ବ୍ୟବସାୟ ଓ ଅର୍ଥନୀତି

ଟ୍ରେନରେ ଲଗେଜ୍ ଚୋରି ହେଲେ କ୍ଷତିପୂରଣ ଦେବ ରେଳ ବିଭାଗ, କିନ୍ତୁ କରିବାକୁ ହେବ ଏହି କାମ

ଟ୍ରେନରେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି। କାରଣ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରା କରିବା ପାଇଁ ଟ୍ରେନ୍ ସବୁଠାରୁ ଶସ୍ତା ଏବଂ ସହଜ ଉପାୟ। କିନ୍ତୁ ବେଳେବେଳେ ଟ୍ରେନରେ ଅତ୍ୟଧିକ ଭିଡ କାରଣରୁ ଲଗେଜ୍ ହରାଇବାର ଭୟ ମଧ୍ୟ ଥାଏ। ଅନେକ ସମୟରେ ତ ଟ୍ରେନରେ ଲୋକଙ୍କ ଜିନିଷ ମଧ୍ୟ ଚୋରି ହୋଇଯାଏ। ପ୍ରାୟତଃ ଆପଣ ଯାତ୍ରା ସମୟରେ ଲଗେଜ୍ କିମ୍ବା ସାମଗ୍ରୀ ଚୋରି ହେବାର ଘଟଣା ଦେଖିଥିବେ କିମ୍ବା ଶୁଣିଥିବେ। କିନ୍ତୁ, ଯଦି ଏପରି ଘଟଣା ଆପଣଙ୍କ ସହ ଘଟେ ତାହେଲେ ଏଭଳି ସ୍ଥିତିରେ କଣ କରିବେ ? କଣ ରେଳବାଇ ଆପଣଙ୍କୁ ଜିନିଷ ଚୋରି ହେବାର କ୍ଷତିପୂରଣ ଦେବ ?

ଏମିତି ତ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ସେମାନଙ୍କର ନିଜର ଲଗେଜ୍ ନିଜେ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଅନେକ ଥର ଟ୍ରେନ କିମ୍ବା ଷ୍ଟେସନରୁ ଯାତ୍ରୀଙ୍କ ଜିନିଷପତ୍ର ଚୋରି ହୋଇଯାଏ। ଏଭଳି ପରିସ୍ଥିତିରେ ଆପଣ କେଉଁ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ଏବଂ ଏହା ଉପରେ କିପରି ଅଭିଯୋଗ କରିବେ ଏସବୁ ସବୁ କିଛି ଆଜି ଆମେ ଆଲୋଚନା କରିବା। ଯାତ୍ରୀମାନଙ୍କୁ ହଜିଯାଇଥିବା ଲଗେଜ୍ କିମ୍ବା କ୍ଷତିପୂରଣ ପାଇବା ପାଇଁ କିଛି ବିଶେଷ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ।

ଜିନିଷ ଚୋରି ମାମଲାରେ ପ୍ରଥମେ କଣ କରିବା ଉଚିତ୍

ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ଯାତ୍ରୀଙ୍କ ଲଗେଜ୍ ଚୋରି ହୁଏ, ତେବେ ସେ ପ୍ରଥମେ ଏହା ବିଷୟରେ ଅଭିଯୋଗ କରିବା ଉଚିତ୍। ଅଭିଯୋଗ କରିବା ପରେ ମଧ୍ୟ ଯଦି ଆପଣଙ୍କର ଲଗେଜ୍ ଗ୍ରହଣ କରାଯାଇନଥାଏ, ତେବେ ଚୋରି କିମ୍ବା ହଜିଯାଇଥିବା ଲଗେଜ୍ ପାଇଁ ରେଳବାଇ କ୍ଷତିପୂରଣ ପ୍ରଦାନ କରିଥାଏ। ଯଦିଓ ଏଥିପାଇଁ ଆପଣଙ୍କୁ କିଛି ଜରୁରୀ କାମ କରିବାକୁ ପଡ଼ିବ। ନିୟମ ମୁତାବକ ରେଳବାଇରୁ ଚୋରି ହୋଇଥିବା ଲଗେଜ୍ ପାଇଁ ନିଖୋଜ ଲଗେଜର ମୂଲ୍ୟ ହିସାବ କରିବା ପରେ ଭାରତୀୟ ରେଳବାଇ ଯାତ୍ରୀଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ। ଏଥିପାଇଁ ଯାତ୍ରୀମାନଙ୍କୁ କିଛି ବିଶେଷ ପ୍ରକ୍ରିୟା ଦେଇ ଗତି କରିବାକୁ ହେବ।

