GPayରେ ପେମେଣ୍ଟ ହୋଇଯାଇଛି ଫେଲ କିନ୍ତୁ ଆସୁନି ରିଫଣ୍ଡ, ତେବେ ଟଙ୍କା ଫେରସ୍ତ ପାଇଁ ତୁରନ୍ତ ଆପଣାନ୍ତୁ ଏହି ପ୍ରୋସେସ୍‌

ଗୁଗୁଲ୍ ପେ ଭାରତରେ ପ୍ରମୁଖ ୟୁପିଆଇ- ଆଧାରିତ ପେମେଣ୍ଟ ଆପ୍ ମଧ୍ୟରୁ ଗୋଟିଏ । ଏହି ଆପ୍ କେବଳ ପେମେଣ୍ଟ ପାଇଁ ନୁହେଁ ବରଂ ମୋବାଇଲ୍ ରିଚାର୍ଜ, ବିଲ୍ ପେମେଣ୍ଟ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଏହି ଆପ୍ ସାହାଯ୍ୟରେ ଆପଣ ବିନା କୌଣସି ଅତିରିକ୍ତ ଚାର୍ଜରେ ସହଜରେ ଟଙ୍କା ପଠାଇପାରିବେ । ଯଦିଓ ଅନେକ ଥର ଅନ୍ୟ ଆପ୍ ଭଳି ଗୁଗୁଲ୍ ପେରେ କିଛି ଟ୍ରାନଜାକସନ୍‌ ଖରାପ ସର୍ଭର କିମ୍ବା ନେଟୱାର୍କ ସମସ୍ୟା ହେତୁ ହୋଇପାରିନଥାଏ । କିନ୍ତୁ ଏହି ଟ୍ରାନଜାକସନର ଟଙ୍କା ୟୁଜର୍ସଙ୍କ ଆକାଉଣ୍ଟରୁ କଟିଯାଇଥାଏ । ପ୍ରାୟତଃ ଏପରି ହୋଇଥାଏ ଯେ ୟୁଜର୍ସଙ୍କୁ ତୁରନ୍ତ ଟଙ୍କା ରିଫଣ୍ଡ ମିଳିଯାଏ କିମ୍ବା ମେସେଜ୍‌ ମିଳିଥାଏ ଯେ ଟଙ୍କା ତିନିରୁ ପାଞ୍ଚ ଦିନର କାର୍ଯ୍ୟଦିବସ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ । କିନ୍ତୁ ଯଦି ଟଙ୍କା ରିଫଣ୍ଡ ମିଳୁନାହିଁ ତେବେ ଆପଣଙ୍କୁ ଏହି ଉପାୟ ଆପଣାଇବାକୁ ପଡିବ । ଯାହାଦ୍ୱାରା ଆପଣ ନିଜ ଟଙ୍କାକୁ ତୁରନ୍ତ ରିଫଣ୍ଡ ପାଇପାରିବେ।

ରିଫଣ୍ଡ ନମିଳିଲେ କଣ କରିବେ ଜାଣନ୍ତୁ

ଯଦି ଗୁଗଲ ପେରେ ଆପଣଙ୍କ ଟ୍ରାନଜାକସନ୍‌ ଫେଲ୍‌ ହୋଇଯାଇଛି ଏବଂ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ମଧ୍ୟ କଟିଯାଇଛି ତାହେଲେ ଆପଣଙ୍କୁ ସାଧାରଣତଃ ବ୍ୟାଙ୍କ ଆକାଉଣ୍ଟରେ ତିନି ରୁ ୫ ଦିନ ମଧ୍ୟରେ ରିଫଣ୍ଡ ମିଳିଯିବ। କିନ୍ତୁ ଯଦି ଏହା ଠାରୁ ଅଧିକ ସମୟ ଲାଗୁଛି ତାହେଲେ ଆପଣଙ୍କୁ କିଛି ପ୍ରୋସେସକୁ ଫଲୋ କରିବାକୁ ହେବ। ଆସନ୍ତୁ ଜାଣିବା କଣ ସେହି ପ୍ରୋସେସ୍‌।

ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସେବା ଭଳି Google ପେରେ ମଧ୍ୟ ଭଏସ୍ ସପୋର୍ଟ ଅଛି, ଏବଂ ଏଥିପାଇଁ ଆପଣଙ୍କୁ ଟୋଲ୍ ଫ୍ରି ନମ୍ବର 1800-419-0157 କୁ କଲ କରିବାକୁ ପଡିବ । ଯେତେବେଳେ ଆପଣ ଗୁଗୁଲ୍ ପେ ର କଷ୍ଟ୍ୟୁମର କେୟାରକୁ କଲ କରିବେ, ଆପଣଙ୍କୁ Google Pay ରୁ ଜେନେରେଟ ହୋଇଥିବା ଯାଞ୍ଚ କୋଡ୍ ବ୍ୟବହାର କରି ପରିଚୟକୁ ପ୍ରମାଣିତ କରିବାକୁ ପଡିବ । Google Pay ଭେରିଫିକେସନ କୋଡକୁ ଜେନେରେଟ କରିବା ପାଇଁ ସେଟିଙ୍ଗକୁ ଯାଆନ୍ତୁ । ଏଠାରୁ Privacy and Security ଯାଆନ୍ତୁ ଏବଂ Get OTP ଉପରେ କ୍ଲିକ୍ କରନ୍ତୁ ।

ଚାଟ ଜରିଆରେ ବି ପାଇପାରିବେ

ଆପଣଙ୍କର ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ସ୍ମାର୍ଟଫୋନରେ ଗୁଗୁଲ୍ ପେ ଆପ୍ ଖୋଲନ୍ତୁ । ଉପର ଡାହାଣ କୋଣରେ ଥିବା ପ୍ରୋଫାଇଲ୍ ଛବି ଉପରେ କ୍ଲିକ୍ କରନ୍ତୁ । ଏଠାରୁ ସେଟିଂସମୂହ ଉପରେ କ୍ଲିକ୍ କରନ୍ତୁ । ବର୍ତ୍ତମାନ ସହାୟତା ଏବଂ ମତାମତ(ହେଲ୍ପ ଆଣ୍ଡ ଫିଡବ୍ୟାକ) ଉପରେ କ୍ଲିକ୍ କରନ୍ତୁ । ସହାୟତା ପାଇବା ଉପରେ କ୍ଲିକ୍ କରନ୍ତୁ । ଏଠାରୁ କଣ୍ଟାକ୍ଟ ସପୋର୍ଟ ଉପରେ କ୍ଲିକ୍ କରନ୍ତୁ, ଯାହା ପୃଷ୍ଠାର ନିମ୍ନରେ ରହିଥାଏ । ପରବର୍ତ୍ତୀ ପୃଷ୍ଠାରେ, କଣ୍ଟାକଟ ଅସ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣ ଆପଣଙ୍କର ସମସ୍ୟା ବାବଦରେ ସଂକ୍ଷିପ୍ତରେ ବର୍ଣ୍ଣନା କରିପାରିବେ ଓ ଓକେ ଉପରେ କ୍ଲିକ କରନ୍ତୁ । ପରବର୍ତ୍ତୀ ପୃଷ୍ଠାରେ ଚାଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ବିବରଣୀ ଦିଅନ୍ତୁ । ବର୍ତ୍ତମାନ ଆପଣ କଷ୍ଟ୍ୟୁମର କେୟାର ସହ ସଂଯୁକ୍ତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.