ପ୍ରକାଶ ପାଇଲା SBI(PO) ମେନ୍ ପରୀକ୍ଷାର ରେଜଲ୍ଟ, ଜାଣନ୍ତୁ କିପରି କରିବେ ଚେକ୍

ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ବାରା ପ୍ରୋବେସନାରୀ ଅଧିକାରୀ (PO) ମୁଖ୍ୟ ପରୀକ୍ଷାର ପରିଣାମ ପ୍ରକାଶ ପାଇଛି। ଆଶାୟୀପାର୍ଥୀମାନଙ୍କ ପରିଣାମ ଏସବିଆଇର ଅଧିକାରିକ ୱେବସାଇଡ୍ ରେ ଆଜି ହିଁ ଘୋଷଣା କରାଯାଇଛି। ଆପଣମାନେ ଜାଣିଥିବେ ଗତ ଜୁଲାଇ ୨୦ ତାରିଖରେ ଦେଶରେ ୮୧ଟି ପରୀକ୍ଷା କେନ୍ଦ୍ରରେ ଅନଲାଇନ ଜରିଆରେ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ ୨୦୦ ଅଙ୍କର ବସ୍ତୁନିଷ୍ଟ ପ୍ରଶ୍ନ ଏବଂ ୫୦ ଅଙ୍କର ବର୍ଣ୍ଦାତ୍ମକ ପ୍ରଶ୍ନ ପଚରାଯାଇଥିଲା। ସୂଚନା ଅନୁଯାୟୀ ମୁଖ୍ୟ ପରୀକ୍ଷାର ପରିଣାମ ଜାରି ହେବା ପରେ ବହୁତ ଜଲଦି ଆଶାୟୀପାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ କଲ୍ ଲେଟର ଏସବିଆଇ ଦ୍ବାରା ଜାରି କରାଯିବ।

ଏହାସହ ପଢନ୍ତୁ: HPCL ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ୪୦ ହଜାରରୁ ୧.୮୦ ଲକ୍ଷ ପର୍ଯ୍ୟନ୍ତ ରହିଛି ଦରମା

ଜାଣନ୍ତୁ କିପରି ଚେକ୍ କରିବେ ଆପଣଙ୍କ ମାର୍କ

-ପ୍ରଥମେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରିକ ୱେବସାଇଡ୍ ଯାଆନ୍ତୁ।

-ଏହାପରେ SBI PO ପରୀକ୍ଷା ସମ୍ବନ୍ଧିତ ଲିଙ୍କ ଉପରେ କ୍ଲିକ୍ କରନ୍ତୁ।

-ଏହାପରେ ନୂଆ ପେଜ୍ ରେ ଦିଆଯାଇଥିବା ପ୍ରମାଣ ପତ୍ର ଜମା କରନ୍ତୁ।

-ଏହାପରେ ମାର୍କ ଆପଣଙ୍କ ସ୍କ୍ରିନ୍ ରେ ଆସିଯିବ।

-ଏହି ମାର୍କର ଏକ ପ୍ରିଣ୍ଟ୍ କାଢି ଆଗକୁ ଥିବା ପକ୍ରିୟା ପାଇଁ ସୁରକ୍ଷିତ ଭାବେ ରଖନ୍ତୁ।