ଜାଣନ୍ତୁ କଣ ରହିଛି ପ୍ରୋସେସ୍

ରେଳବାଇ ୱେବସାଇଟ୍ ଅନୁଯାୟୀ ଯଦି ରାସ୍ତାରେ ଯାତ୍ରୀଙ୍କ ଲଗେଜ୍ ଚୋରି ହୁଏ, ତେବେ ଆପଣଙ୍କୁ ସର୍ବପ୍ରଥମେ ଟ୍ରେନ୍ କଣ୍ଡକ୍ଟର, କୋଚ୍ ଆଟେଣ୍ଡାଣ୍ଟ, ଗାର୍ଡ କିମ୍ବା GRP ଏସକର୍ଟଙ୍କ ସହ ଯୋଗାଯୋଗ କରିବା ଉଚିତ୍। ଏହି ଲୋକମାନଙ୍କ ତରଫରୁ FIR ଫର୍ମ ଆପଣଙ୍କ ପାଇଁ ଉପଲବ୍ଧ କରାଯିବ। ଏହି ଫର୍ମକୁ ପୂରଣ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଷ୍ଟେସନକୁ ପଠାଯିବ। ଯଦି ଆପଣଙ୍କୁ ନିଜ ଯାତ୍ରା ସମାପ୍ତ କରିବାର ଅଛି ତାହେଲେ ଆପଣ ଯେକୌଣସି ରେଳ ଷ୍ଟେସନରେ ଆରପିଏଫ୍ ହେଲପ୍ ପୋଷ୍ଟରେ ମଧ୍ୟ ଏହି ଅଭିଯୋଗ ପତ୍ର ଦେଇପାରିବ।

ବୁକ୍ ହୋଇଥିବା ସାମଗ୍ରୀ ପାଇଁ ସମ୍ପୂର୍ଣ୍ଣ କ୍ଷତିପୂରଣ ପାଆନ୍ତୁ

ନିୟମ ଅନୁସାରେ ଯଦି ଟ୍ରେନରୁ ସାମଗ୍ରୀ ଚୋରି ହୁଏ, ତାହେଲେ ରେଳବାଇ ଏହାର କ୍ଷତିପୂରଣ ଭରିବ। କିନ୍ତୁ ଏହାର ଫାଇଦା କେବଳ ସେହି ଯାତ୍ରୀଙ୍କୁ ଦିଆଯିବ ଯେଉଁମାନେ ରେଳବାଇର ଲଗେଜରେ ଫିସ୍ ଦେଇ ଲଗେଜ୍ ବୁକ୍ କରିଥାନ୍ତି। ବୁକ୍ ହୋଇଥିବା ଲଗେଜରେ ହୋଇଥିବା କୌଣସି କ୍ଷତି ପାଇଁ ରେଳବାଇ ଯାତ୍ରୀଙ୍କୁ କ୍ଷତିପୂରଣ ଦେଇଥାଏ। ଯଦି ଆପଣ ବୁକ୍ ହୋଇଥିବା ସାମଗ୍ରୀର ମୂଲ୍ୟ ବିଷୟରେ ପୂର୍ବରୁ ଉଲ୍ଲେଖ କରିନାହାଁନ୍ତି ତେବେ ରେଳବାଇ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରେ। କିନ୍ତୁ ଦାବି ହୋଇଥିବା ପରିମାଣ ବୁକିଂ ସମୟରେ ବ୍ୟାଗେଜରେ ଘୋଷିତ ମୂଲ୍ୟଠାରୁ ଅଧିକ ହୋଇନପାରେ ।

 

Pritiparna

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

3 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

10 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

11 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

29 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

54 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

58 mins ago