EPFO ରେକର୍ଡରେ ଏମିତି ଅପ୍‌ଡେଟ୍‌ କରନ୍ତୁ ଜନ୍ମ ତାରିଖ, ନଚେତ୍‌ ଅବସର ପରେ ପାଇବେନି କୌଣସି ଟଙ୍କା

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(EPFO)ରେ ଯଦି ଆପଣଙ୍କର କୌଣସି ତଥ୍ୟ ଭୁଲ ଅଛି ତେବେ ଆପଣ ତାହାକୁ ଏବେ ଖୁବ୍‌ ସହଜରେ ସଜାଡ଼ିପାରିବେ। ଇପିଏଫ୍‌ଓ ରେକର୍ଡରେ ଏବେ ଅନ୍‌ଲାଇନ୍‌ରେ ବି ଜନ୍ମ ତାରିଖ ବଦଳାଇପାରିବେ। ଏଥିପାଇଁ ଆପଣଙ୍କୁ କେତେକ ସହଜ ପ୍ରୋସେସ୍‌ ଫଲୋ କରିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ଇପିଏଫ୍‌ଓ ରେକର୍ଡରେ ଜନ୍ମ ତାରିଖ ଭୁଲ ଥିଲେ ଅବସର ପରେ ଅର୍ଥ ମିଳିବାରେ ସମସ୍ୟା ହୋଇପାରେ।

EPFO ପକ୍ଷରୁ ନିଜ ଅଫିସିଆଲ ଟ୍ଵିଟର ପେଜ୍‌ରେ ଭିଡିଓ ସେୟାର କରି ଜନ୍ମତିଥି ଅପ୍‌ଡେଟ୍‌ କରିବାକୁ ସୂଚନା ଦିଆଯାଇଛି। ଏଥିରେ ସହଜରେ ବୁଝାଯାଇଛି ଯେ ଆପଣ ନିଜ ଇପିଏଫ୍‌ଓ ରେକର୍ଡରେ ଜନ୍ମତିଥି କେମିତି ବଦଳାଇବେ।

ଦେଖନ୍ତୁ ଭିଡିଓ:


ଜନ୍ମ ତାରିଖ ବଦଳାଇବା ପାଇଁ ପ୍ରଥମେ EPFOର ୱେବ୍‌ସାଇଟ୍‌କୁ ଯାଆନ୍ତୁ। ଏଠାରେ ୟୁଜର ଆଇଡି ଓ ପାସ୍‌ଓ୍ଵାର୍ଡ ଲଗ୍‌ଇନ୍‌ କରନ୍ତୁ। ଯଦି ଆପଣଙ୍କ ଜନ୍ମ ତାରିଖ ମଧ୍ୟରେ ୩ ବର୍ଷର ଅନ୍ତର ରହିଛି ତେବେ ପୋର୍ଟାଲରେ ନିଜ ଆଧାର/ଇ-ଆଧାର ଅପ୍‌ଲୋଡ୍‌ କରନ୍ତୁ। ଯଦି ୩ ବର୍ଷରୁ ଅଧିକ ଅନ୍ତର ଅଛି, ତେବେ ଆଧାର/ଇ-ଆଧାର ସହ ସ୍କୁଲ ସାର୍ଟିଫିକେଟ୍‌, ଜନ୍ମ ପଞ୍ଜିକରଣ ସାର୍ଟିଫିକେଟ୍‌, ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ସର୍ଭିସ ରେକର୍ଡର ସାର୍ଟିଫିକେଟ୍‌, ଡ୍ରାଇଭିଂ ଲାଇସେନ୍ସ ଆଦି ଯେକୌଣସି ଦସ୍ତାବିଜ୍‌ ମଧ୍ୟ ଜମା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.