ବ୍ୟବସାୟ ଓ ଅର୍ଥନୀତି

ପୋଷ୍ଟ ଅଫିସ୍ ରେ କିପରି ଆକ୍ଟିଭ୍ କରିବେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଜାଣନ୍ତୁ ତରିକା

ଇଣ୍ଡିଆ ପୋଷ୍ଟ, ପୋଷ୍ଟ ଅଫିସ୍ ସେଭିଂ ବ୍ୟାଙ୍କ (POSB) ଖାତାଧାରକଙ୍କ ପାଇଁ ଇଣ୍ଟରନେଟ୍ ବ୍ୟାକିଂ ସୁବିଧା ଯୋଗାଇଥାଏ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାଇଁ ଗ୍ରାହକଙ୍କ ପାଖରେ ବୈଧ ସକ୍ରିୟ ଏକକ କିମ୍ବା ଜଏଣ୍ଟ ସଂଯୁକ୍ତ ସଞ୍ଚୟ ଖାତା ରହିବା ଉଚିତ୍। ଗ୍ରାହକମାନେ ମଧ୍ୟ ebanking.indiapost.gov.in ଜରିଆରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସୁବିଧା ବ୍ୟବହାର କରିପାରିବେ। ଏହାବ୍ୟତୀତ, KYC ଚାଲୁ (କରେଣ୍ଟ) ATM / ଡେବିଟ୍ କାର୍ଡ, ମୋବାଇଲ୍ ନମ୍ବର, ଇମେଲ୍ ଠିକଣା ଏବଂ ସ୍ଥାୟୀ ଆକାଉଣ୍ଟ ନମ୍ବର (PAN) ହେବା ଆବଶ୍ୟକ । ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବ।

ବ୍ୟବହାରକାରୀ, ନିଜର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ସଞ୍ଚୟ ବ୍ୟାଙ୍କ ଖାତାରୁ ରିକରିଂ ଡିପୋଜିଟ୍ (RD) ଆକାଉଣ୍ଟ୍ ଏବଂ ପୋଷ୍ଟ ଅଫିସ୍ ର ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ (ପିପିଏଫ୍) ଆକାଉଣ୍ଟରେ ମଧ୍ୟ ଜମା କରିପାରିବେ । POSB ଆକାଉଣ୍ଟଧାରୀମାନେ ମଧ୍ୟ ଇଣ୍ଡିଆ ପୋଷ୍ଟ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ମାଧ୍ୟମରେ ଆରଡି ଆକାଉଣ୍ଟ୍ ଏବଂ ଫିକ୍ସଡ୍ ଜମା (FD) ଆକାଉଣ୍ଟ ଖୋଲିପାରିବେ ଏବଂ ବନ୍ଦ ମଧ୍ୟ କରିପାରିବେ।

ଇଣ୍ଡିଆ ପୋଷ୍ଟ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍: ଜାଣନ୍ତୁ କିପରି କରିବେ ଆକ୍ଟିଭ୍

-ହୋମ୍ ବ୍ରାଞ୍ଚକୁ ଯାଇ ପ୍ରି-ପ୍ରିଣ୍ଟ୍ ହୋଇଥିବା ଆବେଦନ ଫର୍ମ ପୂରଣ କରନ୍ତୁ ।

-ଆବଶ୍ୟକ ଡକ୍ୟୁମେଣ୍ଟ୍ ସହିତ ଆବେଦନ ଫର୍ମ ଦାଖଲ କରନ୍ତୁ ।

-ସମସ୍ତ ପ୍ରକ୍ରିୟା ପୂରଣ କରିବା ପରେ ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବର ରେ ଏକ SMS ଆଲର୍ଟ ପାଇବେ ।

