ଗୋଟିଏ କ୍ଲିକରେ ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଆଉ ତୈଳ ଦର

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ହ୍ରାସପାଇବା ଲଗାତର ୬ ଦିନ ଧରି ରହିଛି। ତୈଳ ମାର୍କେଟିଙ୍ଗ୍‌ କମ୍ପାନୀ ପେଟ୍ରୋଲ ଦାମରେ ଛଅ ପଇସା ଏବଂ ଡିଜେଲରେ ପାଞ୍ଚ ପଇସା ପ୍ରତି ଲିଟର ହ୍ରାସ କରିଛନ୍ତି। ସେହିପରି କରୋନା ଭାଇରସ କାରଣରୁ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲ ୧୩ ମାସ ତଳକୁ ଖସି ଯାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୭୩ ଟଙ୍କା ପ୍ରତି ଲିଟର ହୋଇଯାଇଛି। ଭୁବନେଶ୍ୱରରେ ମଧ୍ୟ ସମାନ ଦାମ ଥିବା ଜଣାଯାଇଛି।

petrolସେହିପରି ଲୋକାମାନେ ସୁନା ଦାମକୁ ନେଇ ମଧ୍ୟ ଚିନ୍ତିତ ଥିଲେ। ବିବାହ ସିଜନ ଚାଲୁଥିବା କାରଣରୁ ଲୋକମାନେ ସୁନା କିଣିବା ପାଇଁ ଚିନ୍ତାରେ ରହୁଛନ୍ତି। ତେବେ ଗ୍ରାହକ ମାନଙ୍କ ପାଇଁ ଏବେ ଖୁସି ଖବର। କାହିଁକି ନା ଗତକାଲି ଅପେକ୍ଷା ଆଜି ସୁନା ଦର କମିଛି। ତେବେ ଏବେ ଆପଣ ଆଉ ଡେରୀ ନ କରି ଆପଣଙ୍କ ପ୍ରିୟଜନଙ୍କ ପାଇଁ ସୁନା ଜିନିଷ କିଣିପାରିବେ। ତେବେ ଜାଣନ୍ତୁ କେତେ ରହିଛି ଦାମ ପୂରା ଡିଟେଲସରେ।

gold

gold rate

You might also like