ଜାଣନ୍ତୁ ଆପଣଙ୍କ ପିଏଫ ରାଶିରୁ କେବେ ଏବଂ କେତେ ଟଙ୍କା ବାହାର କରିପାରିବେ

ପିଏଫ ଟଙ୍କା କେବଳ ଆବଶ୍ୟକୀୟ ପରିସ୍ଥିତିରେ ହିଁ ବାହାର କରାଯାଇଥାଏ। କିଛି ପରିସ୍ଥିତିରେ ମଧ୍ୟ ଆପଣ ସମସ୍ତ ଟଙ୍କା ବାହାର କରିପାରିବେ। ପିଏଫ ଖାତା ହେଉଛି ପ୍ରତ୍ୟେକ କର୍ମଚାରୀମାନଙ୍କ ଭବିଷ୍ୟତ ପାଇଁ ସଞ୍ଚୟ ରାଶି ଅଟେ। ଏହି କାରଣରୁ ଯଦି କୌଣସି ଖରାପ ପରିସ୍ଥିତି ନ ଆସେ ତେବେ ପିଏଫ ଟଙ୍କା ବାହାର ନକରିବା ହିଁ ଉଚିତ। ଆଜି ଆମେ ଆପଣଙ୍କୁ କହିବୁ କେଉଁ ପରିସ୍ଥିତିରେ ପିଏଫର କେତେ ଟଙ୍କା ବାହାର କରିପାରିବେ।
ଆପଣ ନିଜେ ବା ନିଜର ଭାଇ-ଭଉଣୀ କିମ୍ବା ନିଜର ପିଲାମାନଙ୍କ ବିବାହ ପାଇଁ ପିଏଫ ରାଶି ବାହାର କରିପାରିବେ। ସେହିଭଳି ଯଦି ଆପଣଙ୍କର ପାଠ ପଢା ପାଇଁ ଟଙ୍କାର ଆବଶ୍ୟକ ପଡିଥାଏ ତେବେ ମଧ୍ୟ ଆପଣ ପିଏଫ ଟଙ୍କା ବାହାର କରିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ୭ ବର୍ଷ ଚାକିରୀ କରିବାକୁ ପଡିବ। ଏବଂ ଆପଣ ଯେଉଁ କାରଣ ପାଇଁ ଟଙ୍କା ବାହାର କରିବେ ସେଥିପାଇଁ ତାହାର ପ୍ରମାଣ ଆପଣଙ୍କୁ ଦେବାକୁ ପଡ଼ିବ।
ନିୟମ ଅନୁଯାୟୀ ଆପଣ ନିଜର ଏବଂ ଆପଣଙ୍କ ପରିବାରର ଚିକିତ୍ସା କରିବା ପାଇଁ ପିଏଫର ସମସ୍ତ ଟଙ୍କା ବାହାର କରିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରମାଣ ଦେବାକୁ ହେବ କି ଯାହା ପାଇଁ ଆପଣ ଟଙ୍କା ବାହାର କରିବା ପାଇଁ ଚାହୁଛନ୍ତି , ସେ ଗୋଟିଏ ମାସ ବା ତା ଠାରୁ ଅଧିକ ସମୟ ଡାକ୍ତାଖାନାରେ ରହିଥିବା ଦରକାର। ଏହା ବ୍ୟତୀତ ଯଦି ଆପଣ ନିଜ ଘର ଲୋନର ରି-ପେମେଣ୍ଟ କରିବା ପାଇଁ ପିଏଫ ଟଙ୍କା ବାହାର କରୁଛନ୍ତି, ତେବେ ଆପଣଙ୍କ ଚାକିରୀ ୧୦ ବର୍ଷ ପୂରଣ ହୋଇଥିବା ଆବଶ୍ୟକ। ଏହି କାରଣରୁ ଆପଣ ନିଜ ଦରମାର ୩୬ ଗୁଣ ପର୍ଯ୍ୟନ୍ତ ପିଏଫ ଟଙ୍କା ବାହାର କରିପାରିବେ।
ଯଦି ଆପଣ ନିଜ ଘର କିଣିବା ପାଇଁ ଯୋଜନା କରୁଛନ୍ତି, ତେବେ ଏଥିରେ ମଧ୍ୟ ଆପଣ ନିଜର ପିଏଫ ଟଙ୍କା ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କ କାର୍ୟ୍ୟକାଳ ୫ ବର୍ଷ ପୂରଣ ହୋଇଥିବା ଉଚିତ। ଏହି ଜମି ଆପଣ ନିଜ ନାଁ ରେ କିମ୍ବା ଆପଣଙ୍କ ପତ୍ନୀଙ୍କ ନାଁ ରେ ରେଜିଷ୍ଟର କରିପାରିବେ। ଜମି ପାଇଁ ପିଏଫ ଟଙ୍କା ବାହାର କରିବା ସମୟରେ ସେହି ଜମି କୌଣସି ସମସ୍ୟା ଘେରରେ ନଥାଏ ସେଥିପ୍ରତି ଧ୍ୟାନ ଦେବେ। ଏଥିପାଇଁ ଆପଣ ନିଜ ଦରମାର ଅଧିକତମ ୨୪ ଗୁଣା ପିଏଫ ଟଙ୍କା ବାହାର କରିପାରିବେ।