଘଟଣା କିମ୍ବା ବିକଳାଙ୍ଗତା କାରଣରୁ ହୋଇଥାଏ ତେବେ ପଲିସି ହିସାବରେ ନୋମିନିଙ୍କୁ ୭୫,୦୦୦ ଟଙ୍କାର ରାଶି ପ୍ରଦାନ କରାଯିବ।

ଆଂଶିକ ବିକଳାଙ୍ଗତା ମାମଲାରେ ପଲିସିର ମାଲିକ କିମ୍ବା ନୋମିନିଙ୍କୁ ୩୭,୫୦୦ ଟଙ୍କା ରାଶି ପ୍ରଦାନ କରାଯାଇଥାଏ। ଆମ୍ ଆଦମୀ ବୀମା ଯୋଜନା ପାଇଁ ପ୍ରିମିୟମ-୩୦,୦୦୦ ଟଙ୍କା ବୀମା ପାଇଁ ପ୍ରତ୍ୟକ ପ୍ରିମିୟମ ୨୦୦ ଟଙ୍କା ପ୍ରତିବର୍ଷ ଦେବାକୁ ହେବ। ଯେଉଁଥିରେ ସୁରକ୍ଷା ନିଦ୍ଧି ର ୫୦ ପ୍ରତିଶତ ରାଜ୍ୟ ସରକାର ବା ସଂଘ କ୍ଷେତ୍ର ଦ୍ବାରା ବହନ କରାଯାଇଥାଏ।

Pritiparna

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

4 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

19 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

36 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

48 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

58 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 hour ago