ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ୍‌ ! ୧୦ ବର୍ଷରୁ ବଡ ପିଲାଙ୍କର ଖୋଲନ୍ତୁ ଖାତା, ପ୍ରତି ମାସ ମିଳିବ ୨୫୦୦ ଟଙ୍କା

ପୋଷ୍ଟ ଅଫିସ ସ୍କିମ୍‌ ସେହି ଲୋକଙ୍କ ପାଇଁ ଲାଭଦାୟକ ଯେଉଁମାନେ ଅଳ୍ପ ରିସ୍କରେ ବେଶି ଫାଇଦା ପାଇବାକୁ ଚାହୁଁଛନ୍ତି। ପୋଷ୍ଟ ଅଫିସର MIS (Monthly Income Scheme) ଏକ ଏମିତି ସେଭିଙ୍ଗ ସ୍କିମ୍‌ ଯେଉଁଥିରେ ଆପଣ ଥରେ ଟଙ୍କା ଲଗାଇ ପ୍ରତି ମାସ ଇଣ୍ଟରେଷ୍ଟ ରୂପେ ଏହାର ଫାଇଦା ନେଇପାରିବେ। ଏହି ପୋଷ୍ଟ ଅଫିସ ସେଭିଙ୍ଗ ସ୍କିମ ଆକାଉଣ୍ଟରେ ଅନେକ ବେନିଫିଟ୍ସ ରହିଛି। ଏହି ଆକାଉଣ୍ଟରେ ଆପଣ ୧୦ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କ ନାମରେ ମଧ୍ୟ ଖୋଲିପାରିବେ। ଯଦି ଆପଣ ନିଜ ପିଲାଙ୍କ ନାମରେ ସ୍ପେଶାଲ ଖାତା ଖୋଲିବାକୁ ଚାହୁଁଛନ୍ତି ତାହେଲେ ପ୍ରତି ମାସ ଆପଣଙ୍କୁ ଯେଉଁ ଇଣ୍ଟରେଷ୍ଟ ମିଳି ସେଥିରେ ଆପଣ ଟ୍ୟୁସନ୍‌ ଫିସ୍‌ ଭରିପାରିବେ। ତାହେଲେ ଆସନ୍ତୁ ଏହି ସ୍ମିମ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ।

କେଉଁଠି ଓ କେମିତି ଖୋଲିବେ ଖାତା

  • ପୋଷ୍ଟ ଅଫିସର ଏହି ଆକାଉଣ୍ଟକୁ ଆପଣ କୌଣସି ବି ଡାକଘରକୁ ଯାଇ ଖୋଲିପାରିବେ।
  • ଏଥିରେ ଆପଣ ଅତି କମରେ ୧୦୦୦ ଟଙ୍କା ଅଧିକରୁ ଅଧିକ ୪.୫ ଲକ୍ଷ ଟଙ୍କା ଜମା କରିପାରିବେ।
  • ବର୍ତ୍ତମାନ ଏହି ସ୍କିମରେ ଇଣ୍ଟରେଷ୍ଟ ରେଟ ରହିଛି ୬.୬ ପ୍ରତିଶତ।

ଯଦି ପିଲାର ବୟସ ୧୦ ବର୍ଷରୁ ଅଧିକ, ତାହେଲେ ଆପଣ ତା ନାମରେ ଏହି ଆକାଉଣ୍ଟ ଖୋଲି ପାରିବେ ଏବଂ ଯଦି ୧୦ ବର୍ଷରୁ କମ୍‌ ତାହେଲେ ପିଲା ବଦଳରେ ତାର ଅଭିଭାବକ ଏହି ଆକାଉଣ୍ଟ ଖୋଲିପାରିବେ। ଏହି ସ୍କିମର ମ୍ୟାଚୁରିଟୀ ୫ ବର୍ଷର ହୋଇଥାଏ। ଏହାପରେ ଏହାକୁ ଆପଣ ବନ୍ଦ ବି କରିପାରିବେ।

ଯଦି ଆପଣଙ୍କ ପିଲାର ବୟସ ୧୦ ବର୍ଷ ଏବଂ ଆପଣ ତା ନାମରେ ୨ ଲକ୍ଷ ଟଙ୍କା ଜମା କରୁଛନ୍ତି ତାହେଲେ ପ୍ରତି ମାସ ଆପଣଙ୍କ ଇଣ୍ଟରେଷ୍ଟ ୬.୬ ପ୍ରତିଶତ ବର୍ତ୍ତମାନ ଦରରେ ୧୧୦୦ ଟଙ୍କା ହେବ। ପାଞ୍ଚ ବର୍ଷରେ ଏହି ଇଣ୍ଟରେଷ୍ଟ ମୋଟ ୬୬ ହଜାର ଟଙ୍କା ହେବ ଏବଂ ଲାଷ୍ଟରେ ଆପଣଙ୍କର ୨ ଲକ୍ଷ ଟଙ୍କା ରିଟର୍ଣ୍ଣ ବି ହୋଇଯିବ। ଏହିଭଳି ଭାବେ ଆପଣଙ୍କ ପିଲା ପାଇଁ ୧୧୦୦ ଟଙ୍କା ମିଳିବ ଯେଉଁଥିରେ ଆପଣ ତାର ପାଠପଢ଼ା ଖର୍ଚ୍ଚ ବି ତୁଲାଇପାରିବେ। ଅଭିଭାବକଙ୍କ ପାଇଁ ଏହି ରାଶି ପିଲାଙ୍କ ପଢ଼ା ଖର୍ଚ୍ଚରେ ବହୁତ ମାତ୍ରାରେ ସାହାଯ୍ୟକାରୀ ହୋଇପାରିବ।

ତେବେ ଏହି ଆକାଉଣ୍ଟର ଖାସିୟତ ହେଉଛି ଏହାକୁ ସିଙ୍ଗଲ କିମ୍ବା ତିନି ଜଣ ଆଡଲ୍ଟଙ୍କୁ ମିଶାଇ ଜଏଣ୍ଟ ଆକାଉଣ୍ଟ ବି ଖୋଲିପାରିବେ। ଯଦି ଏହି ଆକାଉଣ୍ଟରେ ଆପଣ ୩.୫୦ ଲକ୍ଷ ଟଙ୍କା ଜମା କରୁଛନ୍ତି ତାହେଲେ ଆପଣଙ୍କୁ ବର୍ତ୍ତମାନ ଦରରେ ପ୍ରତି ମାସ ୧୯୨୫ ଟଙ୍କା ମିଳିବ। ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଇଁ ଏହା ବଡ ରାଶି ଅଟେ।
ଏହି ଇଣ୍ଟରେଷ୍ଟ ଟଙ୍କାରେ ଆପଣ ସ୍କୁଲ ଫିସ୍‌, ଟ୍ୟୁସନ୍‌ ଫିସ୍‌, ପେନ-କପି ଖର୍ଚ୍ଚ ଆଦିକୁ ସହଜରେ ଉଠାଇପାରିବେ। ଏହି ସ୍କିମର ମ୍ୟାକ୍ସିମମ୍‌ ଲିମିଟ ଅର୍ଥାତ୍‌ ୪.୫ ଲକ୍ଷ ଜମା କରିବା ଦ୍ୱାରା ପ୍ରତି ମାସ ୨୪୭୫ ଟଙ୍କାର ଲାଭ ଉଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.