ଟିକେଟ୍‌ କନଫର୍ମ ହୋଇନି କିନ୍ତୁ ଆକାଉଣ୍ଟରୁ କଟିଛି ଟଙ୍କା, କେମିତି ଫେରସ୍ତ ପାଇବେ ଜାଣନ୍ତୁ

ରେଳ ଟିକେଟ କିଣିବା ବେଳେ ଭିଡରୁ ରକ୍ଷା ପାଇବା ପାଇଁ ଆମେ ଅନଲାଇନ୍‌ ଟିକେଟର ସାହାରା ନେଉଛନ୍ତି। କିନ୍ତୁ ଅନେକ ଥର ଏମିତି ପରିସ୍ଥିତି ହୋଇଥାଏ ଯେ ଟିକେଟ୍‌ ତ ମିଳେନାହିଁ କିନ୍ତୁ ଆକାଉଣ୍ଟରୁ ଟଙ୍କା କଟିଯାଏ। ଏମିତି ପରିସ୍ଥିତିରେ ଆପଣ କଣ କରିବେ ଏବଂ କେମିତି ନିଜ ଟଙ୍କା ଫେରିପାଇବେ ଆଜି ଆପଣଙ୍କୁ ଜଣାଇବୁ।

irctcଅନେକ ଥର ଟେକନିକ ଏବଂ ନେଟଓ୍ଵାର୍କ ଅଭାବରୁ ଅନଲାଇନ୍‌ ଟିକେଟ ବୁକ୍‌ କରିବା ଆକାଉଣ୍ଟରୁ ଟଙ୍କା କଟିଯାଏ କିନ୍ତୁ ଟିକେଟ କନଫର୍ମ ହୋଇନଥାଏ। ଏମିତି ପରିସ୍ଥିତିରେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାହିଁକି ନା ଆପଣଙ୍କ ଟ୍ରାନଜାକସନ ଫେଲ ହେବାରେ ଆପଣଙ୍କ ଆଇଆରସିଟିସି ଆକାଉଣ୍ଟରେ ଅପଡେଟ୍‌ ହୋଇଯାଏ। ଏହି ଅପଡେଟ୍‌ ଦୁଇ ପ୍ରକାରର ଥାଏ, ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କା କଣ ହେଲା ଏବଂ କେବେ ରିଟର୍ଣ୍ଣ ଆସିବ।

Indian railwayଯଦି ଆପଣଙ୍କ ପାଖକୁ Payment Settled but Ticket Not Booked ଭଳି ନୋଟିଫିକେସନ୍‌ ଆସେ ତାହେଲେ ଆଇଆରସିଟିସି ତାର ପରଦିନ ଆପଣଙ୍କ ଟଙ୍କା ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଆସିଯିବ। ଏହାଛଡା ଅନ୍ୟ ନୋଟିଫିକେସନ Settlement Failed and Ticket Not Booked ନାମରେ ଆସେ। ଏହି ନୋଟିଫିକେସନର ଅର୍ଥ ହେଉଛି ଆପଣଙ୍କ ବ୍ୟାଙ୍କ୍‌ ପକ୍ଷରୁ କୌଣସି ତ୍ରୁଟି ରହିଛି ଏବଂ ଟଙ୍କା ଆଇଆରସିଟିସି ପାଖକୁ ପହଁଚିନାହିଁ। ଏହି ମାମଲାରେ ଟଙ୍କା ବ୍ୟାଙ୍କ୍‌ ପାଖରେ ହିଁ ରହିଥାଏ ଏବଂ ବ୍ୟାଙ୍କ୍‌ ଆଗାମି ଦୁଇ ତିନି ଦିନ ଭିତରେ ଟଙ୍କା ଫେରାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.