-SMS ରେ ଉଲ୍ଲେଖିତ URL ବ୍ୟବହାର କରି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପୃଷ୍ଠା ଖୋଲନ୍ତୁ ଏବଂ ହାଇପର୍ ଲିଙ୍କ୍ ‘ନୂତନ ଉପଭୋକ୍ତା ଆକ୍ଟିଭେସନ୍’ର ବ୍ୟବହାର କରନ୍ତୁ।
-ଏହାପରେ ଆବଶ୍ୟକ ବିବରଣୀ ପୁରଣ କରନ୍ତୁ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଲଗଇନ୍ ପାସୱାର୍ଡ ଏବଂ କାରବାର ପାସୱାର୍ଡ କନଫର୍ମ କରନ୍ତୁ।

-ବର୍ତ୍ତମାନ ଲଗ୍ ଇନ୍ କରନ୍ତୁ ଏବଂ ପାସଫ୍ରେଜ୍ ସହିତ ସୁରକ୍ଷା ସମ୍ବନ୍ଧୀୟ ପ୍ରଶ୍ନ ଏବଂ ଉତ୍ତରଗୁଡ଼ିକୁ କନଫର୍ମ କରନ୍ତୁ । ପାସଫ୍ରେଜ୍ ହେଉଛି ଏକ ସୁରକ୍ଷା ସୁବିଧା, ଯାହା ଗ୍ରାହକ ପ୍ରକୃତ DOP ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ URL ପ୍ରବେଶ କରୁଛନ୍ତି କି ନାହିଁ ନିଶ୍ଚିତ କରିଥାଏ।

ଅନ୍ୟ ପଟେ ଫିକ୍ସଡ୍ ଡିପୋଜିଟ୍ ହେଉଛି ଅର୍ଥ ବିନିଯୋଗ ପାଇଁ ଏକ ଉପକରଣ ଯାହା ନିବେଶକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ଏହି ଯୋଜନାରେ ବିନିଯୋଗ କରିବା ଦ୍ୱାରା ଆପଣଙ୍କୁ ନିଶ୍ଚିତ ରିଟର୍ଣ୍ଣ ପ୍ରାପ୍ତ ହୋଇଥାଏ।

ଏମିତିରେ ପୋଷ୍ଟ ଅଫିସର ଅବସ୍ଥିତି ସର୍ବାଧିକ । ଯେଉଁଥିପାଇଁ ପୋଷ୍ଟ ଅଫିସ୍ ଫିକ୍ସଡ୍ ଡିପୋଜିଟ ଏବଂ ପୋଷ୍ଟ ଅଫିସ୍ ଟର୍ମ ଜମା ନିବେଶକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ପୋଷ୍ଟ ଅଫିସ୍ ଏମଆଇଏସ୍ (ମାସିକ ଆୟ ଯୋଜନା) ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ସମର୍ଥିତ ଏକ ନିରାପଦ ନିବେଶ । ପୋଷ୍ଟ ଅଫିସ୍ ଏମଆଇଏସ୍ କୌଣସି ବ୍ୟକ୍ତିଙ୍କ ଦ୍ୱାରା କିମ୍ବା ୨ ରୁ ୩ ଜଣ ସମାନ ନିବେଶକଙ୍କ ଦ୍ୱାରା ମଧ୍ୟ ଖୋଲାଯାଇପାରିବ। ଏହା ୫ ବର୍ଷ କାର୍ଯକାଳ ସହ ଆସିଥାଏ। ଏଥିରେ ଗୋଟିଏ ଆକାଉଣ୍ଟ ଥିବା ନିବେଶକମାନେ ୪.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ। ସେହିଭଳି ମିଳିତ ଆକାଉଣ୍ଟରେ ୯ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ। ସୂଚନାଯୋଗ୍ୟ ପୋଷ୍ଟ ଅଫିସ୍ MIS ବର୍ତ୍ତମାନ ସମୟରେ ବିନିଯୋଗ ଉପରେ ୬.୬ ପ୍ରତିଶତ ସୁଧ ପ୍ରଦାନ କରୁଛି।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago